ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନଙ୍କୁ ମିଳିଲା ପାରୋଲ

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ ଚାରି ଘଣ୍ଟା ପାଇଁ ପାରୋଲରେ ଜେଲ୍‌ରୁ ବାହାରିଛନ୍ତି।   ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଛନ୍ତି। ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ପାରୋଲ ପାଇଁ ତାଙ୍କୁ ଅନୁମତି ମିଳିଛି। ଚୌଦ୍ୱାର ଜେଲରେ ଥିବା ଅବଦୁଲଙ୍କୁ ଜଗତପୁର ପୁଲିସ୍ ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି।  ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଚ୍ଛ […]

ABDURE

Tapaswini Nayak
  • Published: Wednesday, 24 June 2020
  • , Updated: 24 June 2020, 12:54 PM IST

କଟକ (ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁରର ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ ଚାରି ଘଣ୍ଟା ପାଇଁ ପାରୋଲରେ ଜେଲ୍‌ରୁ ବାହାରିଛନ୍ତି।   ମା’ଙ୍କ ଶ୍ରାଦ୍ଧକର୍ମରେ ଯୋଗଦେବାକୁ ସେ ପାରୋଲରେ ଆସିଛନ୍ତି। ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ପାରୋଲ ପାଇଁ ତାଙ୍କୁ ଅନୁମତି ମିଳିଛି। ଚୌଦ୍ୱାର ଜେଲରେ ଥିବା ଅବଦୁଲଙ୍କୁ ଜଗତପୁର ପୁଲିସ୍ ତାଙ୍କ ଗାଁ ପଶ୍ଚିମକଚ୍ଛକୁ ନେଇଛି। 

ସୂଚନାଯୋଗ୍ୟ, ୨୦୧୬ ମସିହା ଡିସେମ୍ବର ୧୫ ତାରିଖରେ କଟକ ଜିଲ୍ଲା ଜଗତପୁର ଥାନାଠାରୁ ୫ କିଲୋମିଟର ଦୂର ପଶ୍ଚିମକଚ୍ଛ ଗାଁରୁ ସନ୍ଦିଗ୍ଧ ଆତଙ୍କବାଦୀ ମହମ୍ମଦ ଅବଦୁର ରେହମାନକୁ ଗିରଫ କରିଥିଲା କମିଶନରେଟ୍ ପୁଲିସ୍ ଓ ଦିଲ୍ଲୀ ପୁଲିସ୍‌ର ଏକ ସ୍ୱତନ୍ତ୍ର ଟିମ୍। ଅବଦୁର ଅଲକାଏଦା ଇଣ୍ଡିଆନ୍ ସବକଣ୍ଟିନେଣ୍ଟ୍ (ଏକ୍ୟୁଆଇଏସ୍)ର ସଦସ୍ୟ ବୋଲି ଜଣାପଡ଼ିଥିଲା। ସେ ସଂଗଠନର ନିଯୁକ୍ତି କଥା ବୁଝୁଥିଲା ବୋଲି ପୁଲିସ୍ କହିଥିଲା। ତଦନ୍ତ ସମୟରେ ଅବଦୁର ପାଖରୁ ମୋବାଇଲ୍, ଟାବଲେଟ୍ ଓ ପାସପୋର୍ଟ ଜବତ ହୋଇଥିଲା।

Related story