ସାଲ୍‌ଭେଙ୍କୁ ବାଲୁକା କଳା ମଧ୍ୟମରେ ଧନ୍ୟବାଦ ଜଣାଇଲେ ସୁଦର୍ଶନ

ପୁରୀ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶି ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇଛନ୍ତି। ଭାରତ ପକ୍ଷରୁ ପକ୍ଷ ରଖିଥିବା ଆଇନ୍‌ଜୀବୀ ହରିଶ ସାଲ୍‌ଭେ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ସାଲ୍‌ଭେ ନେଇଥିଲେ ମାତ୍ର ୧ ଟଙ୍କା। ତାଙ୍କର ଏହି ଅବଦାନ ପାଇଁ ସମଗ୍ର ଭାରତରେ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। ଏପରିକି ପାକିସ୍ତାନ ମିଡ଼ିଆରେ ମଧ୍ୟ ସାଲ୍‌ଭେଙ୍କୁ ନେଇ ବେଶ ଚର୍ଚ୍ଚା। ଦେଶ ପାଇଁ ସାଲ୍‌ଭେଙ୍କ ଏପରି ଉଦ୍ୟମକୁ […]

DAMbqcIUMAAzK5G

Rakesh Mallick
  • Published: Friday, 19 May 2017
  • , Updated: 19 May 2017, 10:49 PM IST

ପୁରୀ: ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କ ଫାଶି ଦଣ୍ଡାଦେଶ ଉପରେ ଅନ୍ତର୍ଜାତୀୟ କୋର୍ଟ ରୋକ୍ ଲଗାଇଛନ୍ତି। ଭାରତ ପକ୍ଷରୁ ପକ୍ଷ ରଖିଥିବା ଆଇନ୍‌ଜୀବୀ ହରିଶ ସାଲ୍‌ଭେ ଯୋଗୁଁ ଏହା ସମ୍ଭବ ହୋଇପାରିଛି। ଏଥିପାଇଁ ସାଲ୍‌ଭେ ନେଇଥିଲେ ମାତ୍ର ୧ ଟଙ୍କା। ତାଙ୍କର ଏହି ଅବଦାନ ପାଇଁ ସମଗ୍ର ଭାରତରେ ତାଙ୍କ ପାଖକୁ ଛୁଟୁଛି ପ୍ରଶଂସାର ସୁଅ। ଏପରିକି ପାକିସ୍ତାନ ମିଡ଼ିଆରେ ମଧ୍ୟ ସାଲ୍‌ଭେଙ୍କୁ ନେଇ ବେଶ ଚର୍ଚ୍ଚା। ଦେଶ ପାଇଁ ସାଲ୍‌ଭେଙ୍କ ଏପରି ଉଦ୍ୟମକୁ ନିଜର ବାଲୁକା କଳା ମାଧ୍ୟମରେ ସ୍ୱାଗତ ଜଣାଇଛନ୍ତି ଓଡ଼ିଶାର ବିଶିଷ୍ଟ ବାଲୁକା କଳା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ। ପୁରୀ ବେଳେଭୂମିରେ ସେ “ଥେଙ୍କ୍ସ ହରିଶ ସାଲ୍‌ଭେ, ଇଣ୍ଡିଆ ଇଜ୍‌ ପ୍ରାଉଡ୍‌ ଅଫ୍‌ ୟୁ” ବଲୁକା କଳା ତିଆରି କରିଛନ୍ତି।

Related story