ବିଧାନସଭାରେ ଉଠିଲା ଏସିଏଫ ସୌମ୍ୟ ମୃତ୍ୟୁ ମାମଲା

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କେମିତି ହେଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ଘଟଣା ଘଟିବାର ୨ ମାସ ପରେ କାହିଁକି ସତ ପଦାକୁ ଆସିପାରୁନି ? ମୃତ୍ୟୁ ଷଡ଼ଯନ୍ତ୍ରରେ ନାମ ଉଠିଥିବା ଡିଏଫଓଙ୍କୁ ସୁରକ୍ଷା ଦେଉଛି କିଏ ? ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ଆଜି ବିଧାନସଭାରେ ପ୍ରସଙ୍ଗ ଉଠିଥିଲା। ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି। ଆଜି […]

BidyaBharati-and-Soumaya

Tapas Behera
  • Published: Tuesday, 07 September 2021
  • , Updated: 07 September 2021, 03:54 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): କେମିତି ହେଲା ପାରଳାଖେମୁଣ୍ଡି ଏସିଏଫ ସୌମ୍ୟ ରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ଘଟଣା ଘଟିବାର ୨ ମାସ ପରେ କାହିଁକି ସତ ପଦାକୁ ଆସିପାରୁନି ? ମୃତ୍ୟୁ ଷଡ଼ଯନ୍ତ୍ରରେ ନାମ ଉଠିଥିବା ଡିଏଫଓଙ୍କୁ ସୁରକ୍ଷା ଦେଉଛି କିଏ ? ବହୁ ଚର୍ଚ୍ଚିତ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁକୁ ନେଇ ଆଜି ବିଧାନସଭାରେ ପ୍ରସଙ୍ଗ ଉଠିଥିଲା।

ମାସାଧିକ କାଳ ତଦନ୍ତ ପରେ ବି ଏଏସିଏଫଙ୍କ ମୃତ୍ୟୁ କିପରି ହେଲା ସେ ସମ୍ପର୍କରେ ସ୍ପଷ୍ଟ ହୋଇପାରିନି। ଆଜି ଏନେଇ ଗୃହରେ ଅସନ୍ତୋଷ ପ୍ରକାଶ କରିଛନ୍ତି ପାରଳାଖେମୁଣ୍ଡି ବିଧାୟକ ନାରାୟଣ ରାଓ। ମାମଲାରେ ପ୍ରଥମେ ପୁଲିସ ଓ ପରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଛି। ହେଲେ ତଥାପି କୌଣସି ନିଷ୍କର୍ସରେ ପହଞ୍ଚି ପାରିନି ତଦନ୍ତକାରୀ ସଂସ୍ଥା । ମୁଖ୍ୟ ଅଭିଯୁକ୍ତ ଏଏସିଏଫଙ୍କ ସ୍ତ୍ରୀ ବିଦ୍ୟାଭାରତୀ, ଡିଏଫ୍ଓ ସଂଗ୍ରାମ ବେହେରା ଓ ରୋଷେୟାଙ୍କୁ ଜେରା କରାଗଲା । ହେଲେ ଥାନାରେ ନ ଡାକି ଘରେ ପଚରାଉଚରା କରାଯାଇଥିଲା। ଖାଲି ଏତିକି ନୁହେଁ ଏହି ମାମଲାରେ ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ପଦାକୁ ଆସିଥିବା କହିଛନ୍ତି ବିଧାୟକ। ଗଜପତି ଜିଲ୍ଲାର ଜଙ୍ଗଲରୁ ରକ୍ତ ଚନ୍ଦନ କାଠ ଚୋରି ହେଉଛି। ପଡ଼ୋଶୀ ରାଜ୍ୟକୁ ଏସବୁ ଚାଲାଣ କରାଯାଉଛି। ତେବେ ଡିଏଫ୍ଓ କଣ ଏସମ୍ପର୍କରେ ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ। ସମସ୍ତ ଘଟଣାକୁ ଦେଖିଲେ ଲାଗୁଛି ରାଜ୍ୟ ସରକାର ଡିଏଫ୍ଓଙ୍କୁ ସୁରକ୍ଷା  ଦେଉଛନ୍ତି। ଲୋକଙ୍କ ଭିତରେ ଅସନ୍ତୋଷ ବଢ଼ୁଛି। ତେଣୁ ସତ ଘଟଣା ସାମ୍ନାକୁ ଆସୁ ବୋଲି ପାରଳାଖେମୁଣ୍ଡି ବିଧାୟକ ଗୃହରେ ଦାବି କରିଛନ୍ତି।

