ମଦ ମାଫିଆଙ୍କୁ ଧରିବାକୁ ଯାଇଥିଲେ, ମଦୁଆଙ୍କଠାରୁ ଛେଚା ଖାଇଲେ

ଅନୁଗୋଳ(ବିରଜା ଦାଶ): ଦେଶୀ ମଦ କାରବାର ହେଉଥିବା ଖବର ପାଇଁ ଅବକାରୀ ବିଭାଗ ଆଜି ଚଢ଼ଉ କରିବାକୁ ଯାଇଥିଲା। ମାତ୍ର ମଦ ମାଫିଆଙ୍କ ସମର୍ଥକମାନେ ତାଙ୍କୁ ବହେ ଛେଚିଲେ। ଫଳରେ ୪ ଜଣ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଛେଣ୍ଡିପଦା ଥାନା ବାଗଡ଼ିଆ ମନ୍ଦିରସାହିରେ ଦୀର୍ଘ […]

Team-of-Excise-Department-attacked-by-villagers-of-Bagedia-under-Chhendipada-Police-limits

Manoranjan Sial
  • Published: Saturday, 05 October 2019
  • Updated: 05 October 2019, 04:43 PM IST

Sports

Latest News

ଅନୁଗୋଳ(ବିରଜା ଦାଶ): ଦେଶୀ ମଦ କାରବାର ହେଉଥିବା ଖବର ପାଇଁ ଅବକାରୀ ବିଭାଗ ଆଜି ଚଢ଼ଉ କରିବାକୁ ଯାଇଥିଲା। ମାତ୍ର ମଦ ମାଫିଆଙ୍କ ସମର୍ଥକମାନେ ତାଙ୍କୁ ବହେ ଛେଚିଲେ। ଫଳରେ ୪ ଜଣ ଅବକାରୀ ବିଭାଗର କର୍ମଚାରୀ ଆହତ ହୋଇଛନ୍ତି। ଆଜି ଏପରି ଘଟଣା ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ଛେଣ୍ଡିପଦା ଥାନା ବାଗଡ଼ିଆ ମନ୍ଦିରସାହିରେ ଦୀର୍ଘ ଦିନରୁ ମହୁଲି ମଦ କାରବାର ହେଉଥିଲା। ଏ ସମ୍ପର୍କରେ ଖବର ପାଇ ଅନୁଗୋଳ ଅବକାରୀ ଇନ୍ସପେକ୍ଟର କରୁଣା ଶଙ୍କର ତିୱାରିଙ୍କ ନେତୃତ୍ୱରେ ଏକ ଟିମ ଆଜି ଚଢ଼ଉ କରି ବିପୁଳ ପରିମାଣର ମହୁଲି ମଦ ଓ ପୋଚ ଜବତ କରିଥିଲା। ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିଲା।

ଏହି ଖବର ପ୍ରଚାରିତ ହେବା ପରେ ମଦ ମାଫିଆଙ୍କ ସମର୍ଥକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଅଟକ ଲୋକଙ୍କୁ ଛାଡ଼ି ଦେବାକୁ ଦାବି କରିଥିଲେ। ମାତ୍ର ଅବକାରୀ ବିଭାଗର କାର୍ଯ୍ୟକର୍ତ୍ତାମାନେ ଅଭିଯୁକ୍ତଙ୍କୁ ଛାଡ଼ି ନଥିଲେ। ଠିକ୍‌ ଏତିକି ବେଳେ ୧୦ରୁ୧୫ ଜଣ ପୁରୁଷ ଓ ମହିଳା ସଂଘବଦ୍ଧ ଭାବେ ଅବକାରୀ ବିଭାଗ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ଏପରିକି ଢେଲା ପଥର ମାଡ଼ କରିଥିଲେ। ପରେ ଠେଙ୍ଗାରେ ଅବକାରି ବିଭାଗର ଗାଡ଼ି ଭାଙ୍ଗିରୁଜା କରିବା ସହ କର୍ମଚାରୀଙ୍କୁ ପିଟିଥିଲେ। ଜୀବନ ବିକଳରେ ଅବକାରୀ ବିଭାଗର କର୍ମଚାରୀମାନେ ଘଟଣା ସ୍ଥଳରୁ ପଳାଇ ଆସିଥିଲେ।

ଅବକାରୀ ବିଭାଗ ପକ୍ଷରୁ ଏନେଇ ଛେଣ୍ଡିପଦା ଥାନାରେ ଲିଖିତ ଅଭିଯୋଗ ହୋଇଛି। ଆହତ ଅବକାରୀ ବିଭାଗ କର୍ମଚାରୀଙ୍କୁ ଛେଣ୍ଡିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story