ସଫଳ ଅସ୍ତ୍ରୋପଚାର ପାଇଁ ଓଡ଼ିଆ ଡାକ୍ତରଙ୍କୁ ଧନ୍ୟବାଦ ଜଣାଇଲେ ସୁଷମା ସ୍ୱରାଜ

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସଫଳ କିଡନୀ ପ୍ରତିରୋପଣ ପଛରେ ଓଡ଼ିଆ ଡାକ୍ତରଙ୍କ ହାତ ରହିଛି। ସେ ହେଉଛନ୍ତି ସୁନ୍ଦରଗଡ଼ର ଡାକ୍ତର ମୁକୁଟ ମିଞ୍ଜ। ମିଞ୍ଜଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗତ ୧୦ ତାରିଖରେ ସୁଷମାଙ୍କ ଅସ୍ତ୍ରୋପଚାର କରିଥିଲେ। ସୁସ୍ଥ ହେବା ପରେ ସୁଷମା ଟ୍ୱିଟରରେ ମିଞ୍ଜଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତରେ ମିଞ୍ଜଙ୍କ ଭଳି ଦକ୍ଷ ସର୍ଜନ ଥିବାରୁ ସେ ଗର୍ବିତ ବୋଲି ଟ୍ୱିଟ୍‌ କରିଛନ୍ତି। ଏହାର ଉତ୍ତରରେ ଡାକ୍ତର ମିଞ୍ଜ […]

mukut-minz-susama

Rakesh Mallick
  • Published: Tuesday, 20 December 2016
  • , Updated: 20 December 2016, 11:23 PM IST

ନୂଆଦିଲ୍ଲୀ: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜଙ୍କ ସଫଳ କିଡନୀ ପ୍ରତିରୋପଣ ପଛରେ ଓଡ଼ିଆ ଡାକ୍ତରଙ୍କ ହାତ ରହିଛି। ସେ ହେଉଛନ୍ତି ସୁନ୍ଦରଗଡ଼ର ଡାକ୍ତର ମୁକୁଟ ମିଞ୍ଜ। ମିଞ୍ଜଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଦଳ ଗତ ୧୦ ତାରିଖରେ ସୁଷମାଙ୍କ ଅସ୍ତ୍ରୋପଚାର କରିଥିଲେ। ସୁସ୍ଥ ହେବା ପରେ ସୁଷମା ଟ୍ୱିଟରରେ ମିଞ୍ଜଙ୍କୁ କୃତଜ୍ଞତା ଜଣାଇଛନ୍ତି। ଭାରତରେ ମିଞ୍ଜଙ୍କ ଭଳି ଦକ୍ଷ ସର୍ଜନ ଥିବାରୁ ସେ ଗର୍ବିତ ବୋଲି ଟ୍ୱିଟ୍‌ କରିଛନ୍ତି। ଏହାର ଉତ୍ତରରେ ଡାକ୍ତର ମିଞ୍ଜ ଲେଖିଛନ୍ତି,“ଏହା ମୋ ପାଇଁ ସୌଭାଗ୍ୟର ବିଷୟ। ସୁଷମାଙ୍କ ଦୃଢ଼ ମନୋବଳ ଓ ଇଚ୍ଛାଶକ୍ତିକୁ ସେ ସମ୍ମାନ ଦିଅନ୍ତି।”

ରାଉରକେଲା ଉଦିତନଗର ହାଇସ୍କୁଲରୁ ମାଟ୍ରିକ ପାସ୍‌ କରିଥିବା ଡାକ୍ତର ମିଞ୍ଜ ୧୯୭୬ରେ ବୁର୍ଲାରୁ ଏମ୍‌ବିବିଏସ୍‌ ଡିଗ୍ରୀ ହାସଲ କରିଥିଲେ। ପରେ ସେ ମୋହାଲି ଫର୍ଟିସ୍‌ ହସ୍ପିଟାଲରେ ଟ୍ରାନସପ୍ଲାଣ୍ଟ ସର୍ଜନ ବିଭାଗର ମୁଖ୍ୟ ଭାବେ ଯୋଗଦେଇଥିଲେ।

Related story