ଶ୍ମଶାନରେ ନଡ଼ାରେ ତିଆରି ଶବରେ ଲାଗିଲା ଚିତା

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଶବ ନଥାଇ ମଧ୍ୟ କରାଗଲା ଶବ ସଂସ୍କାର।ଶବ ବଦଳରେ ସ୍ମଶାନରେ ନଡ଼ା ରେ ତିଆରି ଶବ ପ୍ରସ୍ତୁତ କରି ହିନ୍ଦୁ ରୀତିନୀତି ଅନୁଯାୟୀ ସଂସ୍କାର କଲା ପୁତୁରା । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ଗଣ୍ଡାଧର ପଂଚାୟତ ହରିପୁର ଗ୍ରାମରେ। ପୂର୍ଣ୍ଣଚନ୍ଦ୍ର ଗୌଡ଼ ସୁରାଟ ରେ ଶ୍ରମିକ ଭାବେ କାମ କରୁଥିଲେ। ନିଜର ପୁତ୍ର ସନ୍ତାନ ଜନ୍ମ ଖବର ଶୁଣି ସେ ନିଜ ଗାଁ  ହରିପୁର […]

My-husband

My-husband

Tapas Behera
  • Published: Friday, 22 May 2020
  • Updated: 22 May 2020, 05:25 PM IST

Sports

Latest News

ଭଞ୍ଜନଗର(ରାଜେଶ କୁମାର ପଣ୍ଡା): ଶବ ନଥାଇ ମଧ୍ୟ କରାଗଲା ଶବ ସଂସ୍କାର।ଶବ ବଦଳରେ ସ୍ମଶାନରେ ନଡ଼ା ରେ ତିଆରି ଶବ ପ୍ରସ୍ତୁତ କରି ହିନ୍ଦୁ ରୀତିନୀତି ଅନୁଯାୟୀ ସଂସ୍କାର କଲା ପୁତୁରା । ଏମିତି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ଗଂଜାମ ଜଗନ୍ନାଥପ୍ରସାଦ ବ୍ଲକ ଗଣ୍ଡାଧର ପଂଚାୟତ ହରିପୁର ଗ୍ରାମରେ।

ପୂର୍ଣ୍ଣଚନ୍ଦ୍ର ଗୌଡ଼ ସୁରାଟ ରେ ଶ୍ରମିକ ଭାବେ କାମ କରୁଥିଲେ। ନିଜର ପୁତ୍ର ସନ୍ତାନ ଜନ୍ମ ଖବର ଶୁଣି ସେ ନିଜ ଗାଁ  ହରିପୁର କୁ ଆସିଥିଲେ। ଆସିବାର କିଛି ଦିନ ପରେ ଜ୍ୱର ହୋଇଥିଲା। ପରିବାର ଲୋକେ ପ୍ରଥମେ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପାଇଁ ଭର୍ତି କରିଥିଲେ।ସେଠାରେ ଦେହ ଅସୁସ୍ଥ ହେବାରୁ ବ୍ରହ୍ମପୁର ଏମକେସିଜି ମେଡିକାଲ ରେ ଭର୍ତ୍ତି କରିଥିଲେ। ହେଲେ ସେ ସୁରତରୁ ଫେରିଥିବା ଜାଣି ଡାକ୍ତର ତାକୁ ସିତଳାପଲ୍ଲୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରିଦେଇଥିଲେ। ସେଠାରେ ତାଙ୍କର ଚିକିତ୍ସା ଅଭାବରୁ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ମୃତ୍ୟୁ କିଛି ସମୟ ପରେ ତାଙ୍କୁ  ରାଜ୍ୟ ସରକାର କୋରନା ପଜିଟିଭ ଘୋଷଣା କରିଦେଲେ। ହେଲେ ଏହାର କିଛି ଘଣ୍ଟା ପରେ କରରୋନା ନେଗେଟିଭ ଘୋଷଣା କଲେ। ହେଲେ ସେତିକି ବେଳକୁ ସ୍ଥାନୀୟ ପ୍ରଶାସନ ଓ ଏଏନଏମ ଦିଦି  ପରିବାର ଲୋକଙ୍କୁ କରୋନା ରେ ପୂର୍ଣ୍ଣ ଚନ୍ଦ୍ର ମୃତ୍ୟୁ ହୋଇଥିବା କହିସାରିଥିଲେ।

ସେପଟେ ସ୍ତ୍ରୀ ରଞ୍ଜୁ କହିଛନ୍ତି ତିନି ଦିନ ଧାଇଁବା ପରେ ପରେ ସ୍ୱାମୀର ଶେଷ ଦର୍ଶନ କରିବାକୁ ଅନୁମତି ମିଳିଲା ।ଏବେ ମୋର କେହି ନାହାନ୍ତି। ଦେଢ଼ ମାସର କଅଁଳା ପୁଅ ଓ ୫ ବର୍ଷ ଝିଅକୁ ଧରି କେମିତି ବଞ୍ଚିବି ବୋଲି ସେ ପ୍ରଶ୍ନ କରିଛନ୍ତି। ସରକାର କିଛି ଆର୍ଥିକ ସାହାଯ୍ୟ କଲେ ମୋର ଘର ଚାଲିବ ବୋଲି ସେ କହିଛନ୍ତି। ସେପଟେ ସ୍ଥାନୀୟ ବାସିନ୍ଦା  ମଧ୍ୟ ଆର୍ଥିକ ସାହାଯ୍ୟ କରିବା ପାଇଁ ରାଜ୍ୟ ସରକାରଙ୍କୁ ନିବେଦନ କରିଛନ୍ତି। ଅନ୍ୟପଟେ ଜଗନ୍ନାଥ ପ୍ରସାଦ ବିଡ଼ିଓ ସୁରେଶ ଚନ୍ଦ୍ର ପଣ୍ଡା ଘଟଣା ସମ୍ପର୍କରେ କ୍ୟାମେରା ଆଗରେ ପ୍ରତିକ୍ରିୟା ରଖିବାକୁ ମନା କରିଥିଲେ ମଧ୍ୟ ସେହି ଅସହାୟ ପରିବାରକୁ ରେଡ଼କ୍ରସ ତରଫରୁ ଆର୍ଥିକ ସାହାଯ୍ୟ କରିବା ପାଇଁ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos