ଶ୍ମଶାନ ଜମି ଜବର ଦଖଲକୁ ନେଇ ଉତ୍ତେଜନା

ନୟାଗଡ଼(ଓଡ଼ିଶା ରିପୋର୍ଟର):ଶ୍ମଶାନ ଜମି ଜବରଦଖଲକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତ ରମାବିଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି॥ ଅଭିଯୋଗ ଅନୁସାରେ, ରାଜସୁନାଖଳା ପଞ୍ଚାୟତର ଜଣେ ଜମି ଦଲାଲ ରଜତ ମହାପାତ୍ର ଏହି ଶ୍ମଶାନ ଜମିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ଲଟ୍ କରି ପାଚେରୀ ନିର୍ମାଣ କରୁଥିଲେ।  କିନ୍ତୁ ଗାଁ ଲୋକେ ଖବର ପାଇଁ ଠେଙ୍ଗା, କଟୁରି, ଶାବଳ ଆଦି ଧରି ନିର୍ମାଣାଧୀନ ପାଚେରୀକୁ ଭାଙ୍ଗିବା ସହ ପଥରକୁ ବୋହି ନେଇଥିଲେ […]

rnm

rnm

Tapas Behera
  • Published: Saturday, 01 June 2019
  • Updated: 01 June 2019, 03:49 PM IST

Sports

Latest News

ନୟାଗଡ଼(ଓଡ଼ିଶା ରିପୋର୍ଟର):ଶ୍ମଶାନ ଜମି ଜବରଦଖଲକୁ ନେଇ ଉତ୍ତେଜନା ସୃଷ୍ଟି ହୋଇଛି। ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ପଞ୍ଚାୟତ ରମାବିଲ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି ଅଭିଯୋଗ ଅନୁସାରେ, ରାଜସୁନାଖଳା ପଞ୍ଚାୟତର ଜଣେ ଜମି ଦଲାଲ ରଜତ ମହାପାତ୍ର ଏହି ଶ୍ମଶାନ ଜମିକୁ ବିକ୍ରି କରିବା ଉଦ୍ଦେଶ୍ୟରେ ପ୍ଲଟ୍ କରି ପାଚେରୀ ନିର୍ମାଣ କରୁଥିଲେ  କିନ୍ତୁ ଗାଁ ଲୋକେ ଖବର ପାଇଁ ଠେଙ୍ଗା, କଟୁରି, ଶାବଳ ଦି ଧରି ନିର୍ମାଣାଧୀନ ପାଚେରୀକୁ ଭାଙ୍ଗିବା ସହ ପଥରକୁ ବୋହି ନେଇଥିଲେ

ଉତ୍ୟକ୍ତ ଲୋକଙ୍କୁ ଦେଖି ରଜତ ସେଠାରୁ ପଳାଇଯାଇଥିବା ସୂଚନା ମିଳିଛି ଏନେଇ ରଣପୁର ତହସିଲଦାର, ଥାନା ଅଧିକାରୀ ଓ ଜିଲ୍ଲାପାଳଙ୍କ ନିକଟରେ ଗାଁ ଲୋକେ ପୂର୍ବରୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ କୌଣସି ପଦକ୍ଷେପ ନେଇନଥିବାରୁ ଲୋକେ

ଖୋର୍ଦ୍ଧା ବଲାଙ୍ଗିର ଜାତୀୟ ରାଜପଥ ଅବରୋଧ କରିବାର ଧମକ ଦେଇଛନ୍ତି

ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଥିଲେ ମଧ୍ୟ ପୁଲିସ ପହଞ୍ଚିନାହିଁ ତେବେ ସ୍ଥାନୀୟ ଆରଆଇ କହିଛନ୍ତି, ଜମି ମାପ ହୋଇ ଚିହ୍ନଟ ନହେବା ପର୍ଯ୍ୟନ୍ତ କୌଣସି ନିର୍ମାଣ ନକରିବା ପାଇଁ ସମ୍ପୃକ୍ତ ଜମି ଦଲାଲକୁ ତାଗିଦ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos