୧୮ ନେତ୍ରୀଙ୍କୁ ଜିଲ୍ଲା ମହିଳା ସଂଗଠନ ଦାୟିତ୍ୱ ଦେଲା ବିଜେଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଶାସକ ବିଜେଡି ତା’ର ସାଂଗଠନିକ ପୁର୍ନବିନ୍ୟାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ପ୍ରଥମଥର ପାଇଁ ଦଳ ନିଜର ମହିଳା ସଂଗଠନକୁ ଜିଲ୍ଲାସ୍ତରରେ ସୁଦୃଢ଼ କରିବା ନିମନ୍ତେ ୧୮ଜଣ ନେତ୍ରୀଙ୍କୁ ୩୧ଟି ସାଂଗଠନିକ ଜିଲ୍ଲାର ଦାୟିତ୍ୱ ଦେଇଛି। ମହିଳା ବିଜେଡିର ରାଜ୍ୟ କମିଟି ଓ ଜିଲ୍ଲା କମିଟି ସହ ପଦାଧିକାରୀ ଚୟନ ପ୍ରକ୍ରିୟା ହୋଇନଥିବାବେଳେ ଏହି ନେତ୍ରୀମାନଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରାଇ ଦଳ ଏବେ […]

naveen

naveen

Manoranjan Sial
  • Published: Monday, 13 July 2020
  • Updated: 13 July 2020, 08:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ କରୋନା ସଂକ୍ରମଣ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଥିବାବେଳେ ଶାସକ ବିଜେଡି ତା’ର ସାଂଗଠନିକ ପୁର୍ନବିନ୍ୟାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି। ପ୍ରଥମଥର ପାଇଁ ଦଳ ନିଜର ମହିଳା ସଂଗଠନକୁ ଜିଲ୍ଲାସ୍ତରରେ ସୁଦୃଢ଼ କରିବା ନିମନ୍ତେ ୧୮ଜଣ ନେତ୍ରୀଙ୍କୁ ୩୧ଟି ସାଂଗଠନିକ ଜିଲ୍ଲାର ଦାୟିତ୍ୱ ଦେଇଛି। ମହିଳା ବିଜେଡିର ରାଜ୍ୟ କମିଟି ଓ ଜିଲ୍ଲା କମିଟି ସହ ପଦାଧିକାରୀ ଚୟନ ପ୍ରକ୍ରିୟା ହୋଇନଥିବାବେଳେ ଏହି ନେତ୍ରୀମାନଙ୍କୁ ସାଂଗଠନିକ ପଦପଦବୀରେ ଥଇଥାନ କରାଇ ଦଳ ଏବେ ନେତ୍ରୀ ତୁଷ୍ଟୀକରଣ ନୀତି ଆପଣାଇଛି।

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ତତ୍କାଳ ପ୍ରଭାବରୁ ୧୮ଜଣ ମହିଳାଙ୍କୁ ୩୧ଟି ସାଂଗଠନିକ ଜିଲ୍ଲା ଦାୟିତ୍ୱ ସମ୍ଭାଳିବା ପାଇଁ କୁହାଯାଇଛି। କେବଳ ରାଉରକେଲା ଓ ବାରିପଦା ସାଂଗଠନିକ ଜିଲ୍ଲାକୁ ବାଦ୍ ଦେଇ ଅନ୍ୟ ସମସ୍ତ ଜିଲ୍ଲା ଦାୟିତ୍ୱ ନ୍ୟସ୍ତ ହୋଇଛି । ବିଜେଡିରେ ପ୍ରଥମଥର ପାଇଁ ରାଜ୍ୟସ୍ତରରେ ନେତ୍ରୀମାନଙ୍କୁ ଜିଲ୍ଲା ମହିଳା ସଂଗଠନର ଇନଚାର୍ଜ ଭାବେ କାର୍ଯ୍ୟ କରିବାକୁ କୁହାଯାଇଛି।

ବିଜେଡିର ପ୍ରେସ୍ ରିଲିଜ୍ ଅନୁସାରେ ଦଳୀୟ ନେତ୍ରୀ ଲୋପାମୁଦ୍ରା ବକ୍ସିପାତ୍ରଙ୍କୁ କେନ୍ଦୁଝର, ଗୀତା ବସ୍ତିଆଙ୍କୁ ଗଜପତି ଓ ଗଞ୍ଜାମ, କସ୍ତୁରୀ ମହାପାତ୍ରଙ୍କୁ ପୁରୀ, ଖୋର୍ଦ୍ଧା, ଭୁବନେଶ୍ୱର, ଉର୍ମିଲତା ଦାସଙ୍କୁ ଭଦ୍ରକ ଓ ମୟୂରଭଞ୍ଜ, ପ୍ରଭାସିନୀ ଷଡ଼ଙ୍ଗୀଙ୍କୁ କଟକ, ଜ୍ୟୋତି ପାଣିଗ୍ରାହୀଙ୍କୁ ଝାରସୁଗୁଡ଼ା ଓ ସୁନ୍ଦରଗଡ଼, ସିଗ୍ଧା ପାଣିଗ୍ରାହୀଙ୍କୁ ରାୟଗଡ଼ା ଓ ନବରଙ୍ଗପୁର, ନିବେଦିତା ମହାନ୍ତିଙ୍କୁ କୋରାପୁଟ ଓ ମାଲକାନଗିରି, କୁଞ୍ଜଲତା ସାମଲଙ୍କୁ ନୟାଗଡ଼, ପୁଷ୍ପାଞ୍ଜଳି ରାଣାଙ୍କୁ ଅନୁଗୁଳ, ଦେବଗଡ଼ ଓ ଢେଙ୍କାନାଳ, ମିନତୀ ଦେବତାଙ୍କୁ ସମ୍ବଲପୁର ଓ ବରଗଡ଼, ଭାରତୀ ସିଂଙ୍କୁ ବାଲେଶ୍ୱର, ସରୋଜିନୀ ରାଜଙ୍କୁ ବଲାଙ୍ଗିର ଓ ସୋନପୁର, ସଂଘମିତ୍ରା ଦଳେଇଙ୍କୁ କନ୍ଧମାଳ ଓ ବୌଦ, ରେଜୱାନା ବେଗମଙ୍କୁ ଯାଜପୁର, ମିତା ରାଉତଙ୍କୁ କେନ୍ଦ୍ରାପଡ଼ା, ସ୍ନେହାଞ୍ଜଳି ମହାନ୍ତିଙ୍କୁ ଜଗତସିଂହପୁର ଓ ସଂଯୁକ୍ତା ମହାନ୍ତିଙ୍କୁ କଳାହାଣ୍ଡି ଓ ନୂଆପଡ଼ା ଜିଲ୍ଲାର ଇନଚାର୍ଜ ଭାବେ ଦାୟିତ୍ୱ ନ୍ୟସ୍ତ ହୋଇଛି।

ଉଲ୍ଲେଖଯୋଗ୍ୟ, ଦୀର୍ଘ ୨୩ବର୍ଷ ଧରି ବିଜେଡିର ମହିଳା ସଂଗଠନ ଇତିହାସରେ ପ୍ରଥମଥର ପାଇଁ ଏଭଳି ଇନଚାର୍ଜ ବ୍ୟବସ୍ଥା ହୋଇଥିବାବେଳେ ନିର୍ବାଚନ ସମୟରେ ଦଳ ନିଜର ସଂଗଠନ ତୁଳନାରେ ସରକାରୀ କଳ ମାଧ୍ୟମରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଉପରେ ଅଧିକ ଭରସା କରିଥାଏ। ଦଳର ମହିଳା ସଂଗଠନ ଦୀର୍ଘବର୍ଷ ଧରି ପଙ୍ଗୁ ଅବସ୍ଥାରେ ରହିଛି। ଦୀର୍ଘ ଦଶନ୍ଧି ଧରି ପ୍ରମିଳା ମଲ୍ଲିକ ଓ ପରେ ତାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରହିଥିବା ବିଜେଡି ମହିଳା ୱିଙ୍ଗ କେବଳ କାଗଜକଲମରେ ନିଜର ସଂଗଠନକୁ ବଜାୟ ରଖିଥିବା ଦଳୀୟ ମହଲରେ ଚର୍ଚ୍ଚା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos