୭ ବର୍ଷରେ ସୁଧୁରିଲାନି ତହସିଲର ଚିତ୍ର, ଏବେ ଥାନା ଓ ଡାକ୍ତରଖାନା ଭେଳିକି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଞ୍ଚମଥର କ୍ଷମତାକୁ ଆସିବାପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ‘ଫାଇଭ୍-ଟି’ ଓ ‘ମୋ ସରକାର’ ଭଳି କାର୍ଯ୍ୟକ୍ରମମାନ ହାତକୁ ନେଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଉଦ୍ୟମ କରିଛି। ତେବେ ଗତ ୭ବର୍ଷ ମଧ୍ୟରେ ତହସିଲ ଅଫିସରେ ସାଧାରଣ ଲୋକଙ୍କୁ ତ୍ୱରିତ୍ ମୌଳିକ ସେବା ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଥାନା ଓ ଡାକ୍ତରଖାନାରେ ଉନ୍ନତମାନର ସେବା ଯୋଗାଣର ଭେଳିକି ଆପଣାଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ତର୍ଗତ […]

private medical closed tomorrow in odisha

Manoranjan Sial
  • Published: Saturday, 05 October 2019
  • Updated: 05 October 2019, 08:53 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ପଞ୍ଚମଥର କ୍ଷମତାକୁ ଆସିବାପରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ‘ଫାଇଭ୍-ଟି’ ଓ ‘ମୋ ସରକାର’ ଭଳି କାର୍ଯ୍ୟକ୍ରମମାନ ହାତକୁ ନେଇ ସାଧାରଣ ଲୋକଙ୍କ ଆସ୍ଥାଭାଜନ ହେବା ପାଇଁ ଉଦ୍ୟମ କରିଛି। ତେବେ ଗତ ୭ବର୍ଷ ମଧ୍ୟରେ ତହସିଲ ଅଫିସରେ ସାଧାରଣ ଲୋକଙ୍କୁ ତ୍ୱରିତ୍ ମୌଳିକ ସେବା ପ୍ରଦାନରେ ବିଫଳ ହୋଇଥିବା ରାଜ୍ୟ ସରକାର ଏବେ ଥାନା ଓ ଡାକ୍ତରଖାନାରେ ଉନ୍ନତମାନର ସେବା ଯୋଗାଣର ଭେଳିକି ଆପଣାଇଛନ୍ତି। ‘ମୋ ସରକାର’ କାର୍ଯ୍ୟକ୍ରମ ଅନ୍ତର୍ଗତ ଥାନା ଓ ଡାକ୍ତରଖାନାରେ ଗାନ୍ଧି ଜୟନ୍ତୀରୁ ଆରମ୍ଭ ହୋଇଥିବା ‘ନୂଆ ବୋତଲରେ ପୁରୁଣା ମଦ’ ପରିକଳ୍ପନା ଏବେ ଆବଶ୍ୟକ ଭିତ୍ତିଭୂମି ଅଭାବରୁ ବିଫଳ ହେବାକୁ ବସିଛି।

