‘କରୋନାର ମୁକାବିଲା ପାଇଁ ଖୋଲିଲା ୭୨୭୬ ଅସ୍ଥାୟୀ ଚିକିତ୍ସା ଶିବିର’

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬ ହଜାର ୭୯୮ଟି ପଞ୍ଚାୟତରେ ମୌଳିକ ସୁବିଧା ଥାଇ ୭ ହଜାର ୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ। ତିଆରି ହୋଇଥିବା ଏହି ଅସ୍ଥାୟୀ ଚିକିତ୍ସା ଶିବିର ଗୁଡ଼ିକରେ […]

subrat

subrat

Manoranjan Sial
  • Published: Monday, 23 March 2020
  • Updated: 23 March 2020, 07:30 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ‘କରୋନା’ ମୁକାବିଲା ପାଇଁ ପଞ୍ଚାୟତ ସ୍ତରରେ ଅସ୍ଥାୟୀ ଚିକିତ୍ସା ଶିବିର ବ୍ୟବସ୍ଥା କରିଛନ୍ତି ରାଜ୍ୟ ସରକାର। ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ରାଜ୍ୟର ସମସ୍ତ ୬ ହଜାର ୭୯୮ଟି ପଞ୍ଚାୟତରେ ମୌଳିକ ସୁବିଧା ଥାଇ ୭ ହଜାର ୨୭୬ଟି ଅସ୍ଥାୟୀ ଚିକିତ୍ସା ଶିବିର ଚିହ୍ନଟ କରାଯାଇଛି। ଏନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ କୋଭିଡ-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ।

ତିଆରି ହୋଇଥିବା ଏହି ଅସ୍ଥାୟୀ ଚିକିତ୍ସା ଶିବିର ଗୁଡ଼ିକରେ ଆବଶ୍ୟକ ସମୟରେ ଖାଦ୍ୟ, ବେଡ୍ ଓ ବେଡସିଟ୍ ଯୋଗାଇବାକୁ ସେବା ପ୍ରଦାନକାରୀଙ୍କୁ ଚିହ୍ନଟ କରାଯାଇଛି। ଏଥିସହ ସମସ୍ତ ପ୍ରାଥମିକ ଓ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପାଣି, ଶୌଚାଳୟ, ପରିମଳ ଓ ବିଦ୍ୟୁତ ଯୋଗାଣ ଭଳି ମୌଳିକ ବ୍ୟବସ୍ଥା ପ୍ରସ୍ତୁତ ରଖିବାକୁ କୁହାଯାଇଛି। ଏଥିପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୧୦ ଲକ୍ଷ ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରକୁ ୫ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବିଡିଓ ମାନଙ୍କୁ କ୍ଷମତା ପ୍ରଦାନ କରାଯାଇଛି ବୋଲି ଶ୍ରୀ ବାଗ୍‌ଚୀ କହିଛନ୍ତି।

ଶ୍ରୀ ବାଗ୍‌ଚୀ କହିଛନ୍ତି, “ଏସ୍‌ସିଏସ୍‌ଟି ଛାତ୍ରାବାସରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ମାର୍ଚ୍ଚ ୨୫ ତାରିଖ ସୁଦ୍ଧା ଛାତ୍ରାବୃତ୍ତି ପ୍ରଦାନ କରାଯିବ। ସେହିଦିନ ସନ୍ଧ୍ୟା ସୁଦ୍ଧା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କ ପିତାମାତା ବା ସମ୍ପର୍କିୟମାନେ ଘରକୁ ନେଇଯିବେ। ସେହିପରି ଉଜ୍‌ବେକିସ୍ଥାନରୁ ଫେରିଥିବା ଜଣେ ବ୍ୟକ୍ତି କ୍ୱାରେଣ୍ଟିନ୍‌ରେ ରହିନଥିଲେ। ସେ ‘କରୋନା’ କ୍ୱାରେଣ୍ଟିନ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରିଥିବାରୁ ତାଙ୍କ ନାଁରେ ସମ୍ୱଲପୁର ଜିଲ୍ଲା ଧନୁପାଲି ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଆଇପିସି ଧାରା ୧୮୮ ଓ ୨୭୧ରେ ମାମଲା ରୁଜୁ କରିଛି। ତାଙ୍କୁ ନାଁ ଗୋପନ ରଖାଯାଇଛି।”

ଏଥିସହ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଏଣିକି ବ୍ୟାଙ୍କ ଓ ବୀମା କାର୍ଯ୍ୟାଳୟ ସହ ସମସ୍ତ ଅଣ-ଅତ୍ୟାବଶ୍ୟକ କେନ୍ଦ୍ର ସରକାରଙ୍କ ଅଫିସ ଓ ସାଧାରଣ ଉଦ୍ୟୋଗ ଗୁଡ଼ିକ ୧୦ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ କରିବେ। ଏଥିସହ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗମାନେ ମଧ୍ୟ ସ୍ୱଳ୍ପ ସଂଖ୍ୟକ କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। କ୍ରିଟିକାଲ୍‌ ବିଭାଗ ଗୁଡ଼ିକ ଶତକଡ଼ା ୫୦ ଭାଗ ଓ ଆଂଶିକ କ୍ରିଟିକାଲ୍ ବିଭାଗମାନେ ଶତକଡ଼ା ୧୦ ଭାଗ କର୍ମଚାରୀଙ୍କୁ ନେଇ କାମ କରିବେ। କେଉଁ ଅଧିକାରୀ ଓ କର୍ମଚାରୀ ଅଫିସ ଆସିବେ ସେନେଇ ବିଭାଗୀୟ ଶାସନ ସଚିବମାନେ ନିଷ୍ପତ୍ତି ନେବେ। ଏଥିସହ ନନ୍ କ୍ରିଟିକାଲ୍ ବିଭାଗର କର୍ମଚାରୀମାନେ ଫୋନରେ ଯୋଗାଯୋଗରେ ରହିବେ। ଆବଶ୍ୟକ ପଡ଼ିଲେ ତତ୍‌କ୍ଷଣାତ ସେମାନେ ଅଫିସ୍ ଆସିବାକୁ ପ୍ରସ୍ତୁତ ରହିବେ ବୋଲି କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story