ତେଲେଙ୍ଗାପଦର ଜଙ୍ଗଲରୁ ୪୦ କେଜି ଓଜନର ବାଲ୍‌ଟି ବୋମା ଜବତ

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର ତେଲେଙ୍ଗାପଦର ଜଙ୍ଗଲରୁ ଆଜି ୪୦ କେଜି ଓଜନର ବାଲ୍‌ଟି ବୋମା ଜବତ କରାଯାଇଛି। ଅଡ଼ବା ପୋଲିସ୍ ଡିଭିଏଫ୍‌ ପକ୍ଷରୁ ମିଳିତ କମ୍ବିଂ ଚାଲିଥିବା ବେଳେ ଏହି ବୋମାକୁ ଜବତ କରାଯାଇଥିଲା। ଜବତ କରାଯିବା ପରେ ଏହାକୁ ନିଷ୍କ୍ରିୟ କରି ଦିଆଯାଇଥିଲା। ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳରେ ପୋଲିସ୍ କମ୍ବିଂକୁ […]

mohana-bomb

Rakesh Mallick
  • Published: Sunday, 07 August 2016
  • , Updated: 07 August 2016, 01:47 PM IST

ମୋହନା: ଗଜପତି ଜିଲ୍ଲା ଅଡ଼ବା ଥାନା ଅନ୍ତର୍ଗତ ପାଣିଗଣ୍ଡା ପଞ୍ଚାୟତର ତେଲେଙ୍ଗାପଦର ଜଙ୍ଗଲରୁ ଆଜି ୪୦ କେଜି ଓଜନର ବାଲ୍‌ଟି ବୋମା ଜବତ କରାଯାଇଛି। ଅଡ଼ବା ପୋଲିସ୍ ଡିଭିଏଫ୍‌ ପକ୍ଷରୁ ମିଳିତ କମ୍ବିଂ ଚାଲିଥିବା ବେଳେ ଏହି ବୋମାକୁ ଜବତ କରାଯାଇଥିଲା। ଜବତ କରାଯିବା ପରେ ଏହାକୁ ନିଷ୍କ୍ରିୟ କରି ଦିଆଯାଇଥିଲା।

ଜୁଲାଇ ୨୮ ତାରିଖରୁ ଅଗଷ୍ଟ ୩ ପର୍ଯ୍ୟନ୍ତ ମାଓବାଦୀମାନେ ସହିଦ ସପ୍ତାହ ପାଳନ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଏ ଅଞ୍ଚଳରେ ପୋଲିସ୍ କମ୍ବିଂକୁ ଜୋରଦାର କରିଥିଲା। ତେଣୁ ପୋଲିସ୍‌କୁ ଟାର୍ଗେଟ କରି ଏହି ବାଲ୍‌ଟି ବୋମାକୁ ମାଓବାଦୀମାନେ ରଖିଥିଲେ ବୋଲି ଅନୁମାନ କରାଯାଉଛି।

Related story