ହେଲିକପ୍ଟରରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଦକ୍ଷିଣ ଓଡ଼ିଶା ଗସ୍ତ, ପ୍ରଶ୍ନ ଉଠାଇଲା ବିଜେପି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପ୍ରକୋପବେଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ୬ଦିନ ଧରି ଦକ୍ଷିଣ ଓଡ଼ିଶା ଭ୍ରମଣ କରିବା ଓ ସରକାରୀ ଖର୍ଚ୍ଚକାଟ ସତ୍ତ୍ୱେ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ଉପରେ ବିଜେପି ପ୍ରଶ୍ନ ଉଠାଇଛି। ବିଜେପି ରାଜ୍ୟ ଉପସଭାପତି ବଳଭ୍ରଦ ମାଝୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦକ୍ଷିଣ ଓଡ଼ିଶାରେ ୬ଦିନ ବିତାଇ ୧୮ତାରିଖରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କ ଗସ୍ତ […]

sanjay-and-balabhadra

sanjay-and-balabhadra

Manoranjan Sial
  • Published: Monday, 20 July 2020
  • Updated: 20 July 2020, 08:04 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ମହାମାରୀ ପ୍ରକୋପବେଳେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ୬ଦିନ ଧରି ଦକ୍ଷିଣ ଓଡ଼ିଶା ଭ୍ରମଣ କରିବା ଓ ସରକାରୀ ଖର୍ଚ୍ଚକାଟ ସତ୍ତ୍ୱେ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ଉପରେ ବିଜେପି ପ୍ରଶ୍ନ ଉଠାଇଛି।

ବିଜେପି ରାଜ୍ୟ ଉପସଭାପତି ବଳଭ୍ରଦ ମାଝୀ ଆଜି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଦକ୍ଷିଣ ଓଡ଼ିଶାରେ ୬ଦିନ ବିତାଇ ୧୮ତାରିଖରେ ହେଲିକପ୍ଟର ଯୋଗେ ଭୁବନେଶ୍ୱର ଫେରିଛନ୍ତି। ତାଙ୍କ ଗସ୍ତ କାର୍ଯ୍ୟସୂଚୀରୁ ଜଣାପଡୁଛି ଯେ, ତାଙ୍କର ଗଜପତି, ରାୟଗଡ଼ା ଓ ନବରଙ୍ଗପୁରଠାରେ ସରକାରୀ କାର୍ଯ୍ୟକ୍ରମ ଥିଲା ଯେଉଁଥିରେ ସେ ଜିଲ୍ଲାପାଳଙ୍କ ସହିତ ମନରେଗା, ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ସହ ଅନ୍ୟାନ୍ୟ ଯୋଜନାର ସମୀକ୍ଷା କରିଥିଲେ। କୋରାପୁଟ ଦେଇଯାଇଥିଲେ ମଧ୍ୟ କୋରାପୁଟ ଜିଲ୍ଲାରେ କୌଣସି କାର୍ଯ୍ୟକ୍ରମ ରଖିନଥିଲେ। ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ୬ ଦିନର ଭ୍ରମଣ କାର୍ଯ୍ୟରେ କେବଳ ୩ ଦିନ ସରକାରୀ ସମୀକ୍ଷା ବୈଠକ ରଖାଯାଇଥିଲା।

ଅନ୍ୟାନ୍ୟ ଦିନ ସେ ବିଭିନ୍ନ ବିଧାନସଭା ନିର୍ବାଚନ ମଣ୍ଡଳୀ ବୁଲିଥିଲେ। ଏହି ଭ୍ରମଣବେଳେ ସେ ବିଭିନ୍ନ ଦଳର ନେତୃବୃନ୍ଦଙ୍କ ସହିତ ମିଶିଥିବା ଓ ଗୁଡ଼ାଏ ଦଳୀୟ କାର୍ଯ୍ୟକ୍ରମ ରଖିଥିଲେ। କୋଭିଡ୍ ମହାମାରୀ ପ୍ରଭାବ ପାଇଁ ଅର୍ଥାଭାବ ଯୋଗୁଁ ୨୦୨୦ ଜୁଲାଇ ୭ତାରିଖ ନିର୍ଦ୍ଦେଶନାମାରେ ରାଜ୍ୟ ସରକାର ବହୁତ ଖର୍ଚ୍ଚ କାଟର ଘୋଷଣା କରିଛନ୍ତି। ତା’ ମଧ୍ୟରେ ପ୍ରମୁଖ ହେଉଛି ଗସ୍ତ ନକରି ଭିଡିଓ କନଫରେନ୍ସି ଯୋଗେ ବୈଠକ କରିବା। ଖର୍ଚ୍ଚକାଟବେଳେ ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ ହିଁ ବିମାନରେ ଯାତ୍ରା କରିପାରିବେ।

କରୋନା କଟକଣା ଥିବାବେଳେ ଏମିତି କ’ଣ ଜରୁରୀ ଅବସ୍ଥା ଆସିଲା ଯେ, ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କୁ ହେଲିକପ୍ଟରରେ ଭୁବନେଶ୍ୱର ଫେରିବା ନିହାତି ଦରକାର ପଡ଼ିଲା? ସେ ଯେଉଁ ଗାଡ଼ିରେ ଯାଇଥିଲେ ସେଥିରେ ଫେରିଥିଲେ ୧୦ ଘଂଟାରେ ଭୁବନେଶ୍ୱର ପହଂଚିଥାନ୍ତେ। ହେଲିକପ୍ଟରରେ ଆସିବା ଦ୍ୱାରା ଓଡ଼ିଶାବାସୀଙ୍କୁ ୫/୬ ଲକ୍ଷ ଟଙ୍କାର ଚୂନ ଲାଗିଲା ଓ ତାଙ୍କ ଗାଡ଼ି ନବରଙ୍ଗପୁରରୁ ଖାଲି ଫେରିଲା। ଏହି ସମୟରେ ଅନ୍ୟମାନଙ୍କୁ ଟ୍ରେନରେ ପ୍ରଥମ ଶ୍ରେଣୀ ଏସିରେ ଯିବାକୁ ମନା ଥିବାବେଳେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହେଲିକପ୍ଟର ଯାତ୍ରା ନିଶ୍ଚିତ ଭାବେ ମହଙ୍ଗା ମନେ ହେଉଛି ବୋଲି ଶ୍ରୀ ମାଝୀ କହିଛନ୍ତି।

ଏହି ଗସ୍ତବେଳେ ସେ ସରକାରୀ କାମ କମ ଓ ଦଳୀୟ କାମ ବେଶି କରିଥିବା ଲୋକଙ୍କ ଭିତରେ ଚର୍ଚ୍ଚା ହେଉଛି। ଯଦି ଏହା ସରକାରୀ ଗସ୍ତ, ତା’ହେଲେ ସମ୍ପୃକ୍ତ ଅଂଚଳର ରାଜ୍ୟସଭା ସାଂସଦଙ୍କୁ ଆମନ୍ତ୍ରଣ କାହିଁକି ଆମନ୍ତ୍ରଣ କରାଗଲାନି। ଯଦି ଗସ୍ତ ବେସରକାରୀ ଥିଲା, ତା’ହେଲେ ବିମାନ ଭଡ଼ା କିଏ ବହନ କଲା ବୋଲି ଶ୍ରୀ ମାଝୀ ପ୍ରଶ୍ନ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story