ବେଳାଭୂମିରେ ନିର୍ମାଣ ଚାଲିଥିଲା ଅସ୍ଥାୟୀ ପାଇଖାନା; ଜାଣି ନ ଥିଲା ପ୍ରଶାସନ

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ର ବେଳାଭୂମିରେ କୋଷ୍ଟାଲ ରେଗୁଲେଟରୀ ଜୋନ୍‌(CRZ) ଆଇନ୍‌ର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ରାଜଭବନ ପଛପଟେ ବାଲି ସିମେଣ୍ଟରେ ଚାଲିଥିଲା ଅସ୍ଥାୟୀ ପାଇଖାନା ନିର୍ମାଣ। ପ୍ରାୟ ୧ ହଜାର ଫୁଟ ଲମ୍ବର ବାଉଁଶର ଏକ ଅସ୍ଥାୟୀ ଷ୍ଟଲ୍ ନିକଟରେ ଇଟା, ବାଲି ସିମେଣ୍ଟରେ ପାଇଖାନା ତିଆରି ହେଉଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବେଳାଭୂମିରେ ଏତେ ବଡ଼ ନିର୍ମାଣ ଚାଲିଥିବା ବେଳେ ଏନେଇ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ […]

temparari latrin built in puri beach

Rakesh Mallick
  • Published: Monday, 09 July 2018
  • , Updated: 09 July 2018, 04:09 PM IST

ପୁରୀ (ଓଡ଼ିଶା ରିପୋର୍ଟର): ପୁରୀ ସମୁଦ୍ର ବେଳାଭୂମିରେ କୋଷ୍ଟାଲ ରେଗୁଲେଟରୀ ଜୋନ୍‌(CRZ) ଆଇନ୍‌ର ଖୋଲାଖୋଲି ଉଲ୍ଲଂଘନ ଅଭିଯୋଗ। ରାଜଭବନ ପଛପଟେ ବାଲି ସିମେଣ୍ଟରେ ଚାଲିଥିଲା ଅସ୍ଥାୟୀ ପାଇଖାନା ନିର୍ମାଣ। ପ୍ରାୟ ୧ ହଜାର ଫୁଟ ଲମ୍ବର ବାଉଁଶର ଏକ ଅସ୍ଥାୟୀ ଷ୍ଟଲ୍ ନିକଟରେ ଇଟା, ବାଲି ସିମେଣ୍ଟରେ ପାଇଖାନା ତିଆରି ହେଉଥିଲା। ତେବେ ଆଶ୍ଚର୍ଯ୍ୟର ବିଷୟ ହେଉଛି, ବେଳାଭୂମିରେ ଏତେ ବଡ଼ ନିର୍ମାଣ ଚାଲିଥିବା ବେଳେ ଏନେଇ ପୌରସଂସ୍ଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କିମ୍ବା ଜିଲ୍ଲା ପ୍ରଶାସନ କେହି ଜାଣିନାହାନ୍ତି। ତେବେ ଏନେଇ ଓଡ଼ିଶା ରିପୋର୍ଟରରେ ଖବର ପ୍ରକାଶ ପାଇବା ପରେ ନିର୍ମାଣ କାର୍ଯ୍ୟକୁ ଜିଲ୍ଲା ପ୍ରଶାସନ ବନ୍ଦ କରିଛି। ଏଥିସହ ପୋଲିସ ୩ ଜଣଙ୍କୁ ଅଟକ ରଖି ପଚରା ଉଚରା କରୁଛି।

ଏପଟେ ‘ସମାଜ ବଞ୍ଚାଅ’ ନାମକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗାନ୍ଧି ଘାଟରୁ ଜମିଦାର ପ୍ୟାଲେସ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ ପ୍ରୋଗ୍ରାମ କରିବା ପାଇଁ ପୂର୍ବରୁ ଚିଠି ଲେଖି ଅନୁମତି ମାଗିଥିଲା। ଆସନ୍ତା ୧୫ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ସଂସ୍ଥାକୁ କାର୍ଯ୍ୟକ୍ରମ କରିବା ଲାଗି ଅନୁମତି ମିଳିଛି।

Related story