ପଞ୍ଚମ ‘କରୋନା’ ଆକ୍ରାନ୍ତଙ୍କ ଠିକଣା ଘୋଷଣା କଲା ବିଏମ୍‌ସି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପଞ୍ଚମ ‘କରୋନା’ ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆକ୍ରାନ୍ତ ବ୍ୟକ୍ତିଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ୍‌ ନମ୍ବର ୩୭ରେ ତାଙ୍କ ଘର। ସଂପୃକ୍ତ ବ୍ୟକ୍ତିଙ୍କର କିଛି ବିଦେଶ ଗସ୍ତ କି ଅନ୍ୟ ରାଜ୍ୟ ଗସ୍ତ ବି ନଥିଲେ। […]

coronaaaaa

Manoranjan Sial
  • Published: Thursday, 02 April 2020
  • , Updated: 02 April 2020, 10:20 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ପଞ୍ଚମ ‘କରୋନା’ ଆକ୍ରାନ୍ତଙ୍କ ପରିଚୟ ପ୍ରକାଶ କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ଜନହିତ ପାଇଁ ପରିଚୟ ଜଣାଇବା ଜରୁରୀ ବୋଲି କହିଲେ ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ। ଆକ୍ରାନ୍ତ ବ୍ୟକ୍ତିଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

ଭୁବନେଶ୍ୱର ୟୁନିଟ-୭ ସୂର୍ଯ୍ୟନଗର ସ୍ଥିତ ପ୍ଲଟ୍‌ ନମ୍ବର ୩୭ରେ ତାଙ୍କ ଘର। ସଂପୃକ୍ତ ବ୍ୟକ୍ତିଙ୍କର କିଛି ବିଦେଶ ଗସ୍ତ କି ଅନ୍ୟ ରାଜ୍ୟ ଗସ୍ତ ବି ନଥିଲେ। ତାଙ୍କ ପରିଚୟ ଜଣାଇବା ସହ ସ୍ଥାନୀୟ ଲୋକଙ୍କୁ ସତର୍କ କରାଯାଇଛି। ଯେଉଁମାନେ ତାଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୦୪ରେ ପଞ୍ଜିକରଣ କରି ୧୪ ଦିନ ହୋମ୍ କ୍ୱାରେଣ୍ଟାଇନରେ ରୁହନ୍ତୁ। କିଛି ଲକ୍ଷଣ ଦେଖାଗଲେ ସରକାରୀ ନିୟମ ମୁତାବକ କାର୍ଯ୍ୟ କରନ୍ତୁ ବୋଲି କହିଛନ୍ତି ବିଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କହିଛନ୍ତି।

ୟୁନିଟ-୭ ସୂର୍ଯ୍ୟନଗର ଏକ ଭିଆଇପି ଏରିଆ। ଏହି ଅଞ୍ଚଳରେ ବହୁ ଭିଭିଆଇପି ରୁହନ୍ତି। ସୁରକ୍ଷା ଦୃଷ୍ଟିରୁ ସୂର୍ଯ୍ୟ ନଗର ପ୍ରବେଶ ଓ ପ୍ରସ୍ଥାନ ପଥକୁ ସିଲ୍‌ କରାଯାଉଛି। ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଛକ ଓ ଏଲ୍‌ଆଇସି ଛକରୁ ଗଙ୍ଗନଗର ଛକ ପର୍ଯ୍ୟନ୍ତ ସିଲ କରାଯାଇଛି। ସେହିପରି ଗଙ୍ଗ ନଗର ଛକରୁ ଶିରିପୁର ଛକ ଓ ଶିରିପୁର ଛକରୁ ଗୋପବନ୍ଧୁ ଛକ ସିଲ୍‌ କରାଯାଇଛି। ସଂପୃକ୍ତ ସମସ୍ତ ଅଞ୍ଚଳକୁ ନିଷିଦ୍ଧାଞ୍ଚଳ ଘୋଷଣା କଲା ବିଏମ୍‌ସି। ସଂପୃକ୍ତ ଅଞ୍ଚଳରେ ଡାକ୍ତର ଟିମ୍‌ ଘର ଘର ବୁଲି ସ୍ୱାସ୍ଥ୍ୟ ସମସ୍ୟା ବୁଝିବେ। ଏନେଇ ସୂଚନା ଦେଇଛନ୍ତି ଏଏମ୍‌ସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ।

 

Related story