ପାରଦ ଟପିଲା ୪୦ ଡିଗ୍ରୀ

ଭୁବନେଶ୍ୱର: ମାର୍ଚ୍ଚ ମାସ ନସରୁଣୁ ପାରା ଛୁଇଁଲାଣି ୪୦ ଡିଗ୍ରୀ । ରାଜ୍ୟର ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଆଜି ପାରଦ ୪୦.୫ ଡିଗ୍ରୀ ରହିଥିଲା । ସକାଳ ୧୦ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇପଡିଲାଣି । ଟିଟିଲାଗଡ ତଳକୁ ରହିଛି ଅନୁଗୁଳ ଓ ଭବାନୀପାଟଣା । ଅନୁଗୁଳରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସୋନପୁର, ମାଲକାନାଗିରି, ସମ୍ବଲପୁର, ଝାରସୁଗୁଡା ଓ କଟକରେ […]

heat-wave-bbsr

Rakesh Mallick
  • Published: Thursday, 23 March 2017
  • , Updated: 23 March 2017, 10:18 PM IST

ଭୁବନେଶ୍ୱର: ମାର୍ଚ୍ଚ ମାସ ନସରୁଣୁ ପାରା ଛୁଇଁଲାଣି ୪୦ ଡିଗ୍ରୀ । ରାଜ୍ୟର ତତଲାଗଡ ଭାବେ ପରିଚିତ ଟିଟିଲାଗଡରେ ଆଜି ପାରଦ ୪୦.୫ ଡିଗ୍ରୀ ରହିଥିଲା । ସକାଳ ୧୦ଟା ପରେ ପଦାକୁ ବାହାରିବା କଷ୍ଟକର ହୋଇପଡିଲାଣି । ଟିଟିଲାଗଡ ତଳକୁ ରହିଛି ଅନୁଗୁଳ ଓ ଭବାନୀପାଟଣା । ଅନୁଗୁଳରେ ତାପମାତ୍ରା ୩୯.୭ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଭବାନୀପାଟଣାରେ ୩୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସୋନପୁର, ମାଲକାନାଗିରି, ସମ୍ବଲପୁର, ଝାରସୁଗୁଡା ଓ କଟକରେ ତାପମାତ୍ରା ୩୮ ଡିଗ୍ରୀ ଛୁଇଁଥିଲା । କାଜଧାନୀ ଭୁବନେଶ୍ୱରରେ ତାପମାତ୍ରା ଥିଲା ୩୭.୭ ଡିଗ୍ରୀ । ଆଗକୁ ଖରା ଆହୁରି ବଢିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ ବିଭାଗ ।

Related story