ରାଜ୍ୟର ଏହି ଦୁଇ ସହର ସବୁଠାରୁ ଉତ୍ତପ୍ତ: ରାଜଧାନୀର ପାରଦ ଛୁଇଁଲା ....

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ମାର୍ଚ୍ଚ ମାସ ଚାଲିଛି। ମାତ୍ର ଦେହକୁ ଖରା ଚାଇଁ ଚାଇଁ ମାରୁଛି। ବାହାରକୁ ବାହାରି ହେଉନାହିଁ। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ ଶାନ ହୋଇଯାଉଛି। ରାତିରେ ଗୁଳୁଗୁଳି ଲାଗୁଛି। ପାଣିପାଗ ବିଭାଗ ସୂଚନା ମୁତାବକ, ଆଜି ରାଜ୍ୟର ଉତ୍ତପ୍ତ ସହର ହେଉଛି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼। ଏଠାରେ ତାପମାତ୍ର ୪୦.୫ ଡିଗ୍ରୀ ରହିଛି। ତାହା ତଳକୁ ସମ୍ୱଲପୁର ରହିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗରମ ଅନୁଭୂତ ହୋଇଛି। ଏଠାରେ […]

bhubaneswar-temperature,,

Rakesh Mallick
  • Published: Wednesday, 14 March 2018
  • , Updated: 14 March 2018, 07:10 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଏବେ ମାର୍ଚ୍ଚ ମାସ ଚାଲିଛି। ମାତ୍ର ଦେହକୁ ଖରା ଚାଇଁ ଚାଇଁ ମାରୁଛି। ବାହାରକୁ ବାହାରି ହେଉନାହିଁ। ଦିନ ୧୧ଟା ବେଳକୁ ରାସ୍ତାଘାଟ ଶୂନ ଶାନ ହୋଇଯାଉଛି। ରାତିରେ ଗୁଳୁଗୁଳି ଲାଗୁଛି। ପାଣିପାଗ ବିଭାଗ ସୂଚନା ମୁତାବକ, ଆଜି ରାଜ୍ୟର ଉତ୍ତପ୍ତ ସହର ହେଉଛି ତତଲାଗଡ଼ ଭାବେ ପରିଚିତ ଟିଟିଲାଗଡ଼। ଏଠାରେ ତାପମାତ୍ର ୪୦.୫ ଡିଗ୍ରୀ ରହିଛି। ତାହା ତଳକୁ ସମ୍ୱଲପୁର ରହିଛି। ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ଗରମ ଅନୁଭୂତ ହୋଇଛି। ଏଠାରେ ତାପମାତ୍ରା ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କହିଛି।

ତାଳଚେର ୩୯.୯ ଡିଗ୍ରୀ, ଅନୁଗୋଳର ୩୯.୭, ମାଲକାନଗିରି ୩୯.୬, ବାରିପଦାର ୩୯.୪ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି। ବଲାଙ୍ଗିରର ୩୯.୩, ଝାରସୁଗୁଡ଼ାର ୩୯.୨, ହୀରାକୁଦ ୩୯.୧, ସୋନପୁର ୩୯.୦, ଢେଙ୍କାନାଳର ୩୮.୦, ଭବାନୀପାଟଣାରେ ୩୮.୦, କଟକରେ ୩୭.୮, ସୁନ୍ଦରଗଡ଼ର ୩୭.୫, ଚାନ୍ଦବାଲି ୩୭.୨, ଫୁଲବାଣୀ ୩୬.୮,  କୋରାପୁଟରେ ୩୬.୬, ବାଲେଶ୍ୱରର ତାପମାତ୍ରା ୩୬ ଡିଗ୍ରୀ ସେଲ୍‌ସିୟସ୍‌ ରହିଛି।

Related story