ଗାଧୋଇଲା ବେଳେ ଖସି ପଡ଼ିଲା ବିଦ୍ୟୁତ୍‌ ତାର, ୧୦ ଆହତ

ଆସିକା(ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଗୁଡ଼ଆଳି ଗାଁରେ ଆଜି ସକାଳେ ପୋଖରୀ ଏକ ବିଦ୍ୟୁତ୍ ତାର ଛିଡ଼ି ପଡ଼ିଯିବାରୁ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ଜଣେ ଶିଶୁ ବି ଅଛନ୍ତି।

ଆହତମାନଙ୍କୁ ଆସିକା ଓ କବିସୂର୍ଯ୍ୟନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗାଁରେ ଥିବା ଝୋଲରି ପୋଖରୀରେ ଲୋକେ ଗାଧୋଉଥିବା ବେଳେ ଏକ ବିଦ୍ୟୁତ୍‌ ତାର ଛିଡ଼ି ପଡ଼ି ପାଣିରେ ପଡ଼ି ଯାଇଥିଲା। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲା।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।