ମିଡିଆ କମିଟି ଗଢ଼ିଲା କଂଗ୍ରେସ, ବାଦ୍ ପଡ଼ିଲେ ସତ୍ୟ ନାୟକ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ବ୍ୟବଧାନରେ ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ମିଡିଆ କମିଟି ଗଠନ କରିଛି। କମିଟିରେ ମୋଟ ୧୬ଜଣ ନେତାଙ୍କୁ ସାମିଲ କରାଯାଇଥିବାବେଳେ ପୂର୍ବରୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଥିବା ସତ୍ୟପ୍ରକାଶ ନାୟକଙ୍କୁ ଏଥିରୁ ବାଦ୍ ଦିଆଯାଇଛି । ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି କମିଟିରେ ଉଭୟ ବରିଷ୍ଠ ଓ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, […]

congress-1-1

Manoranjan Sial
  • Published: Monday, 08 June 2020
  • , Updated: 08 June 2020, 10:38 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୀର୍ଘଦିନ ବ୍ୟବଧାନରେ ପ୍ରଦେଶ କଂଗ୍ରେସ କମିଟି ଆଜି ତା’ର ମିଡିଆ କମିଟି ଗଠନ କରିଛି। କମିଟିରେ ମୋଟ ୧୬ଜଣ ନେତାଙ୍କୁ ସାମିଲ କରାଯାଇଥିବାବେଳେ ପୂର୍ବରୁ ପିସିସି ମିଡିଆ ସେଲ୍ ଅଧ୍ୟକ୍ଷ ଥିବା ସତ୍ୟପ୍ରକାଶ ନାୟକଙ୍କୁ ଏଥିରୁ ବାଦ୍ ଦିଆଯାଇଛି ।

ପିସିସି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି କମିଟିରେ ଉଭୟ ବରିଷ୍ଠ ଓ ଯୁବ ନେତାମାନଙ୍କୁ ସାମିଲ କରାଯାଇଛି। ବରିଷ୍ଠ ନେତା ପଞ୍ଚାନନ କାନୁନଗୋ, ଗଣେଶ୍ୱର ବେହେରା, ବିଜୟଲକ୍ଷ୍ମୀ ସାହୁ, ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ଯଜେ୍ଞଶ୍ୱର ବାବୁ, ଉମାବଲ୍ଲଭ ରଥ, ସୁଦର୍ଶନ ଦାସ, ଅଭିଷେକ ମହାନନ୍ଦା ପଦ୍ମକର ଗୁରୁ, ପ୍ରଶାନ୍ତ ଶତପଥୀ, ନିଶିକାନ୍ତ ମିଶ୍ର, ମନୋଜ କୁମାର ମହାପାତ୍ର, ଶୁଭଶ୍ରୀ ପଣ୍ଡା, ଅମୀୟ ପାଣ୍ଡବ, ରଜନୀକାନ୍ତ ମହାନ୍ତି ଓ ନରେଶ ମହାନ୍ତି ସଦସ୍ୟ ଅଛନ୍ତି।

କମିଟି ଗଠନ ସମ୍ପର୍କରେ ସୂଚନା ଦେଇ ମିଡିଆ କମିଟି ସଦସ୍ୟ ତଥା ବରିଷ୍ଠ ନେତା ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର କହିଛନ୍ତି ଯେ, ଏବେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପିସିସି ସଭାପତି ଏହି କମିଟି ଗଠନ କରିଛନ୍ତି। କମିଟିରେ କାହାକୁ ଅଧ୍ୟକ୍ଷ ଭାବେ ନିଆଯାଇନି। ସମସ୍ତେ ସଦସ୍ୟ ଭାବେ କାମ କରିବେ। ପିସିସି ମିଡିଆ ସେଲର ପୂର୍ବତନ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକଙ୍କୁ କାହିଁକି ନୂଆ କମିଟିରେ ନିଆଯାଇନି ବୋଲି ପ୍ରଶ୍ନର ଉତ୍ତରରେ ଶ୍ରୀ ଜ୍ଞାନେନ୍ଦ୍ର କହିଛନ୍ତି ଯେ, ସେ ଯେହେତୁ କୌଣସି ଟିଭି ଚ୍ୟାନେଲର ବିତର୍କରେ ସାମିଲ ହେବାକୁ ଚାହୁଁନାହାନ୍ତି ତେଣୁ ତାଙ୍କୁ ଏହି କମିଟିରେ ନିଆଯାଇ ନାହିଁ। ଅନ୍ୟପକ୍ଷରେ ଶ୍ରୀ ନାୟକ କହିଛନ୍ତି ଯେ, କମିଟିରେ ନରହିବା ପାଇଁ ସେ ନିଜଆଡ଼ୁ ଲିଖିତ ଭାବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ପ୍ରଦେଶ କଂଗ୍ରେସ କମିଟିର ସମସ୍ତ ୱିଙ୍ଗକୁ ଏଆଇସିସି ଭାଙ୍ଗି ଦେଇଥିଲେ। ସେବେଠୁ ପିସିସିର କୌଣସି ୱିଙ୍ଗ ଗଠନ ହୋଇନଥିଲା।

Related story