Advertisment

ମଣିଷ ପରେ ପଶୁପକ୍ଷୀଙ୍କୁ କରୋନା ସଂକ୍ରମିତ ଆଶଙ୍କା, ସତର୍କ କରାଇଲା କେନ୍ଦ୍ର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ପରେ ପଶୁପକ୍ଷୀ ବି କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି। ନିକଟରେ କୋଭିଡ୍ ଯୋଗୁ ହାଇଦ୍ରାବାଦର ଏକ ଚିଡିଆ ଖାନାରେ ସିଂହଙ୍କ ମୃତ୍ୟୁ  ପରେ ଏବେ ଆକ୍ସନ ମୁଡ୍‌ରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ । ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ୍ ରୋକିବାକୁ ସବୁ ରାଜ୍ୟର PCCFଙ୍କୁ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି। ଏପଟେ ରାଜ୍ୟରେ ଏଥିପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଥିବା ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି। ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି […]

ଅଦ୍ୟତନ ହୋଇଛି
ମଣିଷ ପରେ ପଶୁପକ୍ଷୀଙ୍କୁ କରୋନା ସଂକ୍ରମିତ ଆଶଙ୍କା, ସତର୍କ କରାଇଲା କେନ୍ଦ୍ର

nandankanan

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମଣିଷ ପରେ ପଶୁପକ୍ଷୀ ବି କରୋନା ସଂକ୍ରମିତ ହେବା ଆଶଙ୍କା ରହିଛି। ନିକଟରେ କୋଭିଡ୍ ଯୋଗୁ ହାଇଦ୍ରାବାଦର ଏକ ଚିଡିଆ ଖାନାରେ ସିଂହଙ୍କ ମୃତ୍ୟୁ  ପରେ ଏବେ ଆକ୍ସନ ମୁଡ୍‌ରେ କେନ୍ଦ୍ର ଜଙ୍ଗଲ ମନ୍ତ୍ରାଳୟ । ମଣିଷ-ପଶୁଙ୍କ ମଧ୍ୟରେ ସଂକ୍ରମଣ ଚେନ୍ ରୋକିବାକୁ ସବୁ ରାଜ୍ୟର PCCFଙ୍କୁ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଛି ଆଡଭାଇଜରି। ଏପଟେ ରାଜ୍ୟରେ ଏଥିପାଇଁ ସମସ୍ତ ସତର୍କତା ଅବଲମ୍ବନ କରାଯାଉଥିବା ବନ୍ୟପ୍ରାଣୀ ପିସିସିଏଫ୍ କହିଛନ୍ତି।

Advertisment

ବର୍ତ୍ତମାନର ପରିସ୍ଥିତିକୁ ଦୃଷ୍ଟିରେ ରଖି ପର୍ଯ୍ୟଟକମାନଙ୍କ ପାଇଁ ତୁରନ୍ତ ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟ ବନ୍ଦ କରାଯାଉ। ଡ୍ୟୁଟି ପୂର୍ବରୁ କର୍ମଚାରୀଙ୍କ କୋଭିଡ ରିପୋର୍ଟ ନେଗେଟିଭ ବୋଲି ସୁନିଶ୍ଚିତ କରାଯାଉ। ଏସବୁ ଅଞ୍ଚଳରେ ଲୋକଙ୍କ ଆତଯାତ ଉପରେ କଟକଣା ଲଗାଇବା ଏବଂ ସ୍ଥିତିର ପରିଚାଳନା ପାଇଁ ଟାସ୍କ ଫୋର୍ସ ଗଠନ କରିବା ନେଇ ଆଡଭାଇଜରିରେ ଉଲ୍ଲେଖ କରାଯାଇଛି। ସେହିପରି କେନ୍ଦ୍ରୀୟ ଚିଡିଆଖାନା କର୍ତ୍ତୃପକ୍ଷ ମଧ୍ୟ ନିର୍ଦେଶନାମା ଜାରି କରି ବନ୍ୟଜନ୍ତୁଙ୍କ ଏନକ୍ଲୋଜରେରେ କାମ କରୁଥିବା କର୍ମଚାରୀଙ୍କ ପାଇଁ RT-PCR ଟେଷ୍ଟ ଉପରେ ଗୁରୁତ୍ୱ ଦେଇଛନ୍ତି । ବନ୍ୟଜନ୍ତୁଙ୍କ ଦେଖାରଖା କରୁଥିବା କର୍ମଚାରୀଙ୍କ ପାଇଁ ଉନ୍ନତମାନର ପିପିଇ କିଟ୍ ବ୍ୟବହାର ପାଇଁ ନିର୍ଦ୍ଦେଶ ରହିଛି । ଜୀବଜନ୍ତୁଙ୍କ ସହ ସଂସ୍ପର୍ଶକୁ ଏଡାଇବା ସହ ୨ ମିଟର ସାମାଜିକ ଦୂରତା ରଖିବାକୁ କୁହଯାଇଛି । ସେହିଭଳି ବଡ଼ ମାଂସାଶୀ ପ୍ରାଣୀଙ୍କ ପାଇଁ  କୋଭିଡ୍ ଟେଷ୍ଟ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି।  ସେପଟେ ପରିବେଶ ମନ୍ତ୍ରାଳୟର ନିର୍ଦ୍ଦେଶନାମା ଅନୁଯାୟୀ ଚିଡିଆଖାନାର ସମସ୍ତ ଜନ୍ତୁଙ୍କ ଉପରେ ନଜର ରଖାଯିବା ସହିତ କେୟାର ଟେକରଙ୍କ ବ୍ୟତୀତ ଅନ୍ୟ କାହାରିକୁ ଜନ୍ତୁଙ୍କ ନିକଟକୁ ଛଡା ଯାଉନଥିବା ଏବଂ ଚିଡ଼ିଆଖାନା ଓ ଇକୋ ଟୁରିଜିମ୍ ସ୍ଥଳକୁ ପଯର୍ୟଟକଙ୍କୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ଓଡ଼ିଶା ଓ୍ୱାଇଡ୍ଲାଇଫ୍ ପିସିସିଏଫ୍  କହିଛନ୍ତି । ତେବେ ଏ ପର୍ଯ୍ୟନ୍ତ ରାଜ୍ୟର କୌଣସି ସ୍ଥାନରେ ଜନ୍ତୁଙ୍କ ଶରୀରରେ କରୋନା ଲକ୍ଷଣ ପ୍ରକାଶ ପାଇ ନଥିବା ଆଶ୍ୱସ୍ତିକର ବିଷୟ ବୋଲି ସେ କହିଛନ୍ତି।

ଗତବର୍ଷ ନନ୍ଦନକାନନରେ ବଣ ବିଲେଇ ଓ ସିଂହଙ୍କଠାରେ କରୋନା ଲକ୍ଷଣ ଦେଖାଦେଇଥିଲା । ତେବେ ସମସ୍ତ ରିପୋର୍ଟ ନେଗେଟିଭ୍ ଆସିଥିଲା। ସେପଟେ ବନ୍ୟଜନ୍ତୁ ତଥା ଗୃହପାଳିତ ପଶୁଙ୍କ ଠାରେ କରୋନା ଲକ୍ଷଣକୁ ନେଇ ଅଧିକ ତର୍ଜମା ଜାରି ରହିଥିବା ବନ୍ୟପ୍ରାଣୀ ବିଶେଷଜ୍ଞ ମତ ରଖିଛନ୍ତି।

Advertisment
Corona Cases In India
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe