ବନ୍ଦ ହେବ ଚଡ଼କ ମେଳା

ଜଳେଶ୍ୱର(ଅଜିତ ଦାସ): ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ଚଡ଼କ ମେଳା ବନ୍ଦ ହେବ। ମେଳା ବନ୍ଦ ନେଇ ଘୋଷଣା କଲେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ‘କରୋନା’ ପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି। ଉତ୍ତର ଓଡ଼ିଶାର ବଡ଼ ପର୍ବ ହେଉଛି ଚଡ଼କ ମେଳା। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ତେବେ ‘କରୋନା’କୁ ଲକ୍ଷ୍ୟକରି ଜିଲ୍ଲାପ୍ରଶାସନ ଏହି ମେଳା ଆୟୋଜନକୁ […]

chadaka jatra chandanaswar in balasore dist3

Manoranjan Sial
  • Published: Saturday, 21 March 2020
  • , Updated: 21 March 2020, 07:05 PM IST

ଜଳେଶ୍ୱର(ଅଜିତ ଦାସ): ଆସନ୍ତା ୩୦ ତାରିଖରୁ ଆରମ୍ଭ ହେବାକୁ ଥିବା ପ୍ରସିଦ୍ଧ ଚଡ଼କ ମେଳା ବନ୍ଦ ହେବ। ମେଳା ବନ୍ଦ ନେଇ ଘୋଷଣା କଲେ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ। ‘କରୋନା’ ପାଇଁ ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଛି।

ଉତ୍ତର ଓଡ଼ିଶାର ବଡ଼ ପର୍ବ ହେଉଛି ଚଡ଼କ ମେଳା। ଏଥିରେ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ଝାରଖଣ୍ଡ ଓ ଛତିଶଗଡ଼ ରାଜ୍ୟର ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ। ତେବେ ‘କରୋନା’କୁ ଲକ୍ଷ୍ୟକରି ଜିଲ୍ଲାପ୍ରଶାସନ ଏହି ମେଳା ଆୟୋଜନକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସୂଚନାରୁ ପ୍ରକାଶ, ଓଡ଼ିଶାରେ ଦ୍ୱିତୀୟ ‘କରୋନା’ ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଛି। ୭ ଜଣ ଲୋକ ଏକାଠି ନହେବାକୁ ପରାମର୍ଶ ଦେଇଛନ୍ତି ରାଜ୍ୟସରକାର। ଆଜି ରାଜ୍ୟର ୫ଟି ଜିଲ୍ଲା ଓ ୮ଟି ସହରକୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।

Related story