ଘରୁ ଡାକିନେଇ କନିଷ୍ଠ ଯନ୍ତ୍ରୀଙ୍କୁ ମରଣାନ୍ତକ ଆକ୍ରମଣ

ନବରଙ୍ଗପୁର (ନବଘନ ବିଷୋୟୀ): ବିଲ୍ କରାଇ ଦେବାକୁ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ। ଦୁର୍ବୃତ୍ତଙ୍କ ମାଡ଼ରେ ଆହତ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରଜନୀକାନ୍ତ ଭକ୍ତ। ତାଙ୍କୁ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି। ଅଭିଯୋଗ ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଭକ୍ତ ବ୍ଲକ୍ ଅଫିସ୍ ପରିସରରେ ଥିବା ତାଙ୍କ ବାସଭବନରେ ଥିବା ବେଳେ ୮ରୁ ୧୦ ଦୁର୍ବୃତ୍ତ […]

panchayat-samiti

Jitendra Garnayak
  • Published: Tuesday, 24 May 2022
  • , Updated: 24 May 2022, 08:08 PM IST

ନବରଙ୍ଗପୁର (ନବଘନ ବିଷୋୟୀ): ବିଲ୍ କରାଇ ଦେବାକୁ ନେଇ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ। ଘଟଣାଟି ଘଟିଛି ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକରେ। ଦୁର୍ବୃତ୍ତଙ୍କ ମାଡ଼ରେ ଆହତ କନିଷ୍ଠ ଯନ୍ତ୍ରୀଙ୍କ ନାଁ ରଜନୀକାନ୍ତ ଭକ୍ତ। ତାଙ୍କୁ ତେନ୍ତୁଳିଖୁଣ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଡାକ୍ତର କହିଛନ୍ତି।

ଅଭିଯୋଗ ଅନୁଯାୟୀ, କନିଷ୍ଠ ଯନ୍ତ୍ରୀ ଶ୍ରୀ ଭକ୍ତ ବ୍ଲକ୍ ଅଫିସ୍ ପରିସରରେ ଥିବା ତାଙ୍କ ବାସଭବନରେ ଥିବା ବେଳେ ୮ରୁ ୧୦ ଦୁର୍ବୃତ୍ତ ତାଙ୍କୁ ବାହାରକୁ ଡାକି ଆଣିଥିଲେ। ବିଲ୍ କରାଇ ଦେବାକୁ କହି ସେମାନେ ତାଙ୍କୁ ଆକ୍ରମଣ କରିଥିଲେ। ଏକ ବନ୍ଧୁକରେ ସେମାନେ ଶ୍ରୀ ଭକ୍ତଙ୍କ ମୁଣ୍ଡରେ ଆଘାତ କରିଥିଲେ।

ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତେନ୍ତୁଳିଖୁଣ୍ଡି ବିଡିଓଙ୍କ ସହାୟତାରେ ତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।

ତେନ୍ତୁଳିଖୁଣ୍ଟି ଥାନାରେ ଏହି ଘଟଣା ନେଇ ଏତଲା ଦିଆଯାଇଥିବା ବେଳେ ପୁଲିସ୍ ତଦନ୍ତ କରୁଛି।

Related story