ବୀରମିତ୍ରପୁର(ରାକେଶ ସାହୁ): ଆମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର । ଏଭଳି ଏକ ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ ଝୁନମୁର ପଞ୍ଚାୟତ ସ୍ଥିତ କାଜୁ ବଗିଚାରେ। ପରିବାର ଲୋକଙ୍କ ଅଜାଣତରେ ଶନିବାର ଅପରାହ୍ନରେ ପ୍ରନମପୂର ଗ୍ରାମର ବାସିନ୍ଦା ସୁମନ କେର୍କେଟା ( ୩୨) ଘରୁ ବାହାରି ଯାଇଥିଲେ I ତେବେ ସେ ଆଉ ଘରକୁ ଫେରି ନ ଥିଲେ। ଆଜି ସକାଳୁ କିଛି ଗ୍ରାମବାସୀ କାଜୁ ବଗିଚାକୁ ଶୁଖିଲା ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ। ସେଠାରେ ଆମ୍ବ ଗଛରେ ଏକ ପ୍ଲାଷ୍ଟିକ ରସିରେ ଜଣେ ଯୁବକ ଝୁଲୁଥିବା ଦେଖିବାକୁ ପାଇଥିଲେ ।
ନିକଟକୁ ଯାଇ ଦେଖିବାରୁ ସୁମନ କେର୍କେଟା ବୋଲି ଜାଣିବାକୁ ପାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକଙ୍କୁ ଏ ବାବଦରେ ସୂଚନା ଦେଇଥିଲେ। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଥିଲେ । ଏ ନେଇ ରାଏବୋଗା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି । ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଛି। ଘଟଣା ବିଷୟରେ ପରିବାର ଲୋକଙ୍କୁଠୁ ବୁଝିବାରୁ ସୁମନ ଆଗରୁ ମଧ୍ୟ ଏଭଳି ପଦକ୍ଷେପ ଅନେକ ବାର ନେଇ ଥିଲା। ତେବେ ଏହା ଆତ୍ମ ହତ୍ୟା ହୋଇଥାଇ ପାରେ ବୋଲି ପରିବାର ଲୋକେ ସନ୍ଦେହ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଏବୋଗା ଥାନା ଅଧିକାରିଣୀ ମତବ୍ୟକ୍ତ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।