କଳାକାରଙ୍କୁ ମିଳିବ ଆଗୁଆ ୪ ମାସର ଭତ୍ତା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗୁଆ ମିଳିବ କଳାକାର ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ବ୍ୟକ୍ତିମାନଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିବ।  କୋଭିଡ୍‌-୧୯ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତମାସରୁ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଇ-ଟ୍ରାନ୍ସଫର ମାଧ୍ୟମରେ କଳାକାରଙ୍କ ଜମା ଖାତାରେ ପଇଠ ହେବ ଟଙ୍କା। ସୂଚନାରୁ ପ୍ରକାଶ, ରାଜ୍ୟରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ […]

artest

Manoranjan Sial
  • Published: Wednesday, 08 April 2020
  • , Updated: 08 April 2020, 04:51 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ ଆଗୁଆ ମିଳିବ କଳାକାର ଭତ୍ତା। ମୁଖ୍ୟମନ୍ତ୍ରୀଙ୍କ କଳାକାର ସହାୟତା ଯୋଜନା ଅଧିନରେ କଳାକାର ଭତ୍ତା ପାଉଥିବା ବ୍ୟକ୍ତିମାନଙ୍କୁ ୪ ମାସର ଆଗୁଆ ଭତ୍ତା ମିଳିବ।  କୋଭିଡ୍‌-୧୯ ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଗତମାସରୁ ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ୪ ମାସର ଭତ୍ତା ଦେବାକୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦେଇଛନ୍ତି। ଇ-ଟ୍ରାନ୍ସଫର ମାଧ୍ୟମରେ କଳାକାରଙ୍କ ଜମା ଖାତାରେ ପଇଠ ହେବ ଟଙ୍କା।

ସୂଚନାରୁ ପ୍ରକାଶ, ରାଜ୍ୟରେ ଦିନକୁ ଦିନ ‘କରୋନା’ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଆଜି ସୁଦ୍ଧା ‘କରୋନା’ରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୨ ଜଣ ଆକ୍ରାନ୍ତ ହୋଇ ଆଇସୋଲେସନ୍‌ରେ ଅଛନ୍ତି। ସେମାନଙ୍କୁ ବର୍ତ୍ତମାନ ଚିକିତ୍ସା କରାଯାଉଛି। ଏହାଛଡ଼ା ଅନେକ କ୍ୱାରେଣ୍ଟାଇନରେ ଅଛନ୍ତି। ସୁରକ୍ଷା ଦୃଷ୍ଟିରୁ ‘କରୋନା’ ଆକ୍ରାନ୍ତ ଚିହ୍ନଟ ଅଞ୍ଚଳକୁ ସିଲ୍‌ କରାଯାଇ ସାନିଟାଇଜ୍‌ କରାଯାଉଛି। ଲୋକଙ୍କୁ ଘରୁ ନବାହାରିବା ପାଇଁ ଅପିଲ୍‌ କରାଯାଉଛି। ସେମାନଙ୍କ ପାଖରେ ପ୍ରଶାସନ ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚାଉଛି।

Related story