ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା

ରାୟଗଡ଼ା(ମନୋଜ ପାତ୍ର): ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ରାୟଗଡ଼ା ଜିଲ୍ଲା ପିତାମହଲ ପଞ୍ଚାୟତର ଶ୍ରୀରାମ ନଗରରେ ଘଟିଛି ଏପରି ଘଟଣା। ଏହି ଗାଁର ଭାଗ୍ୟବତୀ ପାଲକା ନାମ୍ନୀ ଜଣେ ଗର୍ଭବତୀ ପ୍ରସବ ପାଇଁ ଗତ ୭ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା। ହେଲେ ଗତ ରାତିରେ ମହିଳାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ […]

rrr-3

rrr-3

Niharika Rout
  • Published: Saturday, 09 January 2021
  • Updated: 09 January 2021, 12:40 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ପ୍ରସୂତିଙ୍କ ମୃତ୍ୟୁକୁ ନେଇ ଦେଖାଦେଇଛି ଉତ୍ତେଜନା । ରାୟଗଡ଼ା ଜିଲ୍ଲା ପିତାମହଲ ପଞ୍ଚାୟତର ଶ୍ରୀରାମ ନଗରରେ ଘଟିଛି ଏପରି ଘଟଣା। ଏହି ଗାଁର ଭାଗ୍ୟବତୀ ପାଲକା ନାମ୍ନୀ ଜଣେ ଗର୍ଭବତୀ ପ୍ରସବ ପାଇଁ ଗତ ୭ ତାରିଖରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଥିଲେ । ଅସ୍ତ୍ରୋପଚାର ପରେ ତାଙ୍କର ଏକ ପୁଅ ଜନ୍ମ ହୋଇଥିଲା।

ହେଲେ ଗତ ରାତିରେ ମହିଳାଙ୍କର ଅବସ୍ଥା ଅଧିକ ଗୁରୁତର ହୋଇପଡ଼ିଲା। ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ସ୍ଥାନାନ୍ତର କରାଯିବା ବେଳେ ରାସ୍ତାରେ ତାଙ୍କ ମୃତ୍ୟୁ ଘଟିଛି । ଚିକିତ୍ସାରେ ଅବହେଳା କରାଯାଇଥିବା ଅଭିଯୋଗ କରି ଗାଁ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି । ଏହାର ତଦନ୍ତ କରି ନ୍ୟାୟ ଦେବାକୁ ଦାବି କରିଛନ୍ତି ଗାଁ ଲୋକେ  ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos