କରୋନା ପାଇଁ ସବୁ କାର୍ଯ୍ୟକ୍ରମ ରଦ୍ଦ କଲେ ବିଜେପି ଓ କଂଗ୍ରେସ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ରାଜନୀତିକ ଦଳଗୁଡ଼ିକ ନିଜ ନିଜର ସମସ୍ତ ସାଂଗଠନିକ ଓ ରାଜନୀତିକ କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି। ବିଜେଡି ପରେ ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା କୁହାଯାଇଛି। କରେନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟରେ ଶାସକ ବିଜେଡି ପୂର୍ବରୁ ନିଜର ସମସ୍ତ ରାଜନୀତିକ ଓ ସାଂଗଠନିକ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବାତିଲ କରିଥିବାବେଳେ […]

bjp congress

Manoranjan Sial
  • Published: Wednesday, 18 March 2020
  • , Updated: 18 March 2020, 08:28 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବିଶ୍ୱ ମହାମାରୀ ‘କରୋନା’କୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି ହୋଇଥିବାବେଳେ ରାଜନୀତିକ ଦଳଗୁଡ଼ିକ ନିଜ ନିଜର ସମସ୍ତ ସାଂଗଠନିକ ଓ ରାଜନୀତିକ କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି। ବିଜେଡି ପରେ ଆଜି ବିଜେପି ଓ କଂଗ୍ରେସ ପକ୍ଷରୁ ସମସ୍ତ ପ୍ରକାରର ରାଜନୀତିକ କାର୍ଯ୍ୟକ୍ରମକୁ ବାତିଲ କରାଯାଇଥିବା କୁହାଯାଇଛି। କରେନା ସଂକ୍ରମଣକୁ ଦୃଷ୍ଟିରେ ରାଜ୍ୟରେ ଶାସକ ବିଜେଡି ପୂର୍ବରୁ ନିଜର ସମସ୍ତ ରାଜନୀତିକ ଓ ସାଂଗଠନିକ କାର୍ଯ୍ୟକ୍ରମକୁ ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ବାତିଲ କରିଥିବାବେଳେ ରାଜ୍ୟ ବିଜେପି ଓ କଂଗ୍ରେସ ମଧ୍ୟ ଅନୁରୂପ ପଦକ୍ଷେପ ନେଇଛନ୍ତି।

ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଆଜି ଏକ ବୟାନ ଜାରି କରି କହିଛନ୍ତି ଯେ, ବିଜେପି ଜାତୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶରେ ସମଗ୍ର ଦେଶରେ ବିଜେପି ପକ୍ଷରୁ ଆସନ୍ତା ଏକମାସ ପର୍ଯ୍ୟନ୍ତ କୌଣସି ପ୍ରକାରର ଜନଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ କରାଯିବ ନାହିଁ। ସେହିପରି ଓଡ଼ିଶାରେ ଏକମାସ ପର୍ଯ୍ୟନ୍ତ ସାମୂହିକ ଭାବେ ବିଜେପି ପକ୍ଷରୁ କୌଣସି ପ୍ରକାରର ଜନ ଆନ୍ଦୋଳନ, ଧାରଣା, ବିକ୍ଷୋଭ ପ୍ରଦର୍ଶନ ଆଦି କାର୍ଯ୍ୟକ୍ରମ କରାଯିବ ନାହିଁ। ଏହି ନିଷ୍ପତ୍ତିକୁ ସମସ୍ତ ଜିଲ୍ଲା, ବ୍ଲକ ଓ ମଣ୍ଡଳସ୍ତରରେ ଲାଗୁ କରାଯିବ। ଦଳର ସମସ୍ତ କର୍ମକର୍ତ୍ତା ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସହ କରୋନା ସଚେତନତା ସନ୍ଦେଶ ଲୋକଙ୍କ ପାଖରେ ପହଂଚାଇବା ଦିଗରେ କାର୍ଯ୍ୟ କରିବେ ତଥା ସ୍ୱଚ୍ଛ ଓ ସତର୍କ ରହି କରୋନାକୁ ଦୂର କରିବାରେ ସଂକଳ୍ପ ନେବେ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ ଏକ ପ୍ରେସ୍ ରିଲିଜ୍ ଜାରି କରି କହିଛନ୍ତି ଯେ, ଭୟାବହ କରୋନା ଭୂତାଣୁ ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ମାର୍ଚ୍ଚ ୩୧ତାରିଖ ପର୍ଯ୍ୟନ୍ତ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ତା’ର ସମସ୍ତ ସାଂଗଠନିକ କାର୍ଯ୍ୟକ୍ରମକୁ ବାତିଲ କରିଛି। ସମସ୍ତ କଂଗ୍ରେସ କର୍ମୀ ସଠିକ୍ ସଚେତନତା ଜନମାନସରେ ପ୍ରଚାର କରିବା ପାଇଁ ପିସିସି ପକ୍ଷରୁ ମଧ୍ୟ ପରାମର୍ଶ ଦିଆଯାଇଛି ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

Related story