ଶ୍ରୀମନ୍ଦିର ରତ୍ନଭଣ୍ଡାର ବିମ୍ ଓ ଛାତ ଖରାପ, ମରାମତି ଅନୁମତି ମାଗିଲା ଏଏସ୍‌ଆଇ

ପୁରୀ(ଓଡ଼ିଶା ରିପୋର୍ଟର): ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି। ଭିତର ଭଣ୍ଡାରର ତିନିଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବାକୁ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରୁ। ରାଜ୍ୟ ଆଇନ୍ ବିଭାଗକୁ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ଚିଠି ଲେଖି ଏହା ଜଣାଇଛନ୍ତି। ଯାହା ଜଣାପଡ଼ିବା ପରେ ଭକ୍ତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ସରକାରଙ୍କ ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ଉଠିଛି। ଚଳିତମାସ ୮ ତାରିଖରେ ଏହି ଚିଠି କରିଛି ଏଏସ୍‌ଆଇ। […]

srimandir'

srimandir'

Niranjan Mishra
  • Published: Friday, 12 August 2022
  • Updated: 12 August 2022, 09:23 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଭଲ ନାହିଁ ଶ୍ରୀମନ୍ଦିର ରତ୍ନଭଣ୍ଡାରର ସ୍ଥିତି। ଭିତର ଭଣ୍ଡାରର ତିନିଟି ବିମ୍ ସହ ପ୍ଲାଷ୍ଟର ଖରାପ ଅଛି। ତେଣୁ ଶ୍ରୀମନ୍ଦିର ପ୍ରଶାସନ ରତ୍ନ ଭଣ୍ଡାର ଖୋଲିବାକୁ ତୁରନ୍ତ ବ୍ୟବସ୍ଥା ଗ୍ରହଣ କରୁ। ରାଜ୍ୟ ଆଇନ୍ ବିଭାଗକୁ ଏଏସ୍ଆଇ ସୁପରିଣ୍ଟେଣ୍ଡେଣ୍ଟଙ୍କ ଚିଠି ଲେଖି ଏହା ଜଣାଇଛନ୍ତି। ଯାହା ଜଣାପଡ଼ିବା ପରେ ଭକ୍ତଙ୍କ ମହଲରେ ଉଦ୍‌ବେଗ ପ୍ରକାଶ ପାଇଛି ଏବଂ ସରକାରଙ୍କ ଦାୟିତ୍ୱହୀନତା ପ୍ରତି ଅଙ୍ଗୁଳି ଉଠିଛି। ଚଳିତମାସ ୮ ତାରିଖରେ ଏହି ଚିଠି କରିଛି ଏଏସ୍‌ଆଇ। ରତ୍ନଭଣ୍ଡାରର ଅନୁଧ୍ୟାନ ଓ ମରାମତି ପାଇଁ ଅନୁମତି ଦେବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ରାଜ୍ୟ ଆଇନ୍ ବିଭାଗକୁ ଏଏସ୍‌ଆଇ ନିବେଦନ କରିଛି।

ସେପଟେ ଭଣ୍ଡାର ଘର ଦାୟିତ୍ୱରେ ଥିବା ଭଣ୍ଡାର ମେକାପ ନାରାୟଣ ମେକାପ ବି କହିଛନ୍ତି ରତ୍ନଭଣ୍ଡାର ୩ଟି ବିମରେ ଫାଟ ସହ ପାଣି ଗଳୁଛି। ଭିତର ଭଣ୍ଡାରରେ ଦୁର୍ମୁଲ୍ୟ ରତ୍ନ ଅଳଙ୍କାର ଥିବାରୁ ଶ୍ରୀମନ୍ଦିର ଓ ରତ୍ନଭଣ୍ଡାରର ସୁରକ୍ଷା ପାଇଁ ଭଣ୍ଡାର ଖୋଲାଯାଉ।

ହେଲେ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନାଙ୍କ କହିବା କଥା ଏଏସ୍ଆଇର ଚିଠି ଉପରେ ଆଗାମୀ ପରିଚାଳନା କମିଟି ବୈଠକରେ ଆଲୋଚନା ହେବ। କିନ୍ତୁ ରତ୍ନଭଣ୍ଡାର ଖୋଲିବା ନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ନେବେ।

ତେଣେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି, ଏଏସ୍ଆଇ ଚିଠି ସଂପର୍କରେ ତାଙ୍କ ପାଖରେ ଖବର ନାହିଁ।

