ମାତିଛନ୍ତି ବ୍ଲାକମେଲର ଭଡ଼ାଟିଆ! ନିଜ ସ୍ତ୍ରୀକୁ ଲଗାଇ ଘର ମାଲିକ ସହିତ ଶୁଟିଂ କରୁଛନ୍ତି ଅଶ୍ଳୀଳ ଭିଡିଓ

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ହୁସିଆର୍‌! ସହରରେ ମାତିଛନ୍ତି ବ୍ଲାକମେଲର ଭଡ଼ାଟିଆ! ନିଜ ସ୍ତ୍ରୀକୁ ଲଗାଇ ଘର ମାଲିକ ସହିତ ଶୁଟିଂ କରୁଛନ୍ତି ଅଶ୍ଳୀଳ ଭିଡିଓ। ଆଉ ପରବର୍ତ୍ତୀ ସମୟରେ ସେହି ଭିଡିଓ ଦେଖାଇ କରୁଛନ୍ତି ବ୍ଲାକମେଲିଂ। ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ର ଧମକ ଦେବାକୁ ପଛାଉନାହାନ୍ତି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ୍‌ରୁ। ଭଡ଼ାଟିଆର ବ୍ଲାକମେଲିଂରେ ଫସିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ। ଶିକ୍ଷକତା ଚାକିରିରୁ ଅବସର ପରେ ବଲାଙ୍ଗିର ସହରରେ ନିଜ ଘରେ ରହୁଥିଲେ ଶିକ୍ଷକ ପଦ୍ମନାଭ(ଛଦ୍ମନାମ)। […]

Balangir

Balangir

Manoranjan Sial
  • Published: Friday, 09 September 2022
  • Updated: 09 September 2022, 10:33 PM IST

Sports

Latest News

ବଲାଙ୍ଗିର (ଘଟେଶ୍ୱର ମିଶ୍ର): ହୁସିଆର୍‌! ସହରରେ ମାତିଛନ୍ତି ବ୍ଲାକମେଲର ଭଡ଼ାଟିଆ! ନିଜ ସ୍ତ୍ରୀକୁ ଲଗାଇ ଘର ମାଲିକ ସହିତ ଶୁଟିଂ କରୁଛନ୍ତି ଅଶ୍ଳୀଳ ଭିଡିଓ। ଆଉ ପରବର୍ତ୍ତୀ ସମୟରେ ସେହି ଭିଡିଓ ଦେଖାଇ କରୁଛନ୍ତି ବ୍ଲାକମେଲିଂ। ଟଙ୍କା ନଦେଲେ ଭିଡିଓ ଭାଇରାଲ୍‌ର ଧମକ ଦେବାକୁ ପଛାଉନାହାନ୍ତି। ଏପରି ଅଭିଯୋଗ ଆସିଛି ବଲାଙ୍ଗିର ଟାଉନ୍‌ରୁ। ଭଡ଼ାଟିଆର ବ୍ଲାକମେଲିଂରେ ଫସିଛନ୍ତି ଜଣେ ଅବସରପ୍ରାପ୍ତ ଶିକ୍ଷକ।

ଶିକ୍ଷକତା ଚାକିରିରୁ ଅବସର ପରେ ବଲାଙ୍ଗିର ସହରରେ ନିଜ ଘରେ ରହୁଥିଲେ ଶିକ୍ଷକ ପଦ୍ମନାଭ(ଛଦ୍ମନାମ)। ଆଉ ତାଙ୍କ ପୁଅ ଏୟାଫୋର୍ସରେ ଚାକିରି କରୁଥିବା ବେଳେ ଝିଅ ଘରେ ରହୁଥିଲେ ପତ୍ନୀ। ତେଣୁ ପଦ୍ମନାଭ ଘରେ ଏକାକୀ ରହୁଥିଲେ। ଅଗଷ୍ଟ ୫ ତାରିଖରେ ଏକ ଦମ୍ପତିଙ୍କ ସମେତ ଦୁଇ ଜଣ ପଦ୍ମନାଭଙ୍କ ଘରକୁ ଆସିଥିଲେ। ଘର ଭଡ଼ା ନେବା ପାଇଁ କହିଥିଲେ। ଏଥିରେ ରାଜି ହୋଇଯାଇଥିଲେ ପଦ୍ମନାଭ।

