ସରକାରୀ ହସ୍ପିଟାଲରେ ପୁଣି ଆରମ୍ଭ ହେଲା ଟେଲିମେଡିସିନ୍ ସେବା, ନମ୍ବର ଜାରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ୧୦ହଜାର ଟପିବା ପରେ ରାଜ୍ୟ ସରକାର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ବର୍ହିବିଭାଗ ରୋଗୀ(ଓପିଡି)ଙ୍କ ସଂଖ୍ୟା ହ୍ରାସ ପାଇଁ ତୁରନ୍ତ ଟେଲିମେଡିସିନ୍ ସେବା ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଓପିଡିଗୁଡ଼ିକ ନିର୍ଦ୍ଧାରିତ ସମୟ ପାଇଁ ଖୋଲିବାକୁ କୁହାଯାଇଛି। ଏଥିପାଇଁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ହସ୍ପିଟାଲ, […]

hospitals.jpg1

Ordigital Desk
  • Published: Thursday, 13 January 2022
  • , Updated: 13 January 2022, 10:27 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଆଜି ୧୦ହଜାର ଟପିବା ପରେ ରାଜ୍ୟ ସରକାର ସମସ୍ତ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ବର୍ହିବିଭାଗ ରୋଗୀ(ଓପିଡି)ଙ୍କ ସଂଖ୍ୟା ହ୍ରାସ ପାଇଁ ତୁରନ୍ତ ଟେଲିମେଡିସିନ୍ ସେବା ଆରମ୍ଭ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହିତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଓପିଡିଗୁଡ଼ିକ ନିର୍ଦ୍ଧାରିତ ସମୟ ପାଇଁ ଖୋଲିବାକୁ କୁହାଯାଇଛି।

ଏଥିପାଇଁ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ, ଜିଲ୍ଲା ମୁଖ୍ୟ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ ଓ ଆରଜିଏଚ୍ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲି ଟେଲିମେଡିସିନ୍ ସେବା ଆରମ୍ଭ କରିବାକୁ ଓ ରୋଷ୍ଟର ଡ୍ୟୁଟି ମାଧ୍ୟମରେ ଡାକ୍ତର, ବିଶେଷଜ୍ଞମାନଙ୍କ ମାଧ୍ୟମରେ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଛନ୍ତି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲା ମୁଖ୍ୟ ହସ୍ପିଟାଲ, କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍ ହସ୍ପିଟାଲ ଓ ମେଡିକାଲ କଲେଜଗୁଡ଼ିକରେ ଏକ କମିଟି ଗଠନ କରାଯିବ, ଯାହାର ମୁଖ୍ୟ ଜଣେ ନୋଡାଲ ଅଫିସର ରହିବେ । ସେ ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ ଟେଲିମେଡିସିନ୍ ସେବାକୁ ତଦାରଖ କରିବେ । ଉତ୍ତମ ସମନ୍ୱୟ ପାଇଁ କଂଟ୍ରୋଲ ରୁମ୍‌ରେ ନୋଡାଲ ଅଫିସରଙ୍କ ହ୍ୱାଟସଅପ୍ ନମ୍ବର ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