ହେଲେ ଏଠି ପ୍ରଶ୍ନ ଉଠୁଛି ରତ୍ନଭଣ୍ଡାର ଚାବି ହଜିବା ପରେ ଯେଉଁ ଡୁପ୍ଲିକେଟ୍ ଚାବି ମିଳିଥିବା କଥା କୁହାଯାଉଥିଲା, ସେ ଚାବିରେ ଭଣ୍ଡାର ଖୋଲିବ ତ? କାରଣ ଏ ପର୍ଯ୍ୟନ୍ତ ଏହାର ପରୀକ୍ଷଣ କରିବାକୁ ନା ଶ୍ରୀମନ୍ଦିର ପ୍ରଶାସନ କିମ୍ବା ରାଜ୍ୟ ଆଇନ ବିଭାଗ ପଦକ୍ଷେପ ନେଇନି। ରତ୍ନଭଣ୍ଡାର ସୁରକ୍ଷା ପ୍ରତି ସରକାରଙ୍କ ଏତାଦୃଶ୍ୟ ମନୋଭାବ ପୁଣି ସରକାରୀ କାର୍ଯ୍ୟକଳାପକୁ ସନ୍ଦେହରେ ପକାଇଛି।

ସୂଚନା ଯୋଗ୍ୟ ଯେ, ରତ୍ନଭଣ୍ଡାର ସ୍ଥିତି ଅତ୍ୟନ୍ତ ଶୋଚନୀୟ ସ୍ଥିତିରେ ଥିବା ବେଳେ ସରକାର ଏହାର ମରାମତି ନିମନ୍ତେ ଦୃଷ୍ଟି ଦେଉ ନ ଥିବା ନେଇ ଗଜପତି ମହାରାଜା ଦିବ୍ୟସିଂହ ଅନେକ ଥର ଗଣମାଧ୍ୟମରେ କ୍ଷୋଭ ପ୍ରକାଶ କରି କହିଆସିଛନ୍ତି। ରତ୍ନ ଭଣ୍ଡାର ଶୀଘ୍ର ମରାମତି ଓ ରତ୍ନ ଅଳଙ୍କାର ଗଣତି ପାଇଁ ମତ ପ୍ରକାଶ କରିଆସୁଛନ୍ତି। ହେଲେ ନା ରାଜ୍ୟ ସରକାର, ନା ରାଜ୍ୟ ଆଇନ ବିଭାଗ, ନା ଶ୍ରୀମନ୍ଦିର ପ୍ରଶାସନ, କେହିବି ଯତ୍ନବାନ ନୁହେଁ। ତେଣୁ ଖୋଦ ପରିଚାଳନ କମିଟି ମୁଖ୍ୟଙ୍କ କଥାକୁ ସରକାର ଦୃଷ୍ଟି ନ ଦେବା ପ୍ରଶାସନିକ ଅବ୍ୟବସ୍ଥାକୁ ପଦାରେ ପକାଇଛି।

ଏହାଛଡ଼ା ଶ୍ରୀମନ୍ଦିର ରେକର୍ଡ ଅଫ୍ ରାଇଟସ୍ ମୁତାବକ ପ୍ରତି ତିନିବର୍ଷରେ ରତ୍ନଭଣ୍ଡାର ଖୋଲିବା ନିୟମ ରହିଛି ହେଲେ ଆଜିକୁ ପ୍ରାୟ ୩୭ ବର୍ଷ ହେବ ଏହା ଖୋଲାଯାଇନାହିଁ। ତେଣୁ ଏଏସ୍‌ଆଇ ରତ୍ନ ଭଣ୍ଡାର ମରାମତି ନେଇ ଲେଖିଥିବା ଚିଠି ଉପରେ ଶ୍ରୀମନ୍ଦିର ପ୍ରଶାସନ, ପରିଚାଳନା କମିଟି, ଆଇନ ବିଭାଗ କି ପଦକ୍ଷେପ ନେଉଛନ୍ତି ଦେଖିବାର କଥା।

ସେହିପରି ଦୀର୍ଘ ୪ ବର୍ଷ ତଳେ ଅର୍ଥାତ୍ ୨୦୧୮ ଏପ୍ରିଲ୍ ୪ ତାରିଖରେ ରତ୍ନଭଣ୍ଡାର ଖୋଲି ସ୍ଥିତି ଯାଞ୍ଚ ଉଦ୍ୟମକୁ ମଧ୍ୟ ସରକାର ରହସ୍ୟଜନକ ଭାବେ ରୋକି ଦେଲେ। ପରେ ନାଟକିୟ ଢଙ୍ଗରେ ରତ୍ନ ଭଣ୍ଡାର ଚାବି ହଜିଥିବା କୁହାଗଲା। ଘଟଣାର ଯାଞ୍ଚ ନିମନ୍ତ ବସିଥିବା କମିଶନ ରିପୋର୍ଟକୁ ମଧ୍ୟ ଗୁପ୍ତ କରିଦିଆଗଲା। ତେଣୁ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ଯାଞ୍ଚ ଓ ମରାମତି ନିମନ୍ତେ କାହିଁକି ସରକାର ଚୁପ୍ ରହୁଛନ୍ତି ତାହାକୁ ନେଇ ଭକ୍ତ ଭିତରେ ସନ୍ଦେହ ବଢ଼ିବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story