ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ୍ ରୋଡ୍ ପାଇଁ ଜମି ଅଧିଗ୍ରହଣ ବେଳେ ଉତ୍ତେଜନା

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ୍ ରୋଡ୍ ପାଇଁ ଆଜି ଦଣ୍ଡିଆପାଲିରେ ଜମି ଅଧିଗ୍ରହଣ କାମ ଚାଲିଥିଲା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଫଳରେ ପୁଲିସ୍‌ ୧୧ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ତା’ସହିତ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ  ଘଟଣାସ୍ଥଳରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ଜମି ଅଧିଗ୍ରହଣ ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଷତିପୂରଣ […]

landmmmmmmmmm

Tapaswini Nayak
  • Published: Saturday, 20 July 2019
  • , Updated: 20 July 2019, 02:41 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ରାଉରକେଲାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁର ଆପ୍ରୋଚ୍ ରୋଡ୍ ପାଇଁ ଆଜି ଦଣ୍ଡିଆପାଲିରେ ଜମି ଅଧିଗ୍ରହଣ କାମ ଚାଲିଥିଲା ବେଳେ ଉତ୍ତେଜନା ପ୍ରକାଶ ପାଇଥିଲା। ଅଧିକ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକେ ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ। ଫଳରେ ପୁଲିସ୍‌ ୧୧ ଜଣ ଆନ୍ଦୋଳନକାରୀଙ୍କୁ ଅଟକ ରଖିଛି। ତା’ସହିତ କୌଣସି ବିଶୃଙ୍ଖଳା ପରିସ୍ଥିତି ନ ଉପୁଜିବା ପାଇଁ  ଘଟଣାସ୍ଥଳରେ ୭ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି।

ଜମି ଅଧିଗ୍ରହଣ ପୂର୍ବରୁ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଷତିପୂରଣ ଦିଆଯାଇଥିଲା। କିନ୍ତୁ ସେମାନେ ଅଧିକ କ୍ଷତିପୂରଣ ଦାବି କରି ଆଜି ଜମି ଅଧିଗ୍ରହଣକୁ ବିରୋଧ କରିଥିଲେ।

 

୨୦୧୫ ମସିହାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ପାଇଁ ରାଉରକେଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ । ୨୦୧୭ ମସିହାରେ ଏହାର ଶିଳାନ୍ୟାସ ହୋଇଥିଲା। କିନ୍ତୁ ଜମି ଅଧିଗ୍ରହଣରେ ବିଳମ୍ବ ଯୋଗୁ କାମ ହୋଇପାରୁ ନ ଥିଲା। ଆଜି ପୁଲିସ  ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଜମି ଅଧିଗ୍ରହଣ ଚାଲିଛି।

Related story