ସ୍ପଷ୍ଟୀକରଣ ଦେଲେ ଏମ୍ସ କର୍ତ୍ତୃପକ୍ଷ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଗୁରୁତର ଉଲ୍ଲଘଂନ ଅଭିଯୋଗ ହୋଇଥିବା ଉପରେ ଭୁବନେଶ୍ୱରସ୍ଥିତ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତ୍ରୁଟିପୂର୍ଣ୍ଣ କହିବା ସହ କରୋନା ପୀଡ଼ିତ ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାରେ କୌଣସି ପ୍ରକାରର ଅବହେଳା କରାଯାଇ ନାହିଁ ଓ ସମସ୍ତ ପ୍ରକାର ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି। ଭୁବନେଶ୍ୱରସ୍ଥିତ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ପଦ୍ମନାଭନ୍ ଆଜି ଏକ ଭିଡିଓ ସନ୍ଦେଶରେ […]

aiims

aiims

Manoranjan Sial
  • Published: Friday, 20 March 2020
  • Updated: 20 March 2020, 09:29 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଦ୍ୱିତୀୟ କରୋନା ପଜେଟିଭ୍ ରୋଗୀଙ୍କ ଚିହ୍ନଟ ପ୍ରକ୍ରିୟାରେ ଗୁରୁତର ଉଲ୍ଲଘଂନ ଅଭିଯୋଗ ହୋଇଥିବା ଉପରେ ଭୁବନେଶ୍ୱରସ୍ଥିତ ଏମ୍ସ କର୍ତ୍ତୃପକ୍ଷ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ଗଣମାଧ୍ୟମରେ ପ୍ରକାଶିତ ଖବରକୁ ତ୍ରୁଟିପୂର୍ଣ୍ଣ କହିବା ସହ କରୋନା ପୀଡ଼ିତ ରୋଗୀଙ୍କ ଚିକିତ୍ସା ପ୍ରକ୍ରିୟାରେ କୌଣସି ପ୍ରକାରର ଅବହେଳା କରାଯାଇ ନାହିଁ ଓ ସମସ୍ତ ପ୍ରକାର ସୁରକ୍ଷା ମାନଦଣ୍ଡ ପାଳନ କରାଯାଇଛି ବୋଲି ସ୍ପଷ୍ଟ କରିଛନ୍ତି।

ଭୁବନେଶ୍ୱରସ୍ଥିତ ଏମ୍ସ ନିର୍ଦ୍ଦେଶକ ଗୀତାଞ୍ଜଳି ପଦ୍ମନାଭନ୍ ଆଜି ଏକ ଭିଡିଓ ସନ୍ଦେଶରେ କହିଛନ୍ତି ଯେ, ଭୁବନେଶ୍ୱର ଏମ୍ସ ପ୍ରସଙ୍ଗରେ ଗଣମାଧ୍ୟମରେ କିଛି ତ୍ରୁଟିପୂର୍ଣ୍ଣ ଖବର ପ୍ରସାରିତ ହୋଇଛି। ଯାହା ଉପରେ ସେ ସ୍ପଷ୍ଟ ମତ ରଖିବାକୁ ଚାହୁଁଛନ୍ତି। ୧୯ ତାରିଖ ସକାଳେ କୋଭିଡ-୧୯ ଲକ୍ଷଣ ଥିବା ଜଣେ ରୋଗୀ ଏମ୍ସକୁ ଆସିଥିଲେ। ସେ ରୋଗୀଙ୍କର ବିଦେଶ ଗସ୍ତର ଇତିହାସ ଥିଲା। ତେଣୁ ଭାରତ ସରକାରଙ୍କ ନିୟମ ଅନୁସାରେ ତାଙ୍କୁ ସଙ୍ଗେସଙ୍ଗେ ଆଇସୋଲେସନ ୱାର୍ଡକୁ ନିଆଯାଇ ଡାକ୍ତରମାନଙ୍କ ଦ୍ୱାରା ପରୀକ୍ଷା କରାଯାଇଥିଲା। ସେଠାରେ ତାଙ୍କର ନମୂନା ସଂଗ୍ରହ କରାଯାଇଥିଲା ଓ ସେହି ରାତିରେ ସମ୍ପୃକ୍ତ ରୋଗୀଙ୍କ ଦେହରେ କରୋନା ପଜେଟିଭ୍ ଥିବା ପ୍ରମାଣ ମିଳିଥିଲା। ତାଙ୍କୁ କାଲିଠୁ ଆବଶ୍ୟକ ଚିକିତ୍ସା ପ୍ରକ୍ରିୟାରେ ରଖାଯାଇଛି। ସେ ଯେଉର୍ଁମାନଙ୍କ ସହ ସଂସ୍ପର୍ଶରେ ଆସିଥିଲେ ସେମାନଙ୍କୁ ତୁରନ୍ତ ହୋମ କ୍ୱାରେଣ୍ଟାଇନରେ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି। ସେ ୧୮ତାରିଖରେ ବିମାନ ବନ୍ଦରରେ ପହଞ୍ଚିବାପରେ ସିଧାସଳଖ ନିଜ ଘରକୁ ଯାଇଥିଲେ। ରାତିରେ ଅସୁସ୍ଥ ଅନୁଭବ କରିବାପରେ ସକାଳେ ଏମ୍ସ ଆସିଥିଲେ। ତେଣୁ ରୋଗୀଙ୍କ ଚିହ୍ନଟ ଓ ଅନ୍ୟମାନଙ୍କ ସୁରକ୍ଷାକୁ ନେଇ ଗୁରୁତର ଉଲ୍ଲଘଂନ ହୋଇଥିବା ଅଭିଯୋଗରେ କୌଣସି ସତ୍ୟତା ନାହିଁ। ଭାରତ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଆଇନ ଅନୁସାରେ କରୋନା ପଜେଟିଭଙ୍କ ଚିକିତ୍ସା କରାଯାଉଛି। ତେଣୁ ଏମ୍ସରେ ସମସ୍ତ ପ୍ରକାରର ସୁରକ୍ଷା ମାନକର ପାଳନ କରାଯାଇଛି ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେହିପରି ଶ୍ରୀମତୀ ପଦ୍ମନାଭନ୍ କହିଛନ୍ତି ଯେ, ଏମ୍ସର କେତେକ ଡାକ୍ତରଙ୍କୁ ଏବେ ତାଙ୍କ ଭଡ଼ାଘର ମାଲିକମାନେ ଘର ଛାଡ଼ିବାକୁ କହୁଛନ୍ତି। ଯାହାକି ଠିକ୍ ନୁହେଁ। ଏବେ ‘କୋଭିଡ-୧୯’ର ଚିକିତ୍ସା ପାଇଁ ଏମ୍ସ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି। ତେଣୁ କେହି ଏନେଇ ଭୟଭୀତ କିମ୍ବା ଆଶଙ୍କାରେ ରହିବା ଅନୁଚିତ୍ ବୋଲି ଏମ୍ସ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos