ରୋଗୀ ମୃତ୍ୟୁକୁ ନେଇ ଡାକ୍ତରଖାନାରେ ହଙ୍ଗାମା
- Published: Saturday, 17 June 2017
- , Updated: 17 June 2017, 01:40 PM IST
<p>ରାଉରକେଲା: ରାଉରକେଲା ହାଇଟେକ୍ ମେଡିକାଲ ଓ ହସପିଟାଲରେ ରୋଗୀ ମୃତ୍ୟୁକୁ କେନ୍ଦ୍ର କରି ଉତ୍ତେଜନା ପ୍ରକାଶ ପାଇଛି। ମୃତକଙ୍କ ସଂପର୍କୀୟମାନେ ହସପିଟାଲର ଭଙ୍ଗାରୁଜା କରିଥିବା ଅଭିଯୋଗ ହୋଇଛି। ଏହାସହ ରୋଗୀମୃତ୍ୟୁ ଘଟଣାର ପରିବାର ଲୋକେ ତଦନ୍ତ ଦାବି କରିଛନ୍ତି।</p>
<p>ରାଉରକେଲା ବିରଜାପାଲିର ଜଣେ ହୃଦରୋଗୀ ଚିକିତ୍ସା ନିମନ୍ତେ ହସପିଟାଲ ଆସିଥିଲେ। ଟଙ୍କା ଜମା କରିବାରେ ବିଳମ୍ବ ହେବାରୁ ଡାକ୍ତର ଚିକିତ୍ସା କରିବାରେ ବିଳମ୍ବ କରିଥିବା ମୃତକଙ୍କ ସଂପର୍କୀୟ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଥିବାରୁ ପୋଲିସ ମୁତୟନ କରାଯାଇଛି।</p>