ସିଏଜି ଧରିଲେ ରାଜ୍ୟରେ ଉଚ୍ଚଶିକ୍ଷାର ବିକଟାଳ ଚିତ୍ର: ଶିକ୍ଷକ,ଭିତ୍ତିଭୂମି,ନିଯୁକ୍ତି ସବୁରେ ଫେଲ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ୨୧ବର୍ଷ ଧରି ଶାସନରେ ଥାଇ ମଧ୍ୟ ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁଧାର ଆଣିବାରେ ସକ୍ଷମ ହୋଇପାରିନାହାନ୍ତି । ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୩୪ରୁ ୩୮ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାବେଳେ ଗ୍ରାମାଂଚଳରେ ମାତ୍ର ୧୨ ପ୍ରତିଶତ ସରକାରୀ କଲେଜ ରହିଛି। ୧୯ଟି ବ୍ଲକରେ ଉଚ୍ଚଶିକ୍ଷା ପାଇଁ କୌଣସି ଅନୁଷ୍ଠାନ ନାହିଁ । ୩୧୪ ବ୍ଲକରୁ ୨୬୩ଟି ବ୍ଲକ ଓ ୩ଟି ଜିଲ୍ଲାରେ ସରକାରୀ କଲେଜଟିଏ ବି ନାହିଁ। […]

college-1

college-1

Ordigital Desk
  • Published: Thursday, 09 September 2021
  • Updated: 09 September 2021, 10:31 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କ୍ରମାଗତ ୨୧ବର୍ଷ ଧରି ଶାସନରେ ଥାଇ ମଧ୍ୟ ନବୀନ ପଟ୍ଟନାୟକ ସରକାର ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଆବଶ୍ୟକ ସୁଧାର ଆଣିବାରେ ସକ୍ଷମ ହୋଇପାରିନାହାନ୍ତି । ରାଜ୍ୟରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ୩୪ରୁ ୩୮ ପ୍ରତିଶତ ଅଧ୍ୟାପକ ପଦବୀ ଖାଲି ପଡ଼ିଥିବାବେଳେ ଗ୍ରାମାଂଚଳରେ ମାତ୍ର ୧୨ ପ୍ରତିଶତ ସରକାରୀ କଲେଜ ରହିଛି। ୧୯ଟି ବ୍ଲକରେ ଉଚ୍ଚଶିକ୍ଷା ପାଇଁ କୌଣସି ଅନୁଷ୍ଠାନ ନାହିଁ । ୩୧୪ ବ୍ଲକରୁ ୨୬୩ଟି ବ୍ଲକ ଓ ୩ଟି ଜିଲ୍ଲାରେ ସରକାରୀ କଲେଜଟିଏ ବି ନାହିଁ। ଉତ୍କଳ ବିଶ୍ୱବିଦ୍ୟାଳୟର ୮୦ ପ୍ରତିଶତ କୋଠା ଏବେ ଅନୁପଯୁକ୍ତ ଥିବାବେଳେ ୨୦ଟି କଲେଜକୁ ସ୍ୱୟଂଶାସିତ ମାନ୍ୟତା ଦେଇ ଏହାକୁ ନବୀକରଣ କରିବାକୁ ଭୁଲି ଯାଇଛନ୍ତି । କେବଳ ସେତିକି ନୁହେଁ ୨୦୧୧-୧୯ ମସିହା ମଧ୍ୟରେ ରାଜ୍ୟରେ କଲେଜ ସାନ୍ଦ୍ରତା ୨୩ରେ ହିଁ ସ୍ଥିର ରହିଛି। ପାଠପଢ଼ା ପରେ ପ୍ଲେସମେଣ୍ଟ ଅବା ନିଯୁକ୍ତି ଦେବା ପାଇଁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଧର୍ମକୁ ଆଖିଠାର ମାରିବା ଭଳି ବ୍ୟବସ୍ଥା ରହିଛି । ଉଚ୍ଚଶିକ୍ଷା କ୍ଷେତ୍ରରେ ଏସବୁ ଅଭାବ ସତ୍ତେବ ରାଜ୍ୟ ସରକାର ଏପର୍ଯ୍ୟନ୍ତ କୌଣସି ମାଷ୍ଟର ପ୍ଲାନ କରିନଥିବା ସିଏଜି କହିଛନ୍ତି।

ବିଧାନସଭାରେ ଆଜି ଆଗତ ହୋଇଥିବା ‘ଉଚ୍ଚଶିକ୍ଷାର ଫଳାଫଳ’କୁ ନେଇ ସିଏଜିଙ୍କ ରିପୋର୍ଟ ଅନୁସାରେ, ୨୦୧୪-୧୫ ରୁ ୨୦୧୮-୧୯ ମସିହା ପର୍ଯ୍ୟନ୍ତ ଅବଧିର ରାଜ୍ୟରେ ଉଚ୍ଚଶିକ୍ଷାର ସ୍ଥିତିକୁ ନେଇ ଏହି ଅଡିଟ୍ ୨୦୧୯ ଅକ୍ଟୋବରୁ ୨୦୨୦ ଜାନୁୟାରୀ ମାସ ମଧ୍ୟରେ ହୋଇଥିଲା । ସିଏଜିଙ୍କ ଅଡିଟ୍ ରିପୋର୍ଟ ଅନୁସାରେ ରାଜ୍ୟରେ ପ୍ରଫେସନାଲ ଅଧ୍ୟାପକଙ୍କ ଅଭାବ, ଉତ୍କଳ ଓ ଉତ୍ତର ଓଡ଼ିଶା ଭଳି ବିଶ୍ୱବିଦ୍ୟାଳୟରେ ୩୮ ପ୍ରତିଶତ ପର୍ଯ୍ୟନ୍ତ ଅଧ୍ୟାପକ ପଦବୀ ଖାଲି, ମାତ୍ର ୮ଟି କଲେଜକୁ ‘ଏ’ ଗ୍ରେଡ୍ ନାକ୍ ମାନ୍ୟତା ମିଳିପାରିଥିବା ଦର୍ଶାଇଛନ୍ତି। ରାଜ୍ୟର ପ୍ରମୁଖ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ପ୍ଲେସମେଣ୍ଟ ସେଲ୍‌,  କ୍ୟାରିୟର କାଉନସେଲିଂ ସେଲ୍ , ଆଲୁମିନି ଆସୋସିଏସନ୍ ଓ ଚାକିରି ମେଳା କେବଳ ଧର୍ମକୁ ଆଖିଠାର ମାରିବା ଭଳି ହୋଇଥିବା ଜଣାପଡ଼ିଛି। ଉତ୍କଳ ବିଶ୍ୱବିଦ୍ୟାଳୟର ନିଜସ୍ୱ ଆଲୁମିନି ଆସୋସିଏସନ୍ ନଥିବାବେଳେ କେବଳ ରାଜଧାନୀ କଲେଜକୁ ଛାଡ଼ିଦେଲେ ଏହା ଅଧୀନସ୍ଥ କୌଣସି କଲେଜର ଆଲୁମିନି ଆସୋସିଏସନ୍ ମଧ୍ୟ ନାହିଁ। ସେହିପରି କ୍ୟାରିୟର କାଉନସେଲିଂ ସେଲ୍ ଖୋଲିନଥିଲା। ନିଯୁକ୍ତି ମେଳାରେ କେତେ ପିଲା କେଉଁ ବର୍ଷ ପଞ୍ଜିକୃତ ହୋଇଥିଲେ ତା’ର ହିସାବ ବି ବିଶ୍ୱବିଦ୍ୟାଳୟ ପାଖରେ ନାହିଁ। ପ୍ରଭାବଶାଳୀ ପାଠ୍ୟକ୍ରମର ପରିକଳ୍ପନା ଓ କାର୍ଯ୍ୟାନ୍ୱୟନ ଅଭାବରୁ ରାଜ୍ୟରେ ଉଚ୍ଚଶିକ୍ଷା କ୍ଷେତ୍ରରେ ପିଲାମାନଙ୍କ ବିକାଶ ସଠିକ୍ ଢଙ୍ଗରେ ହୋଇପାରିନି । ସିଭିଲ୍ ସର୍ଭିସ ପରୀକ୍ଷାରେ ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କର ପ୍ରଦର୍ଶନରେ ଉନ୍ନତି ଆଣିବା ପାଇଁ ସେମାନଙ୍କୁ ତାମିଲ ଦେବା ନିମନ୍ତେ ରାଜ୍ୟ ସରକାର ୨୦୧୬ ନଭେମ୍ବରରେ ସ୍ୱତନ୍ତ୍ର ତାଲିମ କେନ୍ଦ୍ର ସ୍ଥାପନ କରିବାକୁ ନିଷ୍ପତ୍ତି ନେିଥିଲେ। ଏଥିପାଇଁ ୨୦୧୭ ଓ ୨୦୧୮ମସିହାରେ ୧.୭୦କୋଟି ଟଙ୍କା ୭ଟି ବିଶ୍ୱବିଦ୍ୟାଳୟକୁ ଦେଇଛନ୍ତି। କିନ୍ତୁ ୟୁପିଏସସି ପରୀକ୍ଷାରେ କୌଣସି ଛାତ୍ରଛାତ୍ରୀ ସଫଳତା ହାସଲ ନକରିବାରୁ ରାଜ୍ୟ ସରକାର ୨୦୧୮-୧୯ରେ ଏହି ଯୋଜନାକୁ ବନ୍ଦ କରିଦେଇଥିଲେ। ବିନା ପ୍ରସ୍ତୁତିରେ ଏହି ଯୋଜନାଟି ଆରମ୍ଭ ହୋଇନଥିବାରୁ ଏହା ଲକ୍ଷ୍ୟହୀନ ଥିଲା ଓ ବିଶ୍ୱବିଦ୍ୟାଳୟଗୁଡ଼ିକର ଆନ୍ତରିକତା, ତଦାରଖ ଅଭାବରୁ ଏହି ଯୋଜନା ବନ୍ଦ ହୋଇଥିଲା। ସେହିପରି ରାଜ୍ୟର ୨୦ଟି ସ୍ୱୟଂଶାସିତ କଲେଜରୁ ୧୪ଟି କଲେଜ ନିଜର ସ୍ୱୟଂଶାସିତ ମାନ୍ୟତା ହରାଇଥିଲେ ଓ ସେଗୁଡ଼ିକର ନବୀକରଣ ମଧ୍ୟ ହୋଇନଥିଲା। ରାଜ୍ୟର ୬୦ ପ୍ରତିଶତରୁ ଅଧିକ ଅନୁସୂଚିତ ଜାତି ଓ ଜନଜାତି ଜନସଂଖ୍ୟା ବିଶିଷ୍ଟ ୬ଟି ଜିଲ୍ଲାର ୧୫ଟି ବ୍ଲକରେ କୌଣସି ଡିଗ୍ରୀ କଲେଜ ନାହିଁ । ରାଜ୍ୟରେ ୧୭.୧୩ % ଅନୁସୂଚିତ ଜାତି ଓ ୨୨.୮୫ ପ୍ରତିଶତ ଜନଜାତି ବର୍ଗର ଜନସଂଖ୍ୟା ଥିଲେ ମଧ୍ୟ କଲେଜଗୁଡ଼ିକରେ ଏହି ବର୍ଗର ପୁଅ-ଝିଅଙ୍କ ନାମଲେଖା ଅନୁପାତ ଜାତୀୟହାରଠୁ କମ୍ ରହିଛି। ୟୁଜିସି ଗାଇଡଲାଇନକୁ ଉଲ୍ଲଘଂନ କରି ବିଶ୍ୱବିଦ୍ୟାଳୟଗୁଡ଼ିକ ଏହାର ଅନୁବନ୍ଧିତ କଲେଜଗୁଡ଼ିକ ପାଇଁ ଦେୟ ପ୍ରଣାଳୀକୁ ଅନୁମୋଦନ କରିନଥିଲେ। ଯାହା ସମସ୍ତଙ୍କ ପାଇଁ ଉଚ୍ଚଶିକ୍ଷାର ସମାନ ସୁବିଧାକୁ ବାରଣ କରି ସରକାରୀ ଓ ବେସରକାରୀ କଲେଜର ଦେୟ ପ୍ରଣାଳୀରେ ବୃହତ୍ ପାର୍ଥକ୍ୟ ସୃଷ୍ଟି କରିଥିଲା।

ସିଏଜି ତାଙ୍କ ରିପୋର୍ଟରେ ସୁପାରିସ୍ କରିଛନ୍ତି ଯେ, ଗ୍ରାମାଂଚା-ସହରାଂଚଳ ବିଭେଦ ଓ ଉଚ୍ଚଶିକ୍ଷା କ୍ଷେତ୍ରରେ ଅସାମନତାକୁ ଦୂର କରିବା ପାଇଁ ଉଚ୍ଚଶିକ୍ଷା ଅନୁଷ୍ଠାନ ପ୍ରତିଷ୍ଠା ନିମନ୍ତେ ଏକ ମାଷ୍ଟରପ୍ଲାନ ପ୍ରସ୍ତୁତ କରିପାରିବେ । ରାଜ୍ୟ ସରକାର ଏକ ବିସ୍ତୃତ ମୂଲ୍ୟାଙ୍କନ ମଧ୍ୟ କରିପାରିବେ । ସେହିପରି ଯେଉଁ ଅଂଚଳଗୁଡ଼ିକ ସରକାରୀ କଲେଜରୁ ବଂଚିତ ଓ ବେସରକାରୀ କଲେଜ ଉପରେ ନିର୍ଭରଶୀଳ ସେଠାରେ ଉଚ୍ଚଶିକ୍ଷାକୁ ସୁଲଭ କରିବା ପାଇଁ ସରକାର ବେସରକାରୀ କଲେଜଗୁଡ଼ିକର ଦେୟପ୍ରଣାଳୀକୁ ନିୟନ୍ତ୍ରିତ କରିପାରିବେ । ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକୁ ଭିତ୍ତିଭୂମି ସୃଷ୍ଟି ପାଇଁ ପ୍ରଦାନ କରାଯାଉଥିବା ପାଣ୍ଠିକୁ କେବଳ ସେହି ଉଦ୍ଦେଶ୍ୟରେ ଓ ଅଗ୍ରାଧିକାର ଭିତ୍ତିରେ ବିନିଯୋଗ କରିବା ଉଚିତ୍ ବୋଲି ସିଏଜି କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story