ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ଉତ୍ତେଜନା

ବାଲିଗୁଡ଼ା (ଅଜିତ ନାୟକ): ରୋଗୀ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଭୁଲ ଇଞ୍ଜେକ୍ସନ ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ସେମାନେ ଏହି ଅଭିଯୋଗ କରି ଡାକ୍ତର ଓ ନର୍ସଙ୍କୁ ପାଟିତୁଣ୍ଡ କରିଛନ୍ତି। ମୃତକଙ୍କ ନାଁ ରବିଚନ୍ଦ୍ର ଦିଗାଲ। ତାଙ୍କ ଘର ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତେର୍ଲେପାଙ୍ଗା ଗାଁରେ। ତାଙ୍କୁ ଜ୍ୱର ହେଉଥିଲା। ସେଥିପାଇଁ ଆଜି ତାଙ୍କୁ ବାଲିଗୁଡ଼ା […]

Tension In Hospital

Tension In Hospital

Jitendra Garnayak
  • Published: Thursday, 04 November 2021
  • Updated: 04 November 2021, 09:57 PM IST

ବାଲିଗୁଡ଼ା (ଅଜିତ ନାୟକ): ରୋଗୀ ମୃତ୍ୟୁକୁ ନେଇ କନ୍ଧମାଳ ଜିଲ୍ଲା ବାଲିଗୁଡା ସବଡିଭିଜନ ହସ୍ପିଟାଲରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି। ଭୁଲ ଇଞ୍ଜେକ୍ସନ ଯୋଗୁ ଜଣେ ରୋଗୀଙ୍କ ମୃତ୍ୟୁ ଘଟିଥିବା ନେଇ ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ। ସେମାନେ ଏହି ଅଭିଯୋଗ କରି ଡାକ୍ତର ଓ ନର୍ସଙ୍କୁ ପାଟିତୁଣ୍ଡ କରିଛନ୍ତି।

ମୃତକଙ୍କ ନାଁ ରବିଚନ୍ଦ୍ର ଦିଗାଲ। ତାଙ୍କ ଘର ସଲାଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ତେର୍ଲେପାଙ୍ଗା ଗାଁରେ। ତାଙ୍କୁ ଜ୍ୱର ହେଉଥିଲା। ସେଥିପାଇଁ ଆଜି ତାଙ୍କୁ ବାଲିଗୁଡ଼ା ଡାକ୍ତରଖାନାକୁ ଅଣାଯାଇଥିଲା।

ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିବା ଖବର ପାଇ ବାଲିଗୁଡ଼ା ପୁଲିସ ସେଠାରେ ପହଞ୍ଚିଛି। ପୁଲିସ୍ ମୃତକଙ୍କ ପରିବାର ଲୋକଙ୍କୁ ବୁଝାସୁଝା କରୁଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos