ବିମାନରେ ତ୍ରୁଟି; ଦୋହଲି ଦୋହଲି ଉଡ଼ିଲା ଦେଢ଼ ଘଣ୍ଟା

ଭୁବନେଶ୍ୱର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ 6E-489 ବିମାନ। ଠିକ୍ ଭାବେ ଉଡ଼ାଣ ଆରମ୍ଭ କରିବା ପରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଉଡୁଥିବା ଅବସ୍ଥାରେ ବିମାନ ଦୋହଲିବାକୁ ଆରମ୍ଭ କରିଥିଲା। ତେବେ ଲ୍ୟାଣ୍ଡିଂ କରିପାରି ନ ଥିଲା। ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରି ପାଇଲଟ୍ ଫେଲ୍ ମାରିଥିଲେ।  ତେଣୁ ଦିଲ୍ଲୀ ଆକାଶରେ ବିମାନ ୪୫ ମିନିଟ୍ ଧରି ଉଡ଼ିବା ସହିତ ଦୋହଲି ଥିଲା। ଫଳରେ ଅନେକ ଯାତ୍ରୀଙ୍କର ବାନ୍ତି ହୋଇଯାଇଥିଲା। ଦୀର୍ଘ ଦେଢ଼ […]

indigo

Rakesh Mallick
  • Published: Thursday, 27 April 2017
  • , Updated: 27 April 2017, 01:41 PM IST

ଭୁବନେଶ୍ୱର: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଇଣ୍ଡିଗୋ 6E-489 ବିମାନ। ଠିକ୍ ଭାବେ ଉଡ଼ାଣ ଆରମ୍ଭ କରିବା ପରେ ତ୍ରୁଟି ପରିଲକ୍ଷିତ ହୋଇଥିଲା। ଉଡୁଥିବା ଅବସ୍ଥାରେ ବିମାନ ଦୋହଲିବାକୁ ଆରମ୍ଭ କରିଥିଲା। ତେବେ ଲ୍ୟାଣ୍ଡିଂ କରିପାରି ନ ଥିଲା। ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରି ପାଇଲଟ୍ ଫେଲ୍ ମାରିଥିଲେ।  ତେଣୁ ଦିଲ୍ଲୀ ଆକାଶରେ ବିମାନ ୪୫ ମିନିଟ୍ ଧରି ଉଡ଼ିବା ସହିତ ଦୋହଲି ଥିଲା। ଫଳରେ ଅନେକ ଯାତ୍ରୀଙ୍କର ବାନ୍ତି ହୋଇଯାଇଥିଲା। ଦୀର୍ଘ ଦେଢ଼ ଘଣ୍ଟା ପରେ ଜୟପୁର ବିମାନବନ୍ଦରରେ ଏହା ଲ୍ୟାଣ୍ଡିଂ କରିଥିଲା। ପ୍ରିୟବ୍ରତ ମାଝୀ ନାମକ ଜଣେ ଯାତ୍ରୀ ଏହି ସୂଚନା ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଅଛନ୍ତି।

ତେବେ ଏନେଇ ବିମାନବବନ୍ଦର କର୍ତ୍ତୃପକ୍ଷ କିମ୍ବା ଇଣ୍ଡିଗୋର ପ୍ରତିକ୍ରିୟା ମିଳିପାରିନାହିଁ।

Related story