ସୂଚନା ଅନୁସାରେ, ୨୦୧୨ ମସିହାରୁ ଓଡ଼ିଶା ଜନସେବା ଅଧିକାର ଆଇନ ଓ ଦଣ୍ଡବିଧାନ ବ୍ୟବସ୍ଥା ସତ୍ତେ୍ୱ ଗତ ତହସିଲ ଓ ସବରେଜିଷ୍ଟ୍ରି କାର୍ଯ୍ୟାଳୟରେ ସାଧାରଣ ଲୋକଙ୍କୁ ନିର୍ଦ୍ଧିଷ୍ଟ ଅବଧି ମଧ୍ୟରେ ୩୧ଟି ସରକାରୀ ସେବା ପ୍ରଦାନ କରିବାରେ ରାଜ୍ୟ ସରକାର ସଫଳ ହୋଇପାରିନାହାନ୍ତି। ଯଦିଓ ଜନମଙ୍ଗଳ ଗଣତାନ୍ତ୍ରିକ ରାଷ୍ଟ୍ରରେ ସାଧାରଣ ଲୋକଙ୍କୁ ଉନ୍ନତମାନର ସରକାରୀ ସେବା ଯୋଗାଇବା ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ପ୍ରସ୍ତୁତ କରିବା ଦାୟିତ୍ୱ ରାଜ୍ୟ ସରକାରଙ୍କ ଦାୟିତ୍ୱ। ସାଧାରଣ ଲୋକଙ୍କୁ ସେବା ପ୍ରଦାନ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ସୁଦୃଢ଼ କରିବା ପାଇଁ ଦୀର୍ଘ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ନବୀନ ପଟ୍ଟନାୟକ ସରକାରକୁ ଢ଼େର୍ ସମୟ ମିଳିସାରିଛି। ଆବଶ୍ୟକ ଭିତ୍ତିଭୂମି ଅଭାବରୁ ଓଡ଼ିଶାରେ ଜନସେବା ଅଧିକାର ଆଇନ ବିଫଳ ହୋଇଥିବାବେଳେ ଦୀର୍ଘ ଦୁଇ ଦଶନ୍ଧିର ଶାସନକାଳରେ ଉକ୍ତ ଭିତ୍ତିଭୂମିକୁ ନସୁଧାରି ସାଧାରଣ ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏବେ ‘ମୋ ସରକାର’ ନାଁରେ ନୂଆ ଭେଳିକି ଦେଖାଇବାକୁ ଉଦ୍ୟମ କରିଛନ୍ତି। ଭିତ୍ତିଭୂମି ନଥିବାରୁ ‘ମୋ ସରକାର’ରେ ସାମିଲ ଡାକ୍ତରଖାନାରେ ଆମ୍ବୁଲାନ୍ସ ସେବା ପ୍ରଦାନରେ ଅବହେଳା ଯୋଗୁ ମୟୂରଭଞ୍ଜରେ ଗର୍ଭବତୀ ମା’ ଓ ଶିଶୁର ଅକାଳରେ ମୃତ୍ୟୁ ହୋଇଥିବାବେଳେ ଡାକ୍ତର ନଥିବାରୁ ରେମୁଣା ହସ୍ପିଟାଲରେ ଲୋକଙ୍କ ଆକ୍ରୋଶ ଦେଖିବାକୁ ମିଳିଛି ।

ତେବେ ପ୍ରଶ୍ନ ଉଠୁଛି, ମୋ ସରକାର କାର୍ଯ୍ୟକ୍ରମ ପୂର୍ବରୁ ଆବଶ୍ୟକ ଭିତ୍ତିଭୂମିକୁ ସଜାଡ଼ିବାକୁ ରାଜ୍ୟ ସରକାର ପଦକ୍ଷେପ ନେଲେ ନାହିଁ କାହିଁକି । ଗତ ଦୁଇ ଦଶନ୍ଧି ଧରି କ୍ଷମତାରେ ଥିବା ସରକାର ପାଇଁ କ’ଣ ସମୟର ଅଭାବ ପଡ଼ିଲା ନା ଦୂରଦୃଷ୍ଟି ଅଭାବରୁ ଏବେବି ଭିତ୍ତିଭୂମିରେ ସୁଧାର ଆସିପାରିନି ।