କଥାବାର୍ତ୍ତା ଛିଡ଼ିବା ପରେ ସେମାନେ ତାଙ୍କ ଘରେ ରହିଥିଲେ। ଘର ଭଡ଼ା ନେବାର କିଛି ଦିନ ପରେ ବିଭିନ୍ନ ବାହାନା କରି ସେମାନେ ଥଣ୍ଡାପାନୀୟ ନିଶା ମିଶାଇ ପିଇବା ପାଇଁ ପଦ୍ମନାଭଙ୍କୁ ଦେଇଥିଲେ। ଅଜଣତରେ ସେହି ଥଣ୍ଡାପାନୀୟକୁ ପଦ୍ମନାଭ ପିଇ ଦେଇ ଚେତା ହରାଇ ପଡ଼ି ଯାଇଥିଲେ। ଏହା ପରେ ନିଜ ସ୍ତ୍ରୀକୁ ଲଗାଇ ଅଶ୍ଳୀଳ ଭିଡିଓ ସୁଟିଂ କରିଥିଲେ ଭଡ଼ାଟିଆ। ତା’ପରେ ସେହି ଭିଡ଼ିଓ ଦେଖାଇ ପଦ୍ମନାଭଙ୍କୁ ବ୍ଲାକମେଲିଂ କରି ଆସୁଥିଲେ। ସେଥିପାଇଁ ଟଙ୍କା ମଧ୍ୟ ମାଗୁଥିଲେ। ଲୋକ ଲଜ୍ଜ୍ୟା ଭୟରେ ପଦ୍ମନାଭ ତିନିଟି ପର୍ଯ୍ୟାୟରେ ଲକ୍ଷେ ଲକ୍ଷେ କରି ତିନି ଲକ୍ଷ ଟଙ୍କା ବ୍ୟାଙ୍କରୁ ଉଠାଇ ଭଡ଼ାଟିଆଙ୍କୁ ଦେଇଥିଲେ।

ତେବେ ଭଡାଟିଆଙ୍କ ନିର୍ଯାତନା ଅସହ୍ୟ ହେବାରୁ ଗୁରୁବାର ପଦ୍ମନାଭ ଆତ୍ମହତ୍ୟା କରିବାକୁ ଉଦ୍ୟମ କରୁଥିଲେ। ଏ ସମ୍ପର୍କରେ କୌଣସି ସୂତ୍ରରୁ ଖବର ପାଇ ପଦ୍ମନାଭଙ୍କ ପୁଅ ଓ ପତ୍ନୀ ଘରେ ପହଞ୍ଚିଥିଲେ। ପଦ୍ମନାଭଙ୍କୁ ଉଦ୍ଧାର କରିବା ସହିତ ଦୁଇ ଭଡ଼ାଟିଆ(ଜଣେ ପୁରୁଷ ଓ ଜଣେ ମହିଳା) ଧରି ପୁଲିସ ଜିମାରେ ଦେଇଥିଲେ। ତେବେ କୌଶଳ କରି ଅନ୍ୟ ଭଡ଼ାଟିଆ ଦମ୍ପତି ସେଠାରୁ ଚମ୍ପଟ ମାରିଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ପଦ୍ମନାଭଙ୍କ ପରିବାର ଲୋକେ ପୁଲିସ୍‌ ଜିମାରେ ଦେଇଥିବା ଦୁଇ ଭଡ଼ାଟିଆଙ୍କ ଭିତରୁ ଜଣେ ମହିଳା ଆଣିଛନ୍ତି ସଙ୍ଗୀନ ଅଭିଯୋଗ। ତାଙ୍କୁ ପଦ୍ମନାଭ ଦୁଷ୍କର୍ମ କରିଥିବା ଅଭିଯୋଗ କରିଛନ୍ତି। ଆଉ ଥାନାରେ ହଙ୍ଗାମା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos