ଆଜି ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର ହେବ ଆତଙ୍କବାଦୀ ଅବଦୁର ରେହମାନ୍‌

କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ ଦିଲ୍ଲୀର ତିହାର ଜେଲରୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ କଟକ ଚାଉଳିଆଗଞ୍ଜ ଥାନାରେ ରଖାଯାଇଛି। ଆଜି ତାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ। ପୂର୍ବରୁ ମେ’ ୧୫ ତାରିଖରେ ତାକୁ ସାଲେପୁର କୋର୍ଟରେ ହାଜର କରଯାଇଥିଲ॥ ତେବେ ୨୩ ତାରିଖରେ ପାତିଆଲା କୋର୍ଟରେ ହାଜିରା ଥିବାରୁ ଅବଦୁରକୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା। ପରେ ୨୯ ତାରିଖରେ ସମସ୍ତ କାଗଜପତ୍ର ସହ ପୁଣି ସାଲେପୁର କୋର୍ଟରେ ହାଜର କରିବାକୁ […]

Abdur-Rehman

Rakesh Mallick
  • Published: Monday, 29 May 2017
  • , Updated: 29 May 2017, 09:22 AM IST

କଟକ: ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନକୁ ଦିଲ୍ଲୀର ତିହାର ଜେଲରୁ କଡା ସୁରକ୍ଷା ମଧ୍ୟରେ ଅଣାଯାଇ କଟକ ଚାଉଳିଆଗଞ୍ଜ ଥାନାରେ ରଖାଯାଇଛି। ଆଜି ତାକୁ ସାଲେପୁର ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଯିବ। ପୂର୍ବରୁ ମେ’ ୧୫ ତାରିଖରେ ତାକୁ ସାଲେପୁର କୋର୍ଟରେ ହାଜର କରଯାଇଥିଲ॥ ତେବେ ୨୩ ତାରିଖରେ ପାତିଆଲା କୋର୍ଟରେ ହାଜିରା ଥିବାରୁ ଅବଦୁରକୁ ତିହାର ଜେଲକୁ ପଠାଇ ଦିଆଯାଇଥିଲା। ପରେ ୨୯ ତାରିଖରେ ସମସ୍ତ କାଗଜପତ୍ର ସହ ପୁଣି ସାଲେପୁର କୋର୍ଟରେ ହାଜର କରିବାକୁ ଏସ୍‌ଟିଏଫକୁ ସାଲେପୁର ଜେଏମ୍‌ଏଫ୍‌ସି ନିର୍ଦ୍ଦେଶ ଦେଇଥିଲେ।

୨୦୧୫ ଡିସେମ୍ବର ୧୫ରେ ଦିଲ୍ଲୀ ପୋଲିସ୍‌ ସ୍ପେଶାଲ ସେଲ୍ ଓ କମିଶନରେଟ ପୋଲିସ ମିଳିତ ଚଢ଼ାଉ କରି ରେହମାନକୁ କଟକ ଜିଲ୍ଲା ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛ ଗାଁରୁ ଗିରଫ କରିଥିଲା। ତା’ ବିରୁଦ୍ଧରେ ସେଠାରେ ବେଆଇନ ଭାବେ ମଦ୍ରାସା ଚଳାଇବା ଏବଂ  ଏକ୍ୟୁଆଇଏସ୍‌ ପାଇଁ ସଦସ୍ୟ ନିଯୁକ୍ତ କରିବା ଆଦି ଗୁରୁତର ଅଭିଯୋଗ ରହିଛି।

Related story