ଉଦାହରଣ ସ୍ୱରୂପ, ଓଡ଼ିଶା ଜନସେବା ଅଧିକାର ଆଇନ କାର୍ଯ୍ୟକାରୀ ହେବାପରେ ୨୦୧୨ ଜୁଲାଇ ୨୮ତାରିଖରେ ତକ୍ରାଳୀନ ମୁଖ୍ୟ ସଚିବ ବିଜୟ କୁମାର ପଟ୍ଟନାୟକ ଓ ୨୦୧୭ ଅଗଷ୍ଟ ୨୯ରେ ତତକାଳୀନ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସାଧାରଣ ଲୋକମାନେ କିଭଳି ତହସିଲ ଓ ରେଜିଷ୍ଟ୍ରି ଅଫିସରେ ନିର୍ଦ୍ଦିଷ୍ଟ ଅବଧିରେ ସରକାରୀ ସେବା ପାଇବେ ସେ ନେଇ ତାଗିଦ୍ କରିଥିଲେ । ଏପରିକି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ନିଜେ ୨୦୧୭ ମସିହାରେ ଜିଲ୍ଲାପାଳ ସମ୍ମିଳନୀରେ ସରକାରୀ ସେବା ପ୍ରଦାନରେ ପ୍ରଶାସନିକ କର୍ତ୍ତୃପକ୍ଷ ବା ସରକାରୀ କର୍ମଚାରୀଙ୍କ ଆଚରଣରେ ସୁଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ନିର୍ଦ୍ଦେଶରେ ତହସିଲ ଓ ରେଜିଷ୍ଟ୍ରି ଅଫିସରେ ‘ମହିଳାଙ୍କୁ ସୁହାଇବା ଭଳି ପରିବେଶ ସୃଷ୍ଟି’ ଓ ‘ସମସ୍ତଙ୍କ ପାଇଁ ହେଲପଡେସ୍କ’ ଭଳି ଭିତ୍ତିଭୂମି ସ୍ଥାପନ ନିମନ୍ତେ ତାଗିଦ୍ କରାଯାଇଥିଲା। ମହିଳାଙ୍କ ପାଇଁ ପ୍ରତ୍ୟେକ ତହସିଲ ଓ ରେଜିଷ୍ଟ୍ରି ଅଫିସରେ ଗୋଟିଏ ୱେଟିଂରୁମ୍ , ବସିବା ପାଇଁ ସିଟ୍, ପାନୀୟ ଜଳ ଓ ଶୌଚାଳୟ ସୁବିଧା କରିବାକୁ କୁହାଯାଇଥିଲା। ଏପରିକି ଯଦି ରୁମ୍ ନଥିବ ତା’ହେଲେ ଜିଲ୍ଲାପାଳଙ୍କ ମାଧ୍ୟମରେ ଏନେଇ ଆବଶ୍ୟକ ଅର୍ଥ ରାଜ୍ୟ ସରକାର ଯୋଗାଇ ଦେବେ ବୋଲି ରାଜସ୍ୱ ସଚିବ ୨୦୧୭ ଜୁଲାଇ ୪ତାରିଖରେ ଜିଲ୍ଲାପାଳମାନଙ୍କୁ ଚିଠି ଲେଖି ଜଣାଇଥିଲେ। ୨୦୧୮ ଫେବୃୟାରୀ ୨୪ତାରିଖରେ ମଧ୍ୟ ଜିଲ୍ଲାପାଳମାନଙ୍କୁ ତୁରନ୍ତ ପ୍ରତ୍ୟେକ ତହସିଲର ମୁଖ୍ୟ ଗେଟ୍ ନିକଟରେ ପ୍ରଶିକ୍ଷିତ କର୍ମଚାରୀଙ୍କ ମାଧ୍ୟମରେ ‘ହେଲପଡେସ୍କ’ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଥିଲା। ଯେଉଁଠି ସାଧାରଣ ଲୋକଙ୍କୁ ସବୁପ୍ରକାରର ସହାୟତା ମିଳିପାରିବ। ମାତ୍ର ରାଜ୍ୟର ୩୧୭ଟି ତହସିଲ କାର୍ଯ୍ୟାଳୟ ମଧ୍ୟରୁ ୧୦% ତହସିଲରେ ଏସବୁ ସୁବିଧା ଥିବକି ନାହିଁ ସନ୍ଦେହ। ତେଣୁ ୭ବର୍ଷ ଧରି ତହସିଲରେ ସେବା ଯୋଗାଣରେ ସୁଧାର କରିପାରିନଥିବା ରାଜ୍ୟ ସରକାର ଏବେ ସାଧାରଣ ଲୋକଙ୍କ ଦୈନନ୍ଦିନ ସମସ୍ୟା ସହ ଜଡ଼ିତ ଥାନା ଓ ଡାକ୍ତରଖାନାରେ ସେବାରେ କିଭଳି ସୁଧାର ଆଣିବେ ତାକୁ ନେଇ ପ୍ରଶ୍ନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story