ଖଣିରେ ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ଠେଲାପେଲା କଲେ ଗ୍ରାମବାସୀ

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ବେଆଇନ ଭାବେ ଚାଲିଥିବା ଖଣିରେ ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଣପୁର ଥାନା ଟାଙ୍ଗୀ ବନବିଭାଗ ଅଧିନ ନାଚୁଣୀ ନିକଟସ୍ଥ ମତପୋଖରାରେ।  ଆଜି ଅପରାହ୍ନରେ ଖୋର୍ଦ୍ଧା, ରଣପୁର, ଟାଙ୍ଗି ଓ ବାଲୁଗାଁ ବନ କର୍ମଚାରୀ ମିଳିତ ଭାବେ ମତପୋଖରା ନିକଟ ମାଙ୍କଡା ଖଣିରେ ଚଢ଼ାଉ କରିବାକୁ ଆସିଥିଲେ । ଖଣିଠାରୁ କିଛି ଦୂରରେ ଥିବା ଜେସିବି ଜବତ କରିବାକୁ […]

6nmb

6nmb

Tapas Behera
  • Published: Sunday, 31 January 2021
  • Updated: 31 January 2021, 04:57 PM IST

Sports

Latest News

ଖୋର୍ଦ୍ଧା(ଓଡ଼ିଶା ରିପୋର୍ଟର) ବେଆଇନ ଭାବେ ଚାଲିଥିବା ଖଣିରେ ଚଢ଼ାଉ ବେଳେ ବନ କର୍ମଚାରୀଙ୍କୁ ଗ୍ରାମବାସୀ ଠେଲାପେଲା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଖୋର୍ଦ୍ଧା ବାଣପୁର ଥାନା ଟାଙ୍ଗୀ ବନବିଭାଗ ଅଧିନ ନାଚୁଣୀ ନିକଟସ୍ଥ ମତପୋଖରାରେ।  ଆଜି ଅପରାହ୍ନରେ ଖୋର୍ଦ୍ଧା, ରଣପୁର, ଟାଙ୍ଗି ଓ ବାଲୁଗାଁ ବନ କର୍ମଚାରୀ ମିଳିତ ଭାବେ ମତପୋଖରା ନିକଟ ମାଙ୍କଡା ଖଣିରେ ଚଢ଼ାଉ କରିବାକୁ ଆସିଥିଲେ ।

ଖଣିଠାରୁ କିଛି ଦୂରରେ ଥିବା ଜେସିବି ଜବତ କରିବାକୁ ଯାଇଥିଲା ବନବିଭାଗ।  ହେଲେ ଏହାକୁ ବିରୋଧ କରିଥିଲେ ସ୍ଥାନୀୟ ଲୋକେ। ଏମିତିକି ବନବିଭାଗ ସହ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଠେଲାପେଲା ପର୍ଯ୍ୟନ୍ତ କଥାଯାଇଥିଲା । ଘଟଣାସ୍ଥଳରେ ନାଚୁଣୀ ପୁଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣାଧିନ ହୋଇଥିଲା । ଚୋରାଚାଲାଣ ସନ୍ଦେହରେ ଜେସିବି ଜବତ କରିବାକୁ ଗଲାବେଳେ ଏଭଳି ଘଟଣା ଘଟିଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos