ଜମା ଟଙ୍କା ଫେରସ୍ତକୁ ନେଇ ତୁମୁଳକାଣ୍ଡ

ଢେଙ୍କାନାଳ(ରାଜଶ୍ରୀ ଶତପଥୀ): ଜମା ଟଙ୍କା ଫେରସ୍ତକୁ ନେଇ ଢେଙ୍କାନାଳ ସାହାରା ଇଣ୍ଡିଆ ଅଫିସରେ ତୁମୁଳକାଣ୍ଡ ଘଟିଯାଇଛି। ନିଜ ପଲିସି ମାଚ୍ୟୁରିଟି ଟଙ୍କା ପାଇଁ ଆସିଥିବା ଜଣେ ଗ୍ରାହକଙ୍କୁ ଅଫିସ ଷ୍ଟାଫ ଭିତର ପଟୁ ତାଲା ପକାଇ ରଖିଥିଲେ। ଖବର ପାଇ ଗ୍ରାହକଙ୍କ ସ୍ତ୍ରୀ ୩ ଘଣ୍ଟା ଧରି ବାହାରପଟୁ  ଗ୍ରୀଲ୍‌ରେ ଆଉ ତାଲା ପକାଇ ରଖିଲେ। ପରେ ଢେଙ୍କାନାଳ ଟାଉନଥାନା ପୁଲିସ୍‌ ପହଞ୍ଚି ମଧ୍ୟସ୍ଥତା କରିବାରୁ ଦୀର୍ଘ ୩ଘଣ୍ଟା ପରେ  ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକ ମୁକୁଳିଥିବା ଜଣାଯାଇଛି।

ସୂଚନା ଅନୁଯାୟୀ, ଢେଙ୍କାନାଳ ସହରର ଦେଉଳସାହିରେ ରହୁଥିବା ଯଶୋବନ୍ତ ପାଣିଗ୍ରାହୀ ନିଜ ସ୍ତ୍ରୀଙ୍କ ମ୍ୟାଚୁରିଟି ଟଙ୍କା ସମ୍ପର୍କରେ ବୁଝିବା ପାଇଁ ଗତକାଲି ସନ୍ଧ୍ୟା ୭ଟା ସମୟରେ ସାହାରା ଇଣ୍ଡିଆ ଅଫିସ ଯାଇଥିଲେ । ହେଲେ ମ୍ୟାନେଜର ତାଙ୍କ ସହିତ କଥା ନ ହୋଇ ଚା ପିଇବା ବାହାନାରେ ବାହାରକୁ ପଳାଇଥିଲେ । ପରେ ଅଫିସ୍ ଷ୍ଟାଫ ଯଶୋବନ୍ତଙ୍କୁ ଭିତରପଟୁ ତାଲା ପକାଇ ରଖିଥିଲେ।

ଯଶୋବନ୍ତଙ୍କ ସ୍ତ୍ରୀ ଘଟଣା ସମ୍ପର୍କରେ ଖବର ପାଇ ନିଜ ସ୍ୱାମୀଙ୍କ ସମେତ ସମସ୍ତ ଷ୍ଟାଫଙ୍କୁ ବାହାରପଟୁ ତାଲା ପକାଇ ଦେଇଥିଲେ। ଦୀର୍ଘ ୩ ଘଣ୍ଟା ପରେ ରାତି ସାଢେ ଦଶଟା ବେଳକୁ ଟାଉନ ଥାନା ପୁଲିସ୍‌ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ମଧ୍ୟସ୍ଥତା କରିବାରୁ ଘଟଣାର ସର୍ତ୍ତମୂଳକ ସମାଧାନ ହୋଇଥିଲା ।

ଆହୁରି ପଢ଼ନ୍ତୁ

୧୨ ଫୁଟ ଲମ୍ବର ଅଜଗର ଉଦ୍ଧାର

ରିପୋର୍ଟ ନେଗେଟିଭ୍ ପରେ ଟ୍ରେନିଂ କ୍ୟାମ୍ପକୁ ଫେରିଲେ ଋତୁରାଜ୍

ବିଦ୍ୟୁତ୍‌ କାଟ ଯୋଗୁ କର୍ମଚାରୀଙ୍କୁ ମରଣାନ୍ତକ ଆକ୍ରମଣ

ଗାଧୋଇବାକୁ ଯାଇ ମଝି ନଈରେ ଫସିଗଲେ ୨ ଯୁବକ

ଶ୍ରଦ୍ଧା କପୁର୍ ଓ ସାରା ଅଲ୍ଲୀ ଖାନଙ୍କୁ ସମନ କରିପାରେ ଏନସିବି

’ଓଡ଼ିଶାର ସ୍ୱାସ୍ଥ୍ୟ ଠିକ୍ ନାହିଁ, ବିଗିଡ଼ି ଯାଇଛି’

ଡକାୟତଙ୍କ ଭୁଜାଲି ଚୋଟରେ ଦମ୍ପତି ଗୁରୁତର

ପାଲଲହଡ଼ା ବିଧାୟକଙ୍କୁ କରୋନା

ଟିଏମ୍‌ସି ଟଙ୍କା ନ ପାଇ ତିନି ଦିନ ହେଲେ ଧାରଣାରେ ବସିଛନ୍ତି ସରପଞ୍ଚ

ବର୍ଷା ଯୋଗୁ ଗଛ ତଳେ ଛିଡ଼ା ହୋଇଥିଲେ, ବଜ୍ରପାତରେ ଚାଲିଗଲା ଜୀବନ

ପୁଲିସ୍ କର୍ମଚାରୀ ଓ ତାଙ୍କ ପୁଅ ନାଁରେ ହତ୍ୟା ଅଭିଯୋଗ, ଯୌତୁକ ପାଇଁ ବୋହୂକୁ ମାରିଦେଲେ

ଗାଁକୁ ଯାଇପାରିଲାନି ଆମ୍ୱୁଲାନ୍ସ, ମଝି ରାସ୍ତାରେ ପ୍ରସବ କଲେ ପ୍ରସୂତି