୨୩ଟି ଶିଳ୍ପ ପ୍ରକଳ୍ପର ଶିଳାନ୍ୟାସ ସହ ୩ଟି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫,୫୬୭.୫ କୋଟି ଟଙ୍କାର ୨୬ଟି ଶିଳ୍ପ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଗୁଡ଼ିକ ମଧ୍ୟରୁ ୩ଟି ପ୍ରକଳ୍ପର ଉଦଘାଟନ ହୋଇଥିବାବେଳେ ୧୩ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହି ୩ଟି ପ୍ରକଳ୍ପରେ ମୋଟ ୭୦୯ କୋଟି ଟଙ୍କା ନିବେଶ ହୋଇଥିବାବେଳେ ଶିଳାନ୍ୟାସ ହୋଇଥିବା ୨୩ଟି ପ୍ରକଳ୍ପରେ ୪୮୫୮ କୋଟି ଟଙ୍କା ନିବେଶ ପାଇଁ ପ୍ରସ୍ତାବ ରହିଛି । ଏହି ୨୬ଟି ପ୍ରକଳ୍ପରେ ମୋଟ ୯୧୬୮ […]

Naveen

Naveen

Manoranjan Sial
  • Published: Saturday, 07 March 2020
  • Updated: 07 March 2020, 08:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫,୫୬୭.୫ କୋଟି ଟଙ୍କାର ୨୬ଟି ଶିଳ୍ପ ପ୍ରକଳ୍ପ ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ଏଗୁଡ଼ିକ ମଧ୍ୟରୁ ୩ଟି ପ୍ରକଳ୍ପର ଉଦଘାଟନ ହୋଇଥିବାବେଳେ ୧୩ଟି ପ୍ରକଳ୍ପର ଶିଳାନ୍ୟାସ କରାଯାଇଛି । ଏହି ୩ଟି ପ୍ରକଳ୍ପରେ ମୋଟ ୭୦୯ କୋଟି ଟଙ୍କା ନିବେଶ ହୋଇଥିବାବେଳେ ଶିଳାନ୍ୟାସ ହୋଇଥିବା ୨୩ଟି ପ୍ରକଳ୍ପରେ ୪୮୫୮ କୋଟି ଟଙ୍କା ନିବେଶ ପାଇଁ ପ୍ରସ୍ତାବ ରହିଛି । ଏହି ୨୬ଟି ପ୍ରକଳ୍ପରେ ମୋଟ ୯୧୬୮ ଲୋକଙ୍କ ପାଇଁ କର୍ମନିଯୁକ୍ତି ସୃଷ୍ଟି ହେବ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଯକ କହିଛନ୍ତି ଯେ ଓଡ଼ିଶା ଦେଶର ଏକ ପ୍ରମୁଖ ଶିଳ୍ପକେନ୍ଦ୍ରରେ ପରିଣତ ହୋଇଛି । ଏସବୁ ନୂଆ ଶିଳ୍ପଗୁଡ଼ିକ ରାଜ୍ୟରେ ଶିଳ୍ପ ବିପ୍ଲବକୁ ତ୍ୱରାନ୍ଵିତ କରିବ । ଏସବୁ ଶିଳ୍ପସଂସ୍ଥାମାନଙ୍କୁ ସରକାର ସବୁପ୍ରକାରର ସୁବିଧା ଯୋଗାଇଦେବେ । ଉଦଘାଟିତ ହୋଇଥିବା ୩ଟି ପ୍ରକଳ୍ପ ହେଲେ ଆଦିତ୍ୟ ବିର୍ଲା ରିନେଓ୍ଵଲର ସୌର ଶକ୍ତି ପ୍ରକଳ୍ପ, ଜିନ୍ଦଲ ଷ୍ଟେନଲେସର କୋଲଡ ରୋଲିଂ ମିଲ ଓ ଏକେଏମ ଆଗ୍ରୋର ଖାଇବା ତେଲ ଉତ୍ପାଦନ କାରଖାନା ।

ଅନ୍ୟପକ୍ଷରେ ଶିଳାନ୍ୟାସ ହୋଇଥିବା ୨୩ଟି ପ୍ରକଳ୍ପ ମୁଖ୍ୟତଃ ଶକ୍ତି, ନବୀକରଣଯୋଗ୍ୟ ଶକ୍ତି, ମେଟାଲ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ, ସାର, ପେଟ୍ରୋଲିୟମ ରିଫାଇନାରୀ, କେମିକାଲ ଓ ପ୍ଲାଷ୍ଟିକ, ଫାର୍ମାସୁଟିକାଲ୍ସ ଓ ଟେକ୍ସଟାଇଲ୍ସ କ୍ଷେତ୍ରରୁ ଆସିଛି । ଏହି ଅବସରରେ ଶିଳ୍ପ, ଶକ୍ତି ଓ ଏମଏସଏମଇ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର, ଶିଳ୍ପ ସଚିବ ହେମନ୍ତ ଶର୍ମା ଓ ୨୬ଟି କମ୍ପାନିର ଅଧିକାରୀମାନେ ଉପସ୍ଥିତ ଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos