ଆତ୍ମସମର୍ପଣ କଲେ କ୍ୟାଡର ନକ୍ସଲ ଓ ୭ ମିଲିସିଆ

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ କ୍ୟାଡର ନକ୍ସଲ ଓ ୭ ଜଣ ମିଲିସିଆ। ସମସ୍ତେ ସ୍ୱାଭିମାନ ଅଞ୍ଚଳର। ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ହେଉଛନ୍ତି ସମ୍ୱା ଖରା। ସେ ମିଲିଟ୍ରି ପ୍ଲାଟୁନ୍‌ର ସଦସ୍ୟ ଭାବେ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ତା ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା। ସମ୍ୱା ୨୦୧୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ୯ରୁ ଅଧିକ ହିଂସା ଘଟଣାରେ ଜଡ଼ିତ […]

naxal (1)

Manoranjan Sial
  • Published: Wednesday, 18 March 2020
  • , Updated: 18 March 2020, 04:38 PM IST

ମାଲକାନଗିରି(ଓଡ଼ିଶା ରିପୋର୍ଟର): ମାଲକାନଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କଲେ ଜଣେ କ୍ୟାଡର ନକ୍ସଲ ଓ ୭ ଜଣ ମିଲିସିଆ। ସମସ୍ତେ ସ୍ୱାଭିମାନ ଅଞ୍ଚଳର। ଆତ୍ମସମର୍ପଣ କରିଥିବା କ୍ୟାଡର ନକ୍ସଲ ହେଉଛନ୍ତି ସମ୍ୱା ଖରା। ସେ ମିଲିଟ୍ରି ପ୍ଲାଟୁନ୍‌ର ସଦସ୍ୟ ଭାବେ ସ୍ୱାଭିମାନ ଅଞ୍ଚଳରେ କାର୍ଯ୍ୟ କରି ଆସୁଥିଲେ। ତା ନାଁରେ ୨ ଲକ୍ଷ ଟଙ୍କାର ପୁରସ୍କାର ରାଶି ଥିଲା।

ସମ୍ୱା ୨୦୧୭ ମସିହାରେ ନକ୍ସଲ ସଂଗଠନରେ ସାମିଲ ହୋଇଥିଲେ। ସେ ୯ରୁ ଅଧିକ ହିଂସା ଘଟଣାରେ ଜଡ଼ିତ ଥିଲା। ଆନ୍ଧ୍ରର ବିଧାୟକ କେ.ଏସ. ରାଓ ଓ ପୂର୍ବତନ ବିଧାୟକ ଶିବେରି ସୋମାକୁ ହତ୍ୟା, ବିଭିନ୍ନ ବିସ୍ଫୋରଣ ଓ ସାଧାରଣ ଲୋକଙ୍କୁ ହତ୍ୟା ପରି ଘଟଣାରେ ଜଡ଼ିତ ଥିବା ଜଣାପଡ଼ିଛି।

ସେହିପରି ଆତ୍ମସମର୍ପଣ କରିଥିବା ୭ ମିଲିସିଆ ନକ୍ସଲଙ୍କୁ ଖାଦ୍ୟ ଯୋଗାଇବା, ପୋଷ୍ଟର ଓ ବ୍ୟାନର ମାରିବା, ପ୍ରଜାକୋର୍ଟରେ ଗ୍ରାମବାସୀଙ୍କୁ ଡାକିବା ଭଳି କାର୍ଯ୍ୟ କରୁଥିଲେ। ତେବେ ‘କରୋନା’ ପାଇଁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ସମସ୍ତ ନକ୍ସଲ ମୁହଁରେ ମାସ୍କ ପିନ୍ଧି ଆତ୍ମସମର୍ପଣ କରାଯାଇଛି।

Related story