ପିପିଲି ଉପନିର୍ବାଚନ: ୪ଟି ବୁଥ୍‌ରେ ଇଭିଏମ୍‌ ଅଚଳ, ସଜାଡ଼ିବା ପରେ ଚାଲିଲା ଭୋଟ୍‌ ଗ୍ରହଣ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଚାଲିଛି ଭୋଟ୍‌ ଗ୍ରହଣ। ସକାଳ ୭ଟାରୁ ବୁଥ୍‌ ଗୁଡ଼ିକରେ ଲୋକେ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ବେଳେ ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ଫଳରେ ଉକ୍ତ ବୁଥ୍‌ ଗୁଡ଼ିକରେ କିଛି ସମୟ ଧରି ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା। ୧୩୯-A, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି […]

Pipili Bypoll

Pipili Bypoll

Jitendra Garnayak
  • Published: Thursday, 30 September 2021
  • Updated: 30 September 2021, 09:42 AM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପିପିଲି ଉପନିର୍ବାଚନ ପାଇଁ ଆଜି ସକାଳୁ ଚାଲିଛି ଭୋଟ୍‌ ଗ୍ରହଣ। ସକାଳ ୭ଟାରୁ ବୁଥ୍‌ ଗୁଡ଼ିକରେ ଲୋକେ ସେମାନଙ୍କ ମତ ସାବ୍ୟସ୍ତ କରୁଥିବା ବେଳେ ୪ଟି ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ଫଳରେ ଉକ୍ତ ବୁଥ୍‌ ଗୁଡ଼ିକରେ କିଛି ସମୟ ଧରି ମତଦାନ ପ୍ରକ୍ରିୟା ପ୍ରଭାବିତ ହୋଇଥିଲା।

୧୩୯-A, ୧୭୭, ୧୮୮ ଓ ନୂଆଶାସନ ଦକ୍ଷିଣ ସାହିର ୨୦୩ ନମ୍ବର ବୁଥ୍‌ରେ ଇଭିଏମ୍ ଅଚଳ ହୋଇଯାଇଥିଲା। ତେବେ ଏଗୁଡ଼ିକୁ ସଜାଡ଼ିବା ପରେ ପୁଣି ମତଦାନ ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ମୋଟ ଉପରେ ସକାଳ ୯ଟା ସୁଦ୍ଧା ୭.୮ ପ୍ରତିଶତ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥିବା ଜଣାପଡ଼ିଛି।

ଏହି ଉପନିର୍ବାଚନରେ ମୋଟ ୨ଲକ୍ଷ ୨୯ ହଜାର ୯୯୮ ଜଣ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିବେ। ଏଥିପାଇଁ ୩୪୮ ବୁଥ୍ କରାଯାଇଛି। ୩୪୮ଟି ବୁଥ୍‌ ମଧ୍ୟରୁ ୨୦୧ଟି ସମ୍ବେଦଶୀଳ ରହିଛି। କୌଣସି ପ୍ରକାର ଗଡ଼ବଡ଼କୁ ରୋକିବା ପାଇଁ ଏହି ସମ୍ବେଦନଶୀଳ ବୁଥ୍ ଗୁଡ଼ିକ ମଧ୍ୟରୁ ୧୭୫ଟିରେ ୱେବ୍‌କାଷ୍ଟିଂ ଓ ୧୨ଟିରେ ଭିଡିଓଗ୍ରାଫି ବ୍ୟବସ୍ଥା ହୋଇଛି। ସେହିପରି ୨୩ଟି ବୁଥ୍‌ରେ ମାଇକ୍ରୋ ଅବଜରଭର୍ ମୁତୟନ ହୋଇଛନ୍ତି।

ସମସ୍ତ ବୁଥ୍‌ରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଦୁଇ ହଜାରରୁ ଅଧିକ ପୁଲିସ୍ ଫୋର୍ସଙ୍କୁ ସୁରକ୍ଷା ଦାୟିତ୍ୱରେ ନିୟୋଜିତ କରାଯାଇଛି। ସେମାନଙ୍କ ମଧ୍ୟରେ ୩ କମ୍ପାନୀ ବିଏସ୍‌ଏଫ୍ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos