ବଲାଙ୍ଗିର (ସସ୍ମିତା ସାହୁ): ଦୀର୍ଘ ୩ ମାସ ଧରି ତତଲା ତାୱା ପରି ସିଝୁଥିଲା ବଲାଙ୍ଗିର ସହରର ଲୋକଙ୍କୁ କିଛି ଆସ୍ୱସ୍ତି ମିଳିଛି। କାଳ ବୈଶାଖୀ ହେଉ କି ପ୍ରାକ୍ ମୌସୁମୀର ପ୍ରଭାବରେ ବର୍ଷା, ବଲାଙ୍ଗିର ସହରର ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇଛି। ଗତ ଦୁଇଦିନ ହେବ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଳ୍ପ ବହୁତ ବର୍ଷା ହୋଇଛି। ଫଳରେ ତାପମାତ୍ରା କମିଛି।
ସୂଚନାଯୋଗ୍ୟ, ଚଳିତବର୍ଷ ବଲାଙ୍ଗିରରେ ଅସହ୍ୟ ଗରମ ହେଉଥିଲା। ୩ ମାସ ହେବ ବଲାଙ୍ଗିର ତାପମାତ୍ର ପ୍ରାୟତଃ ୪୦ ଡିଗ୍ରୀ ସେଲସିୟସ ଉପରେ ରହୁଥିଲା। ଫଳରେ ଲୋକେ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଇଥିଲେ। ଦିନ ୯ଟା ପରେ ଘରୁ ବାହାରିବା କଷ୍ଟକର ହୋଇଯାଉଥିଲା। ଅତ୍ୟନ୍ତ ଜରୁରୀ କାମ ନଥିଲେ, ଲୋକେ ଘରୁ ବାହାରକୁ ଯିବାକୁ ଲୋକେ ଉଚିତ ମଣୁ ନଥିଲେ। ଦିନ ୧୧ଟା ପରେ ରାସ୍ତାଘାଟ ଶୂନଶାନ ହୋଇଯିବା ସହ ଦୋକାନ ବଜାର ବନ୍ଦ ହୋଇଯାଉଥିଲା। ଏବେ ବର୍ଷା ଆରମ୍ଭ ହୋଇଯାଇଥିବାରୁ ଲୋକଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ତାପମାତ୍ରା ଟିକେ କମିଥିବାରୁ ଜିଲ୍ଲାରେ ସ୍ୱାଭାବିକ ସ୍ଥିତି ଫେରୁଥିବା ଦେଖିବାକୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Miscellaneous
ଉଦୟଗିରି ଓ ରତ୍ନଗିରିରେ ଏକାଠୀ ହେଲେ ୧୭ ଦେଶର ୧୫୦୦ ବୌଦ୍ଧ ଧର୍ମାବଲମ୍ବୀ
ଆସନ୍ତା ୧୬ ତାରିଖରେ ଏହି କାର୍ଯ୍ୟକ୍ରମ ଉଦ୍ଯାପିତ ହେବ। ଏଥିରେ ବାଚସ୍ପତି ସୁରମା ପାଢୀ ଓ ଉପମୁଖ୍ୟ ମନ୍ତ୍ରୀ ପ୍ରଭାତୀ ପରିଡା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।
Entertainment
ମଞ୍ଚରେ ଚଢ଼ିବେନି ସାହୁ ଭାଉଜ, ନିଶା ମହାରଣାଙ୍କ ଭଳି ନୃତ୍ୟାଙ୍ଗନା
ଯାତ୍ରା ମହାକୁମ୍ଭରେ ହେବନି ଅଶ୍ଲୀଳ ନୃତ୍ୟ। ଆଜି ଖଣ୍ଡଗିରି ଥାନା ପରିସରରେ ବସିଥିବା ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ବାରମ୍ବାର ଅଭିଯୋଗ ପରେ ମଧ୍ୟ ଯାତ୍ରା ଜଗତକୁ କଳଙ୍କିତ କରୁଥିଲେ କିଛି ନୃତ୍ୟଶିଳ୍ପୀ।
Miscellaneous
ଭାରତ ସରକାରଙ୍କ କ୍ୟାଲେଣ୍ଡରରେ ମୋଦିଙ୍କ ସହ ତୁଳା ମାଉସୀଙ୍କ ଫଟୋ
କ୍ୟାଲେଣ୍ଡରରେ ଫଟୋ ଆସିବା ପରେ ତୁଳା ମାଉସୀ ବହୁତ ଖୁସି ପ୍ରକାଶ କରିଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି।