ମହିଳା କମିଶନରେ ପଡ଼ିରହିଛି ୧୦୩୯୨ କେସ୍ , ସମାଧାନ କେବେ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମହିଳା କମିଶନଙ୍କ ନିକଟରେ ୧୦୩୯୨ଟି  ଅଭିଯୋଗ ବିଚାରଧୀନ ରହିଛି। ଗତ ୩ବର୍ଷ ମଧ୍ୟରେ କମିଶନ ମାତ୍ର ୫୨୩୫ଟି ମାମଲା ଫଇସଲା କରିଛନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଅଭିଯୋଗ କମିଶନଙ୍କ ପାଖରେ ବିଚାର ପାଇଁ ପଡ଼ି ରହିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଅଭିଯୋଗକୁ ନେଇ ତତ୍ପରତା ଦେଖାଇବା ଉପରେ ପ୍ରଶ୍ନ ଉଠିଛି। ଅବଶ୍ୟ ସେପ୍ଟେମ୍ବର ୨୧ତାରିଖରେ କମିଶନ ଅଧ୍ୟକ୍ଷା ଗଣମାଧ୍ୟମକୁ […]

uiop

uiop

Tapas Behera
  • Published: Tuesday, 06 October 2020
  • Updated: 06 October 2020, 07:37 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟ ମହିଳା କମିଶନଙ୍କ ନିକଟରେ ୧୦୩୯୨ଟି  ଅଭିଯୋଗ ବିଚାରଧୀନ ରହିଛି। ଗତ ୩ବର୍ଷ ମଧ୍ୟରେ କମିଶନ ମାତ୍ର ୫୨୩୫ଟି ମାମଲା ଫଇସଲା କରିଛନ୍ତି ବୋଲି ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ସୂଚନା ଦେଇଛନ୍ତି। ତେବେ ଏତେ ସଂଖ୍ୟକ ଅଭିଯୋଗ କମିଶନଙ୍କ ପାଖରେ ବିଚାର ପାଇଁ ପଡ଼ି ରହିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଅଭିଯୋଗକୁ ନେଇ ତତ୍ପରତା ଦେଖାଇବା ଉପରେ ପ୍ରଶ୍ନ ଉଠିଛି। ଅବଶ୍ୟ ସେପ୍ଟେମ୍ବର ୨୧ତାରିଖରେ କମିଶନ ଅଧ୍ୟକ୍ଷା ଗଣମାଧ୍ୟମକୁ ଦେଇଥିବା ବୟାନ ଓ ଆଜିର ବୟାନ ମଧ୍ୟରେ ଫରକ ଆସିଥିବା ଜଣାପଡ଼ିଛି।

ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ ବିଧାନସଭାରେ ଏକ ପ୍ରଶ୍ନର ଲିଖିତ ଉତ୍ତର ଦେଇ କହିଛନ୍ତି ଯେ, ରାଜ୍ୟ ମହିଳା ଆୟୋଗରେ ବିଭିନ୍ନ ଜିଲ୍ଲାରେ ୧୦୩୯୨ଟି ଅଭିଯୋଗ ବିଚାରଧୀନ ଥିବାବେଳେ ବିଗତ ୩ବର୍ଷରେ ୫୨୩୫ଟି ମାମଲାର ଫଇସଲା ହୋଇଛି। ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦୧୫ଟି, କଟକର ୮୦୨ଟି, ଭଦ୍ରକର ୭୦୨ଟି, କେନ୍ଦ୍ରାପଡ଼ାର ୬୬୭ଟି, ଯାଜପୁରର ୫୫୮ଟି, ବାଲେଶ୍ୱରର ୫୬୬ଟି, ଗଞ୍ଜାମର ୫୨୦ଟି, କେନ୍ଦୁଝରର ୫୪୫ଟି ଅଭିଯୋଗ ସମେତ ମୋଟ ୧୦୩୯୨ଟି ଅଭିଯୋଗ ବିଚାରାଧୀନ ରହିଛି।
ମନ୍ତ୍ରୀ ଶ୍ରୀମତୀ ସାହୁ ଚଳିତବର୍ଷ ଫେବୃୟାରୀ ୧୫ତାରିଖରେ ବିଧାନସଭାରେ ବିଧାୟକ ଉମାକାନ୍ତ ସାମନ୍ତରାୟଙ୍କ ଏକ ପ୍ରଶ୍ନର ଲିଖିତ ଉତ୍ତରରେ କହିଥିଲେ ଯେ, ରାଜ୍ୟ ମହିଳା କମିଶନଙ୍କ ପାଖରେ ୧୦୧୩୦ଟି  ଅଭିଯୋଗ ବିଚାରାଧୀନ ରହିଛି। ଯୌତୁକ ହତ୍ୟା, ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ, ଯୌତୁକ ନିର୍ଯାତନା, ଘରୋଇ ହିଂସା, ବଳାତ୍କାର, ବିବାହର ମିଥ୍ୟା ପ୍ରତିଶ୍ରୁତି, ଅପହରଣ ଓ ନିଖୋଜ, ସମ୍ପତ୍ତି ଅଧିକାର, ଯୌନ ନିର୍ଯାତନା, କର୍ମସ୍ଥଳରେ ନିର୍ଯାତନା ଓ ସତୀତ୍ୱ ନଷ୍ଟ ସହ ମହିଳାଙ୍କ ଅଧିକାରର ଉଲ୍ଲଘଂନ ଭଳି ଅଭିଯୋଗ ମାନ ବିଚାରାଧୀନ ରହିଛି।

ତେବେ ମହିଳା କମିଶନଙ୍କ ପାଖରେ ଏତେ ସଂଖ୍ୟକ ଅଭିଯୋଗ ପଡ଼ି ରହିଥିବାବେଳେ ଏକ ନିର୍ଦ୍ଦିଷ୍ଟ ଅଭିଯୋଗରେ ମହିଳା କମିଶନଙ୍କ ଆଭିମୁଖ୍ୟକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି। ନାବାଳିକା ଗଣଦୁଷ୍କର୍ମ ଅଭିଯୋଗର ତଦନ୍ତ କରିବା ଆଳରେ ମହିଳା କମିଶନଙ୍କ ଦ୍ୱାରା ଏକ ଗଣମାଧ୍ୟମ ସଂସ୍ଥାର ପରିଚାଳନା ନିର୍ଦ୍ଦେଶିକାଙ୍କ ପ୍ରତି ଆଭିମୁଖ୍ୟକୁ ନେଇ ହାଇକୋର୍ଟଙ୍କ କଡ଼ା ଟିପ୍ପଣୀ ପରେ ମହିଳା କମିଶନଙ୍କ ସ୍ୱର ପରିବର୍ତ୍ତନ ହୋଇଛି।
ସେପ୍ଟେମ୍ବର ୨୧ତାରିଖରେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଉକ୍ତ ନାବାଳିକା ଗଣଦୁଷ୍କର୍ମ ଘଟଣାରେ ପୀଡ଼ିତାଙ୍କୁ କ୍ଷତିପୂରଣ ଦେବାକୁ ଜିଲ୍ଲା ଆଇନ ସେବା ପ୍ରାଧିକରଣଙ୍କୁ ସୁପାରିସ୍ କରାଯାଇଛି ବୋଲି ଗଣମାଧ୍ୟମକୁ ବୟାନ ଦେଇଥିବାବେଳେ ଆଜି ନିଜର ସ୍ୱରକୁ ପରିବର୍ତ୍ତନ କରି ଗଣଦୁଷ୍କର୍ମ ନୁହେଁ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ଅଭିଯୋଗର ତଦନ୍ତ ମହିଳା କମିଶନ କରୁଛନ୍ତି ବୋଲି କହିଛନ୍ତି। ଶ୍ରୀମତୀ ବେହେରା କହିଛନ୍ତି ଯେ, ମହିଳା କମିଶନରେ ନାବାଳିକାଙ୍କ କଥା ଆଲୋଚନା ହେଉଛି ବରଂ ନାବାଳିକାଙ୍କ ମା’ କାର୍ଯ୍ୟକ୍ଷେତ୍ରରେ ନିର୍ଯାତନା ନେଇ ଯେଉଁ ଅଭିଯୋଗ କରିଥିଲେ ତା’ର ତଦନ୍ତ ଚାଲିଛି। ଓଟିଭିକୁ ଯେଉଁ ଡକ୍ୟୁମେଣ୍ଟ ମଗାଯାଇଥିଲା ସେସବୁ ଦେଇଛନ୍ତି ଓ ଓଟିଭି ତଦନ୍ତରେ ସହଯୋଗ କରୁଛି ବୋଲି ଶ୍ରୀମତୀ ବେହେରା କହିଥିଲେ।
ତେବେ ପ୍ରଶ୍ନ ଉଠୁଛି, କମିଶନଙ୍କ ପାଖରେ ୧୦ହଜାରରୁ ଅଧିକ ମାମଲା ଦୀର୍ଘଦିନ ଧରି ପଡ଼ି ରହିଥିବାବେଳେ ଏହି ନିର୍ଦ୍ଦିଷ୍ଟ ଅଭିଯୋଗ ଉପରେ କମିଶନ ଏତେ ତତ୍ପରତା ଦେଖାଇବା ପଛରେ କ’ଣ ରହସ୍ୟ ରହିଛି ତାକୁ ନେଇ ସାଧାରଣରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story