ପାଟକୁରାରେ ଭୋଟିଂ ପରେ ଉତ୍ତେଜନା

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଲାଗି ମତଦାନ ଗତକାଲି ଶେଷ ହୋଇଯାଇଛି। ମାତ୍ର ନିର୍ବାଚନରେ ବ୍ୟବହୃତ VVPAT ଖୋଲାଥିବା ଅଭିଯୋଗରେ କାଲି ରାତିରେ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଘଟଣାରୁ ଜଣାଯାଇଛି, ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିଥିଲେ। ମାତ୍ର ସେଠାରେ VVPAT ଖୋଲାଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତି ଏପରି ଅସମ୍ଭାଳ ହୋଇଥିଲା ଯେ ପୋଲିଂ ଅଧିକାରୀ […]

patukura

Jyoshna Pradhan
  • Published: Sunday, 21 July 2019
  • , Updated: 21 July 2019, 08:05 AM IST

କେନ୍ଦ୍ରାପଡ଼ା (ମନୋଜ ସ୍ୱାଇଁ): ପାଟକୁରା ବିଧାନସଭା ଲାଗି ମତଦାନ ଗତକାଲି ଶେଷ ହୋଇଯାଇଛି। ମାତ୍ର ନିର୍ବାଚନରେ ବ୍ୟବହୃତ VVPAT ଖୋଲାଥିବା ଅଭିଯୋଗରେ କାଲି ରାତିରେ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା।

ଘଟଣାରୁ ଜଣାଯାଇଛି, ନିର୍ବାଚନ ଶେଷ ହେବା ପରେ କେନ୍ଦ୍ରାପଡ଼ା କଲେଜରେ ହୋଇଥିବା ଷ୍ଟ୍ରଙ୍ଗ ରୁମ୍‌ରେ ଇଭିଏମ୍ ଓ VVPAT ରଖିବା ପାଇଁ ପୋଲିଂ ଅଧିକାରୀ ପହଞ୍ଚିଥିଲେ। ମାତ୍ର ସେଠାରେ VVPAT ଖୋଲାଥିବା ଅଭିଯୋଗ ହୋଇଥିଲା। ପରିସ୍ଥିତି ଏପରି ଅସମ୍ଭାଳ ହୋଇଥିଲା ଯେ ପୋଲିଂ ଅଧିକାରୀ ବିଚିତ୍ର କୁମାର ଦାସ ଲୋକଙ୍କ ଆକ୍ରମଣର ଶିକାର ହୋଇଥିଲେ। ପରେ ପ୍ରଶାସନିକ ଅଧିକାରୀ, ନିର୍ବାଚନ କମିଶନଙ୍କ ଅଧିକାରୀ, ପୋଲିଂ ଅଧିକାରୀ ଏବଂ ଏଜେଣ୍ଟଙ୍କ ସମ୍ମୁଖରେ ଇଭିଏମ୍, ଭିଭିପାଟ୍ ଯାଞ୍ଚ  ହୋଇଥିଲା। ଏହାପରେ ସ୍ଥିତି ନିୟନ୍ତ୍ରଣକୁ ଆସିଥିଲା। ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି।

Related story