୩ରେ ଶ୍ରୀମନ୍ଦିର ଗର୍ଭଗୃହ ଯାଂଚ କରିବ ଟେକନିକାଲ କୋର କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୩ତାରିଖରେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହ ଓ ନାଟମଣ୍ଡପକୁ ଉଚ୍ଚସ୍ତରୀୟ ଟେକନିକାଲ କୋର କମିଟି ମିଳିତ ଭାବେ ଅନୁଧ୍ୟାନ କରିବେ । ଏହି ଯାଂଚ ସମୟରେ ପ୍ରତ୍ନତତ୍ତ୍ୱ ବିଭାଗର ଟିମ୍ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ରହିବେ । ଆସନ୍ତା ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ଏହି ଟେକନିକାଲ କୋର କମିଟି ଶ୍ରୀମନ୍ଦିରର ଗର୍ଭଗୃହ ଓ […]

jagannath-temple

Ordigital Desk
  • Published: Wednesday, 29 June 2022
  • , Updated: 29 June 2022, 07:54 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ଜୁଲାଇ ୩ତାରିଖରେ ପୁରୀସ୍ଥିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ଗର୍ଭଗୃହ ଓ ନାଟମଣ୍ଡପକୁ ଉଚ୍ଚସ୍ତରୀୟ ଟେକନିକାଲ କୋର କମିଟି ମିଳିତ ଭାବେ ଅନୁଧ୍ୟାନ କରିବେ । ଏହି ଯାଂଚ ସମୟରେ ପ୍ରତ୍ନତତ୍ତ୍ୱ ବିଭାଗର ଟିମ୍ ଓ ରାଜ୍ୟ ସରକାରଙ୍କ ଅଧିକାରୀମାନେ ଉପସ୍ଥିତ ରହିବେ ।

ଆସନ୍ତା ୧ ତାରିଖରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରା ଅନୁଷ୍ଠିତ ହେବ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ପୂର୍ବରୁ ଏହି ଟେକନିକାଲ କୋର କମିଟି ଶ୍ରୀମନ୍ଦିରର ଗର୍ଭଗୃହ ଓ ନାଟମଣ୍ଡପର ଯାଂଚ କରି ସେସବୁ ନିର୍ମାଣର ସ୍ଥିତି ଆକଳନ କରିବ । ଶ୍ରୀଜଗନ୍ନାଥ ମନ୍ଦିରର ଟେକନିକାଲ କୋର କମିଟି ଅଧ୍ୟକ୍ଷ ଭାବେ ଖଡ଼ଗପୁର ଆଇଆଇଟିର ସିଭିଲ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ପ୍ରଫେସର ଡକ୍ଟର ଏପି ଗୁପ୍ତା କାର୍ଯ୍ୟ କରୁଛନ୍ତି । ଏହି ଟେକନିକାଲ କମିଟିର ଯାଂଚ ପରେ ଏକ ଉଚ୍ଚସ୍ତରୀୟ ବୈଠକରେ ଉକ୍ତ ପ୍ରସଙ୍ଗରେ ଆଲୋଚନା ହେବ । ଯଦି କୌଣସି କାରଣରୁ ଗର୍ଭଗୃହ ଓ ନାଟମଣ୍ଡପର ମରାମତି ଆବଶ୍ୟକ ପଡ଼େ ତାହା କିଭଳି ସମ୍ପାଦନ ହେବ ସେ ଦିଗରେ ବିଚାରବିମର୍ଶ ହେବ ବୋଲି ସୂଚନା ମିଳିଛି ।

ଏହି ଟେକନିକାଲ କୋର କମିଟି ଦ୍ୱାରା ଗର୍ଭଗୃହ ଅନୁଧ୍ୟାନ ସମୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସମେତ ରାଜ୍ୟ ପୂର୍ତ୍ତ ବିଭାଗ,କେନ୍ଦ୍ର ପ୍ରତ୍ନତତ୍ତ୍ୱ ବିଭାଗର ଉଭୟ ବୈଷୟିକ ଓ ପ୍ରଶାସନିକ ଅଧିକାରୀମାନେ ଉପସ୍ଥିତ ରହିବେ । ରଥଯାତ୍ରା ସମୟରେ ଟେକନିକାଲ କମିଟି ଦ୍ୱାରା ଗର୍ଭଗୃହ ଯାଂଚ କରାଯାଇଥାଏ ।

Related story