ଇତି ମଧ୍ୟରେ ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାରୁ ରହସ୍ୟର ପରଦା ହଟି ନଥିବା ବେଳେ ଗଙ୍ଗା ପ୍ରଧାନ ନାମକ ଜଣେ ଯୁବକ ସାମ୍ନାକୁ ଆସିଥିଲେ। ସେ ଗଣମାଧ୍ୟମ ସମ୍ମୁଖରେ ଦେଇଥିଲେ ବିସ୍ଫୋରକ ବୟାନ। ଗଙ୍ଗା କହିଥିଲେ, ଯେ ରାତି ସାଢ଼େ ୧୨ଟାରେ ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରା ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଯିବାର ସେ ଦେଖିଛନ୍ତି। ଥରୁଟିଏ ସେ ଡିଏଫ୍‌ଓଙ୍କୁ ସେଠାକୁ ଯିବାର ଦେଖିଛନ୍ତି। ତେବେ ସେତେବେଳେ ସୌମ୍ୟରଞ୍ଜନ ମହାପାତ୍ର ଘରେ ଥିଲେ କି ନାଇଟ୍ ଡ୍ୟୁଟିରେ ଯାଇଥିଲେ, ତାହା ସେ ଜାଣି ନାହାନ୍ତି ବୋଲି କହିଛନ୍ତି।

ସେହିଭଳି ସେ ଆଉ ଏକ ବିସ୍ଫୋରକ କଥା କହିଛନ୍ତି। ସୌମ୍ୟରଞ୍ଜନ ମହାପାତ୍ରଙ୍କ ପତ୍ନୀ ବିଦ୍ୟାଭାରରତୀ ପଣ୍ଡାଙ୍କୁ ପ୍ରଥମ ଥର ପାଇଁ ଘଟଣା ଦିନ ହସ୍‌ପିଟାଲ୍‌ରେ ଦେଖିଥିଲେ ବୋଲି ଡିଏଫଓ ଯେଉଁ ମନ୍ତବ୍ୟ ଦେଇଥିଲେ, ତାହା ପୂରା ମିଛ ବୋଲି ଗଙ୍ଗା କହିଛନ୍ତି। ସେ କହିଛନ୍ତି, ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ଓ ତାଙ୍କ ପତ୍ନୀ ସକାଳେ ଏବଂ ସନ୍ଧ୍ୟାରେ ଚାଲି ଗଲା ବେଳେ ଡିଏଫ୍‌ଓ ତାଙ୍କ ଘରୁ ଥାଇ ସେମାନଙ୍କୁ ଦେଖୁଥିଲେ।

ଗଙ୍ଗା ପ୍ରଧାନ ଗଜପତି ଡିଏଫଓ ଅଫିସରେ ଜଗୁଆଳି ଭାବେ କାମ କରୁଥିଲେ। ବିନା କାରଣରେ ୭/୮ ମାସ ତଳେ ତାଙ୍କୁ ଡିଏଫଓ ସଂଗ୍ରାମ କେଶରୀ ବେହେରା ଚାକିରିରୁ ବାହାର କରି ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ସେ ଆହୁରି କହିଛନ୍ତି ଏସିଏଫ୍‌ଙ୍କ ଘରକୁ ସେ ସେଦିନ ରାତିରେ ଯିବାର ଦେଖି ଦେଇଥିବାରୁ ଡିଏଫ୍‌ଓ ତାଙ୍କୁ ଚାକିରିରୁ କାଢ଼ି ଦେଇଥିଲେ। ଗଙ୍ଗା କହିଛନ୍ତି ଯେ ନିର୍ଦ୍ଦିଷ୍ଟ କେଉଁ ତାରିଖରେ ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ରଙ୍କ ଘରକୁ ଡିଏଫ୍‌ଓ ଯାଇଥିଲେ, ତାହା ସେ କହିପାରିବେ ନାହିଁ। କାରଣ ଘଟଣାଟି ୭/୮ ମାସ ତଳର। ସେହିପରି ସେ ସେଠାରେ କେତେ ସମୟ ରହିଥିଲେ, ତାହା ବି କହିପାରିବେ ନାହିଁ। କିନ୍ତୁ ଯାହା ଦେଖିଛନ୍ତି, ତାହା ପୁଲିସ୍ ହେଉ କି କ୍ରାଇମ୍‌ବ୍ରାଞ୍ଜ- ସମସ୍ତଙ୍କୁ କହିବେ।

Related story