ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ, ଲାଗି ରହିଛି ଉତ୍ତେଜନା 

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ  ହୋଇଛନ୍ତି। ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି ।  ଗାଁ ଭିତରକୁ ପୁଲିସ୍‌କୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି। ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ ପୁଲିସ୍‌ ମୁତୟନ ହୋଇଛନ୍ତି । ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ […]

baragad

baragad

Niharika Rout
  • Published: Tuesday, 08 December 2020
  • Updated: 08 December 2020, 02:22 PM IST

Sports

Latest News

ବରଗଡ଼(ଦୀପକ ଶର୍ମା): ବରଗଡ଼ ଜିଲ୍ଲା ଭେଡେନ ଥାନା ବୁର୍ଦ୍ଦା ଗାଁରେ ପୁଲିସ୍‌-ଗ୍ରାମବାସୀ ମୁହାଁମୁହିଁ  ହୋଇଛନ୍ତି। ପୂର୍ବର ଏକ ମାମଲାକୁ ନେଇ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଗାଁକୁ ଯାଇଥିବା ବେଳେ ଉତ୍ତେଜନା ଦେଖାଦେଇଛି ।  ଗାଁ ଭିତରକୁ ପୁଲିସ୍‌କୁ ପ୍ରବେଶ କରାଇ ଦେଉନାହାନ୍ତି ଗ୍ରାମବାସୀ । ଗାଁ ଭିତରକୁ ଯିବା ରାସ୍ତାରେ ମହିଳାମାନେ ବସି ରହିଛନ୍ତି।

ବୁର୍ଦ୍ଦା ଗାଁ ପ୍ରବେଶ ପଥରେ ୪ ପ୍ଲାଟୁନ ପୁଲିସ୍‌ ମୁତୟନ ହୋଇଛନ୍ତି । ଏକ ହତ୍ୟା ଘଟଣାର ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଗତ ମାସ ୧୭ ତାରିଖରେ ଭେଡେନ ଥାନା ଘେରାଉ କରିଥିଲେ ଗ୍ରାମବାସୀ । ଏହାକୁ ନେଇ ଉତ୍ତେଜନା ଦେଖା ଦେବା ପରେ  ପୁଲିସ୍‌ ଗ୍ରାମବାସୀ ମୁହାଁମୁହିଁ ହୋଇଥିଲେ । ଏହି ଘଟଣାରେ ୨୭ରୁ ଅଧିକ ଗ୍ରାମବାସୀଙ୍କ ନାଁରେ ରେ ମାମଲା ରୁଜୁ ହୋଇଥିଲା। ମାମଲାର ଅଭିଯୁକ୍ତଙ୍କୁ ଧରିବାକୁ ଯାଇଥିବା ବେଳେ ଆଜି ପୁଣି ଉତ୍ତେଜନା ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos