୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣିଲେ ବିଧାୟକ

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘରକୁ ଘର ଜଳ ଯୋଗାଇବା ପାଇଁ କାର୍ଯ୍ୟକାରୀ ହେଉଛି ଜଳ ଜୀବନ ମିଶନ୍‌। ହେଲେ ଏଥିରେ ହୋଇଛି ବ୍ୟାପକ ଅନିୟମିତତା। ଯୋଗ୍ୟତା ଥିବା ଠିକା ସଂସ୍ଥାକୁ ବାଦ ଦେଇ ଅଯୋଗ୍ୟଙ୍କୁ ଦିଆଯାଇଛି କାମ। ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହୋଇଛି ଟେଣ୍ଡିର ଫିକ୍ସିଂ। ଏପରି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ। ବିଧାୟକଙ୍କ ଅଭିଯୋଗ ଅନୁସାରେ ଉମରକୋଟ ବ୍ଲକ ମୁର୍ତ୍ତୁମା, ଚିକଲପଦର, ଭାମିନୀ ଓ ବକୋଦା ପଞ୍ଚାୟତରେ ଘରକୁ […]

BJP

BJP

Manoranjan Sial
  • Published: Monday, 07 November 2022
  • Updated: 07 November 2022, 05:05 PM IST

Sports

Latest News

ଉମରକୋଟ (କାର୍ତ୍ତିକ ମଲ୍ଲିକ): ଘରକୁ ଘର ଜଳ ଯୋଗାଇବା ପାଇଁ କାର୍ଯ୍ୟକାରୀ ହେଉଛି ଜଳ ଜୀବନ ମିଶନ୍‌। ହେଲେ ଏଥିରେ ହୋଇଛି ବ୍ୟାପକ ଅନିୟମିତତା। ଯୋଗ୍ୟତା ଥିବା ଠିକା ସଂସ୍ଥାକୁ ବାଦ ଦେଇ ଅଯୋଗ୍ୟଙ୍କୁ ଦିଆଯାଇଛି କାମ। ୩୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ହୋଇଛି ଟେଣ୍ଡିର ଫିକ୍ସିଂ। ଏପରି ଅଭିଯୋଗ ଆଣିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ।

ବିଧାୟକଙ୍କ ଅଭିଯୋଗ ଅନୁସାରେ ଉମରକୋଟ ବ୍ଲକ ମୁର୍ତ୍ତୁମା, ଚିକଲପଦର, ଭାମିନୀ ଓ ବକୋଦା ପଞ୍ଚାୟତରେ ଘରକୁ ଘର ଜଳ ଯୋଗାଇବା ପାଇଁ ଜଳ ଜୀବନ ମିଶନ୍‌ ଯୋଜନାରେ ୩୦ କୋଟି ୪୭ ଲକ୍ଷ ୨୪୮ ହଜାର ଟଙ୍କା ମଞ୍ଜୁର କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ଚଳିତବର୍ଷ ଜୁଲାଇ ୭ ତାରିଖରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ଜଳ ଯୋଗାଣ, ପରିମଳ ଓ ସ୍ୱରେଜ୍‌ ବିଭାଗ (RWSS) ବିଜ୍ଞପ୍ତି ପ୍ରକାଶ କରିଥିଲା। ଏହା ପରେ ଏକାଧିକ କମ୍ପାନୀ ଟେଣ୍ଡର ଜମା କରିଥିଲେ। ତେବେ ସେମାନଙ୍କ ଭିତରୁ କମ୍‌ ଟଙ୍କା ଟେଣ୍ଡର ଭରିଥିବା ଓ ପ୍ରକଳ୍ପ କରିବାର ଯୋଗ୍ୟତା ଥିବା ଠିକା ସଂସ୍ଥା ଗୁଡ଼ିକୁ ଭୁଲ୍‌ କାଗଜପତ୍ର ଜମା କରିଥିବା ଦର୍ଶାଇ ଡିସ୍‌କ୍ୱାଲିଫାଏଡ୍‌ କରି ଦିଆଯାଇଥିଲା। ଆଉ ଯେଉଁ ଠିକା ସଂସ୍ଥା ପାଇବାର ଯୋଗ୍ୟତା ନାହିଁ ଓ ଅଧିକ ଟଙ୍କାର ଟେଣ୍ଡର ଦାଖଲ କରିଛି, ତାକୁ ଟେଣ୍ଡର ଦିଆଯାଇଛି। ଏହାଦ୍ୱାରା ସରକାରଙ୍କ ରାଜସ୍ୱ କ୍ଷତି ହେବ। ଏଥିରେ ବ୍ୟାପକ ଅନିୟମିତତା ହୋଇଛି। ଏହାର ତଦନ୍ତ ପାଇଁ ଆମେ ପ୍ରିନ୍ସପାଲ୍‌ ସେକ୍ରେଟାରୀ ଓ ବିଭାଗୀୟ ମନ୍ତ୍ରୀଙ୍କ ପାଖରେ ଅଭିଯୋଗ କରିଛୁ। ଏହାକୁ ରଦ୍ଦ କରାଯାଇ ଆଉଥରେ ଟେଣ୍ଡର କରାଯାଉ ବୋଲି ବିଧାୟକ ଦାବି କରିଛନ୍ତି। ଯଦି ଏହା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଏ, ତାହା ଆଗାମୀ ଦିନରେ ଏନେଇ ବିଧାନସଭାରେ ଉଠାଇବୁ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି, ପୂର୍ବରୁ ଚନ୍ଦାହାଣ୍ଡି ବ୍ଲକରେ ଏପରି ହୋଇଥିବା ଦେଖିବାକୁ ପାଇଥିଲୁ। ପ୍ରକଳ୍ପ ୪ ବର୍ଷରେ ସରିବା କଥା। ହେଲେ ଆଜି ପର୍ଯ୍ୟନ୍ତ ସେହି ପ୍ରକଳ୍ପର ଅଧା କାମ ହୋଇପାରି ନାହିଁ। ଯାହା ଫଳରେ ଲୋକମାନେ ସେହି ଯୋଜନାର ଫାଇଦା ପାଇବାରୁ ବଞ୍ଚିତ ହେଉଛନ୍ତି। ଅଯୋଗ୍ୟ ସଂସ୍ଥାକୁ ଟେଣ୍ଡର ଦିଆଯାଇଥିବାରୁ କାମ ସରୁନାହିଁ ବୋଲି ବିଧାୟକ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story