ମୃତ ଶିଶୁ ଜନ୍ମକୁ ନେଇ ମେଡିକାଲରେ ଉତ୍ତେଜନା

ବାରିପଦା(ମାଣିକଲାଲ୍ ପାଣି):ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଜଣେ ମହିଳା ମୃତ ଶିଶୁ ଜନ୍ମ କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କ ଅବହେଳାକୁ ଦାୟୀ କରି ପାଟିତୁଣ୍ଡ କରିଥିଲେ। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି  ମେଡିକାଲ ପରିସରରେ ପୁଲିସ୍‌ ମୁତୟନ କରାଯାଇଛି। ସୂଚନା ଅନୁସାରେ, ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ୍‌ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ […]

baripada

Jyoshna Pradhan
  • Published: Saturday, 01 February 2020
  • , Updated: 01 February 2020, 11:36 AM IST

ବାରିପଦା(ମାଣିକଲାଲ୍ ପାଣି):ମୟୂରଭଞ୍ଜ ଜିଲ୍ଲା ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଜଣେ ମହିଳା ମୃତ ଶିଶୁ ଜନ୍ମ କରିବା ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପାଇଛି। ଏନେଇ ମହିଳାଙ୍କ ପରିବାର ଲୋକେ ଡାକ୍ତର ଏବଂ ନର୍ସଙ୍କ ଅବହେଳାକୁ ଦାୟୀ କରି ପାଟିତୁଣ୍ଡ କରିଥିଲେ। ତେବେ ଉତ୍ତେଜନାକୁ ଦୃଷ୍ଟିରେ ରଖି  ମେଡିକାଲ ପରିସରରେ ପୁଲିସ୍‌ ମୁତୟନ କରାଯାଇଛି।

ସୂଚନା ଅନୁସାରେ, ବାରିପଦା ସଦର ଥାନା ଅନ୍ତର୍ଗତ ଶାମାଖୁଣ୍ଟା ବ୍ଲକ୍‌ ଅଞ୍ଚଳର ବଜ୍ରତୁଣ୍ଡି ଗାଁର ଚନ୍ଦନ ବେହେରାଙ୍କ ପତ୍ନୀ ସୁରେଖା ବୁଧବାର ଦିନ ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ  ଭର୍ତ୍ତି ହୋଇଥିଲେ। ହେଲେ ଗତକାଲି  ରାତିରେ ତାଙ୍କର ପ୍ରସବ ବେଦନା ଅଧିକ ହେବାରୁ ତାଙ୍କ ପରିବାର ଲୋକେ  ଡ୍ୟୁଟିରେ ଥିବା ନର୍ସଙ୍କୁ ଡାକ୍ତରଙ୍କୁ ଡାକିବା ପାଇଁ କହିଥିଲେ। ହେଲେ ନର୍ସମାନେ ତାଙ୍କ କଥା ଶୁଣି ନଥିବା ଅଭିଯୋଗ ହୋଇଛି।  ଏପରିକି ତାଙ୍କ ଯନ୍ତ୍ରଣା ଅସହ୍ୟ ହେବାରୁ ତାଙ୍କ ପରିବାର ଲୋକେ ସିଜୋରିଆନ୍‌ ପାଇଁ ନିବେଦନ କରିଥିଲେ। ହେଲେ ସ୍ୱାଭାବିକ ଭାବେ ଡେଲିଭରୀ ବୋଲି  କହି ସମୟ ଗଡ଼ାଇ ଦେଇଥିଲେ। ତେବେ ମଧ୍ୟରାତ୍ରିରେ ମହିଳା ଜଣକ ଏକ ମୃତ ଶିଶୁ ଜନ୍ମ ଦେଇଥିଲେ। ଡାକ୍ତରଙ୍କ ଅବହେଳା ଯୋଗୁ ମୃତ ଶିଶୁ ଜନ୍ମ ହୋଇଥିବା ମହିଳା ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଏନେଇ ମହିଳାଙ୍କ ସ୍ୱାମୀ  ଥାନାରେ ଲିଖିତ ଅଭିଯୋଗ କରିବେ ବୋଲି ଜଣାପଡ଼ିଛି।  ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ଡାକ୍ତର କିମ୍ୱା ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି।

Related story