କଟକ, ବ୍ରହ୍ମପୁର ଓ ବୁର୍ଲା ମେଡିକାଲ କଲେଜ ଓ ହସ୍ପିଟାଲ ଏବଂ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ୨୪ଘଣ୍ଟିଆ ଟେଲିମେଡିସିନ୍ ସେବା ଖୋଲିବାକୁ କୁହାଯାଇଥିବାବେଳେ ଅନ୍ୟ ୪ଟି ନୂଆ ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲ ସମେତ ଆରଜିଏଚ୍ ଓ କ୍ୟାପିଟାଲ ହସ୍ପିଟାଲରେ ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏହି ଟେଲିମେଡିସିନ୍ ସେବା ଉନ୍ମୁକ୍ତ ରହିବ । ସେହିପରି ସମସ୍ତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ଓପିଡି ସେବା ସକାଳ ୮ଟାରୁ ୧୨ଟା ଓ ଅପରାହ୍ନ ୪ଟାରୁ ୬ଟା ପର୍ଯ୍ୟନ୍ତ ଖୋଲା ରହିବ । ସମସ୍ତ ଜିଲ୍ଲା ହସ୍ପିଟାଲଗୁଡ଼ିକରେ ଟେଲିମେଡିସିନ୍ ସେବା ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏହି ସମସ୍ତ ସେବା ଇ-ସଞ୍ଜିବନୀ ପ୍ଲାଟଫର୍ମରେ ନିର୍ଦ୍ଧାରିତ ଅବଧିରେ ଯୋଗାଇ ବୋକୁ ପରାମର୍ଶ ଦିଆଯାଇଛି।

ଟେଲିମେଡିସିନ ସେବା ପାଇଁ କଲ କରୁଥିବା ବ୍ୟକ୍ତିମାନଙ୍କର ଠିକଣା, ସେମାନଙ୍କର ଅଭିଭାବକ(ନାବାଳକ ହୋଇଥିଲେ), ବୟସ, ଲିଙ୍ଗ, ଠିକଣା ଆଦିର ରେଜିଷ୍ଟର ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ରୋଗୀଙ୍କ ଗୋପନୀୟତାକୁ ବଜାୟ ରଖିବା ଉପରେ ହସ୍ପିଟାଲ କର୍ତ୍ତୃପକ୍ଷ ଗୁରୁତ୍ୱ ଦେବେ । ଟେଲି ମେଡିସିନ ସେବା ଯୋଗାଇବାବେଳେ ରୋଗୀଙ୍କ ଚିକିତ୍ସା ଓ ଅନ୍ୟାନ୍ୟ ପ୍ରଶ୍ନ ସମ୍ପର୍କରେ ଡାକ୍ତର ପଚାରି ପାରିବେ । ଯଦି ଗୁରୁତର ପରିସ୍ଥିତିରେ ସମ୍ପୂର୍ଣ୍ଣ ପରାମର୍ଶ ଦେଇ ହେବ ନାହିଁ ତା’ହେଲେ ପ୍ରାଥମିକ ଚିକିତ୍ସା, ଜୀବନରକ୍ଷକ ପଦକ୍ଷେପ ଆଦି ଦେଇ ତାଙ୍କୁ ହସ୍ପିଟାଲକୁ ସ୍ଥାନାନ୍ତର ହେବାକୁ ଡାକ୍ତର କହିପାରିବେ।

ଯଦି ରୋଗୀଙ୍କର ଅବସ୍ଥା ଭଲ ନଥିବ,ତା’ହେଲେ ଡାକ୍ତର ସେ ଦିଗରେ ଆବଶ୍ୟକ ପରାମର୍ଶ ଦେଇପାରିବେ । ଯଦି ଏହି କଲ ସେଣ୍ଟରକୁ କେହି ଖରାପ ଅବା ଅନାବଶ୍ୟକ କଲ୍ କରି ପ୍ରଶ୍ନ ପଚାରୁଥିବେ ତାଙ୍କ ସହ ଭଦ୍ରାମି ସହ କଥା ହୋଇ କଲ୍ ସଂଯୋଗ ବିଚ୍ଛିନ୍ନ କରିବାକୁ ସରକାର କହିଛନ୍ତି । ଏହି ଟେଲିମେଡିସିନ୍ ସେବା ନିମନ୍ତେ ରାଜ୍ୟ ସରକାର ଆଜି ଗାଇଡଲାଇନ୍ ଜାରି କରିବା ସହ ପ୍ରତ୍ୟେକ ହସ୍ପିଟାଲର ନମ୍ବର ମଧ୍ୟ ଜାରି କରିଛନ୍ତି ।

Related story