‘କେଉଁ ଧର୍ମାସ୍ଥଳୀ ଭଙ୍ଗାଯିବ ସେ ନିଷ୍ପତ୍ତି ରାଜ୍ୟ ସରକାରଙ୍କର’

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜି ସୁପ୍ରିମକୋର୍ଟରେ ଧର୍ମାନୁଷ୍ଠାନ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। କୋର୍ଟ ମାମଲାର ବିଚାର କରି କେଉଁ ଧର୍ମାନୁଷ୍ଠାନ ଉଚ୍ଛେଦ ହେବ ବା ହେବନାହିଁ ତାହା ଆଗାମୀ ୩ ମାସ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ଉପରେ ଛାଡ଼ି ଦେଇଛନ୍ତି। ଏଥିପାଇଁ କମିଟି ପ୍ରତ୍ୟେକ ଧର୍ମାନୁଷ୍ଠାନର ମତାମତ ଲୋଡିବ। କମିଟି ପକ୍ଷରୁ ପରବର୍ତ୍ତି ନିଷ୍ପତ୍ତି ସୁପ୍ରିମକୋର୍ଟରେ ତିନି ମାସ ମଧ୍ୟରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ କରାଯାଇଥିବା […]

Temple-demolition

Rakesh Mallick
  • Published: Tuesday, 06 February 2018
  • , Updated: 06 February 2018, 05:10 PM IST

ନୂଆଦିଲ୍ଲୀ (ଓଡ଼ିଶା ରିପୋର୍ଟର): ଆଜି ସୁପ୍ରିମକୋର୍ଟରେ ଧର୍ମାନୁଷ୍ଠାନ ସମ୍ପର୍କିତ ମାମଲାର ଶୁଣାଣି ହୋଇଛି। କୋର୍ଟ ମାମଲାର ବିଚାର କରି କେଉଁ ଧର୍ମାନୁଷ୍ଠାନ ଉଚ୍ଛେଦ ହେବ ବା ହେବନାହିଁ ତାହା ଆଗାମୀ ୩ ମାସ ଭିତରେ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ କମିଟି ଉପରେ ଛାଡ଼ି ଦେଇଛନ୍ତି। ଏଥିପାଇଁ କମିଟି ପ୍ରତ୍ୟେକ ଧର୍ମାନୁଷ୍ଠାନର ମତାମତ ଲୋଡିବ। କମିଟି ପକ୍ଷରୁ ପରବର୍ତ୍ତି ନିଷ୍ପତ୍ତି ସୁପ୍ରିମକୋର୍ଟରେ ତିନି ମାସ ମଧ୍ୟରେ ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ବିଭିନ୍ନ ଧର୍ମାନୁଷ୍ଠାନ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି କରି କହିଛନ୍ତି ସୁପ୍ରିମକୋର୍ଟ। ଜଷ୍ଟିସ୍‌ ଅରୁଣ ମିଶ୍ର ଓ ଅନୀତା ରାୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି। ଏ ବାବଦରେ ସରକାରଙ୍କ ପକ୍ଷରୁ ଲିଖିତ ଜବାବ ଦାଖଲ ହୋଇଥିଲା। ଆବେଦନକାରୀମାନେ ମଧ୍ୟ ପ୍ରତିଜବାବ ରଖିଛନ୍ତି।

ସରକାରୀ ଜାଗା ଓ ଟ୍ରିଫିକ ସମସ୍ୟା ସୃଷ୍ଟି କରୁଥିବା ସ୍ଥାନ ଗୁଡ଼ିକରେ ବେଆଇନ୍‌ ଧର୍ମାନୁଷ୍ଠାନ ଉଚ୍ଛେଦ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ ରହିଥିଲା। ଏହି ଆଧାରରେ ୨୦୧୩ ମସିହାରେ କଟକରେ ଉଚ୍ଛେଦ ଅଭିଯାନ ଆରମ୍ଭ କରାଯାଇଥିଲା। ଏହି ସମୟରେ ଗୁଣ୍ଡିଚା ମନ୍ଦିର ସମେତ ୩୬ଟିରୁ ଅଧିକ ବେଆଇନ୍‌ ନିର୍ମାଣକୁ ଭଙ୍ଗା ଯାଇଥିଲା। ଉଚ୍ଛେଦକୁ ଚ୍ୟାଲେଞ୍ଜ କରି କିଛି ଧର୍ମାନୁଷ୍ଠାନ ସୁପ୍ରିମକୋର୍ଟ ଯାଇଥିଲେ।

Related story