୩ରୁ ଖୋଲିବ ଖୋର୍ଦ୍ଧା ଜିଲ୍ଲା ମନ୍ଦିର, ଦର୍ଶନ ସମୟରେ ରହିବ ୬ ଫୁଟ୍‌ର ସାମାଜିକ ଦୂରତା

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆସନ୍ତା ୩ ତାରିଖରେ ଖୋଲିବ  ଖୋର୍ଦ୍ଧା ଜିଲ୍ଲାର ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି । କୋଭିଡ ନିୟମ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି।  ଭକ୍ତଙ୍କ ପ୍ରବେଶ ପୂର୍ବରୁ ସାନିଟାଇଜ୍ ହେବା ସହ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରଖାଯିବ।  ତେବେ କରୋନା […]

khorda

khorda

Niharika Rout
  • Published: Friday, 25 December 2020
  • Updated: 25 December 2020, 10:13 AM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର): ଶ୍ରୀମନ୍ଦିର ସମେତ ପୁରୀ ଜିଲ୍ଲାର ବହୁ ଧର୍ମାନୁଷ୍ଠାନ ଖୋଲି ସାରିଥିବା ବେଳେ ଆସନ୍ତା ୩ ତାରିଖରେ ଖୋଲିବ  ଖୋର୍ଦ୍ଧା ଜିଲ୍ଲାର ମନ୍ଦିର ଓ ଅନ୍ୟ ଧର୍ମାନୁଷ୍ଠାନ। ଏନେଇ ଜିଲ୍ଲାପାଳ ନିର୍ଦ୍ଦେଶନାମା ଜାରି କରିଛନ୍ତି ।

କୋଭିଡ ନିୟମ ଅନୁସାରେ ମନ୍ଦିର ଓ ଧର୍ମାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ହୋଇଛି।  ଭକ୍ତଙ୍କ ପ୍ରବେଶ ପୂର୍ବରୁ ସାନିଟାଇଜ୍ ହେବା ସହ ମାସ୍କ ବାଧ୍ୟତାମୂଳକ ରହିଛି । ଦର୍ଶନ ସମୟରେ ୬ ଫୁଟ୍‌ର ସାମାଜିକ ଦୂରତା ରଖାଯିବ।  ତେବେ କରୋନା ମହାମାରୀ ଦୃଷ୍ଟିରୁ ୬୫ ବର୍ଷରୁ ଅଧିକ ବୟସ୍କ ଲୋକ, ଗର୍ଭବତୀ ମହିଳା, ରୋଗାକ୍ରାନ୍ତ ବ୍ୟକ୍ତି ଏବଂ ୧୦ ବର୍ଷରୁ କମ୍ ପିଲାଙ୍କୁ ଧର୍ମାନୁଷ୍ଠାନ ନ ଯିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଭୁବନେଶ୍ୱର ମହାନଗର ନିଗମ ଅଧିନରେ ଥିବା ମନ୍ଦିରଗୁଡିକରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଲାଗୁ ହେବ ନାହିଁ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos