ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତି ଭଙ୍ଗାକୁ ନେଇ ଉତ୍ତେଜନା

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ ଖୁଣ୍ଟାକୋଟା ଗାଁରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଦେଖାଦେଇଛି ଉତ୍ତେଜନା ।    ଗତ ଗୁରୁବାର ରାତିରେ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। କୌଣସି ଦୁର୍ବୃତ୍ତ ଖୁଣ୍ଟାକୋଟା ଗ୍ରାମରେ ଆଦିବାସୀମାନେ ସ୍ଥାପନ କରିଥିବା ବିର୍ଷାମୁଣ୍ଡା ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଘଟଣାକୁ ନେଇ ଏବେ ଗ୍ରାମରେ ଚାପା ଉତେଜନା ସହିତ ଆଦିବାସୀ ମାନେ ମେଳି କରୁଥିବା ଜଣାପଡ଼ିଛି […]

birsa

Tapaswini Nayak
  • Published: Saturday, 12 December 2020
  • , Updated: 12 December 2020, 09:02 AM IST

କରଞ୍ଜିଆ(ଓଡ଼ିଶା ରିପୋର୍ଟର): ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ବ୍ଳକ ଖୁଣ୍ଟାକୋଟା ଗାଁରେ ଥିବା ବିର୍ସା ମୁଣ୍ଡାଙ୍କ ପ୍ରତିମୂର୍ତ୍ତିକୁ କେହି ଦୁର୍ବୃତ୍ତ ଭାଙ୍ଗି ଦେଇଥିବା ଜଣାଯାଇଛି। ଏହି ଖବର ପ୍ରଚାରିତ ହେବା ପରେ ଦେଖାଦେଇଛି ଉତ୍ତେଜନା ।   

ଗତ ଗୁରୁବାର ରାତିରେ ଏପରି କାଣ୍ଡ ଘଟିଥିବା ଜଣାଯାଇଛି। କୌଣସି ଦୁର୍ବୃତ୍ତ ଖୁଣ୍ଟାକୋଟା ଗ୍ରାମରେ ଆଦିବାସୀମାନେ ସ୍ଥାପନ କରିଥିବା ବିର୍ଷାମୁଣ୍ଡା ପ୍ରତିମୂର୍ତ୍ତିକୁ ଭାଙ୍ଗିବା ଘଟଣାକୁ ନେଇ ଏବେ ଗ୍ରାମରେ ଚାପା ଉତେଜନା ସହିତ ଆଦିବାସୀ ମାନେ ମେଳି କରୁଥିବା ଜଣାପଡ଼ିଛି । ଏଇ ଘଟଣାକୁ ନେଇ ଠାକୁରମୁଣ୍ଡା ଥାନାରେ ବିର୍ଷାମୁଣ୍ଡା ସେବା ସଙ୍ଗଠନକୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି।

Related story